Home Left

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଘରକୁ ଯାଇ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏହାର କିଛି ଫଟୋ ଏଏପି ଏମପିଙ୍କ…

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ ଏହି ଆକ୍ରମଣରେ ଅତି କମରେ ୧୦ଜଣ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ,…

ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ। ଘରେ ବା ଦାଣ୍ଡଦୁଆରେ ଦୀପ ଜଳିଲେ ଅମାବାସ୍ୟା ରାତି ହୋଇଉଠେ ଆଲୋକମୟ। ହେଲେ ମାଟିଦୀପ…

କାର୍ଯ୍ୟରେ ଯୋଗ ଦେବା ପରେ, ତଦାରଖ କଲେ ବିଡିଓ

ଦାରିଙ୍ଗବାଡି,୨୬।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବଡିଓ ଭାବେ ପ୍ରୀତିରଞ୍ଜନ ରଥ ଶୁକ୍ରବାର ବିଳମ୍ବିତ ରାତିରେ କାର୍ଯ୍ୟରେ ଯୋଗଦେଇଥିଲେ। ପରେ ଶନିବାର ସେ ଦାରିଙ୍ଗବାଡି କଫି ବଗିଚା ସମେତ କଫି କାଫେ, ଡୁଲୁରୀ ପାଇନ ବଣ ବୁଲି ଦେଖିଛନ୍ତି। ଡୁଲୁରୀ…

ପୌରାଧ୍ୟକ୍ଷା ପଦ ହରାଇବା ପରେ ବିଷ୍ଣୁ ପ୍ରଧାନଙ୍କୁ ମିଳିଲା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଓଡ଼ିଶା ମ୍ୟୁନିସିପାଲ ମାନୁଆଲ ଆକ୍ଟ…

ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହ ଗଡ଼ ଗ୍ରାମ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ଶନିବାର ସକାଳେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ନରସିଂହଗଡ଼ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଜାଳ…

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ ବ୍ୟାଟିଂ ନିଦର୍ଶନ ଦେଇ ଭାରତୀୟ ଟିମ୍‌ର ପ୍ରମୁଖ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ…

ଶିବାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଜି ମିଳିଲା…

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଆଜି ଶିବାନୀଙ୍କ ଘରେ ପହଞ୍ଚି ସରକାର ବଢ଼ାଇଲେ ସହାୟତାର ହାତ। ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀଙ୍କ ମଣ୍ଡଳଙ୍କ ଘରକୁ…

ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ନିଜେ ଧୋନୀ ଆଇପିଏଲ୍‌ ଖେଳିବା ନେଇ ସ୍ପଷ୍ଟ…

ଜଙ୍ଗଲରୁ ମଳିଲା ମହିଳାଙ୍କ ମୃତଦେହ: ହତ୍ୟା କରି…

ଶେରଗଡ,୨୬ା୧୦(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ ବ୍ଳକ ଅଧୀନ ବାଦଗଡ ଗ୍ରାମ ଠାକୁରାଣୀ ମନ୍ଦିର ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୧୭/୨୪) ରୁଜୁ କରି ମୃତଦେହ…

ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା

ଭୁବନେଶ୍ୱର,୨୬ା୧୦: ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ରାଜଧାନୀର ସବୁ ଆପାର୍ଟମେଣ୍ଟରେ ଆଇପି ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ଆପାର୍ଟମେଣ୍ଟ ବାସିନ୍ଦା…

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାନବ ଅଧିକାର କର୍ମୀ ନର୍ଗିସଙ୍କ ପାଇଁ ପ୍ରଚାର କରୁଥିବା ଗୋଷ୍ଠୀ ମାଗଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri