Posted inଫୁରସତ

ଆଜି ଅନ୍ତର୍ଜାତୀୟ ମହିଳା:ନିଜ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହିସବୁ ମହିଳା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ନିଜସ୍ବ ପ୍ରଚେଷ୍ଟା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଆଉ ଅନେକଙ୍କୁ ରୋଜଗାର ଦେବାରେ ସମର୍ଥ ହୋଇଥିବା କେତେକ ମହିଳାଙ୍କ ସମ୍ପର୍କରେ ପ୍ରତିବେଦନ।

ପିଲାବେଳେ କଳା ଏବଂ ହସ୍ତଶିଳ୍ପ ପ୍ରତି ତାଙ୍କର ଥିଲା ଅହେତୁକ ଆଗ୍ରହ। ମାଟି, ବାଉଁଶ, ଅଦରକାରୀ କପଡା ଇତ୍ୟାଦି ବ୍ୟବହାର କରି ପୋଷାକ, ଅଳଙ୍କାର ତିଆରି କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେହି କାର୍ଯ୍ୟ ତାଙ୍କୁ ଆଣି ଦେଇଛି ପ୍ରତିଷ୍ଠା। ତାଙ୍କ ପ୍ରସ୍ତୁତ ସାମଗ୍ରୀର ଚାହିଦା ଦେଶ ବିଦେଶରେ ରହିଥିବାବେଳେ ସେ ଏହି କାର୍ଯ୍ୟରେ କେତେଜଣଙ୍କୁ ରୋଜଗାରକ୍ଷମ ହେବାର ବାଟ ଦେଖାଇଛନ୍ତି। ସେହି ମହିଳା ଜଣକ ହେଲେ ପ୍ରିୟଦର୍ଶିନୀ ଦାସ। କଟକରେ ଜନ୍ମିତା ପ୍ରିୟଦର୍ଶିନୀଙ୍କ ପାଇଁ ଏହି ସବୁ କଳା, ହସ୍ତଶିଳ୍ପ କାର୍ଯ୍ୟଲାଗି ତାଙ୍କ ମା’ କଲ୍ୟାଣୀ ଦାସ ଥିଲେ ମାର୍ଗଦଶିିକା। ବାପା ଅମ୍ବୁଜ କୁମାର ଦାସ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ। ଏ ସମ୍ପର୍କରେ ପ୍ରିୟଦର୍ଶିନୀ ପିଲାବେଳେ ଏହି ଉତ୍ପାଦଗୁଡ଼ିକ ପାଇଁ ପ୍ରଶଂସା ମିଳୁ ନ ଥିଲେ ବି ଏହାର ପ୍ରସ୍ତୁତିରୁ ବିରତ ହୋଇନଥିଲି। କଲେଜରେ ପଢୁଥିବାବେଳେ ବହୁତ ଆପ୍ଲିକ କାମ କରୁଥିଲି। ବିବାହ ପରେ, ଏସବୁ କାମରୁ ଆଗ୍ରହ କମିବାକୁ ଲାଗିଲା। ଯେତେବେଳେ ଲୋକେ ସ୍ଥାୟୀ ଫ୍ୟାଶନ ବିଷୟରେ କଥାବାର୍ତ୍ତା ଆରମ୍ଭ କଲେ, ମୋର ସ୍ବାମୀ ଡ. ବିନୟ ଜେନା ମୋତେ ପୁଣି କାମ ଆରମ୍ଭ କରିବାକୁ କହିଲେ। ସେ ହୁଏତ ମୋ କାମର ଗୁରୁତ୍ୱ ବିଳମ୍ବରେ ବୁଝିପାରିଥିଲେ। ୨୦୧୭ରେ ପୁଣି ଏହି କାଯର୍ର୍‌ୟ ଆରମ୍ଭ କଲି। ମୋର ପରିବେଶ ଅନୁକୂଳ ଅଳଙ୍କାର ଏବଂ ଆସେସରିଜ୍‌ ବିଷୟରେ ଧୀରେ ଧୀରେ ଲୋକେ ଜାଣିବାକୁ ପାଇଲେ। କର୍ପୋରେଟ୍‌, ଏନ୍‌ଜିଓ ଏବଂ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକ ମୋତେ ତାଲିମ ଦେବା ପାଇଁ ନିମନ୍ତ୍ରଣ କରିବା ଆରମ୍ଭ କଲେ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଜାପାନ, କାନାଡା, ଆମେରିକା, ୟୁକେ ଏବଂ ଜର୍ମାନୀରୁ ଅର୍ଡର ପାଇ କାମ କଲି। ଏହା ମୋତେ ସୁବର୍ଣ୍ଣ ଘାସ, ଡୋକ୍ରା, ଅଳିଆ କାଠ, ବାଉଁଶ, ଓଡ଼ିଶା ହସ୍ତତନ୍ତ କପଡ଼ା, ବିଭିନ୍ନ ପ୍ରାକୃତିକ ବିହନ ଏବଂ ପ୍ରାକୃତିକ ରଙ୍ଗ ଭଳି ନୂତନ ସାମଗ୍ରୀ ଉପରେ ଆହୁରି ପରୀକ୍ଷଣ କରିବାକୁ ଉତ୍ସାହିତ କରିଥିଲା।
ପରବର୍ତ୍ତୀ ସମୟରେ ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଥିବା ଗ୍ରାମୀଣ ଏବଂ ଆଦିବାସୀ ମହିଳାଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନେଲି। ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩୫୦ରୁ ଅଧିକ ମହିଳାଙ୍କୁ ତାଲିମ ଦେଇଛି, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏହି ସବୁଜ କୌଶଳ ମାଧ୍ୟମରେ ରୋଜଗାରକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏବେ ଅନେକ ପ୍ରଶିକ୍ଷକ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ମୋର ଭୁବନେଶ୍ୱରସ୍ଥିତ ପଟିଆରେ ନିଜସ୍ବ କର୍ମଶାଳା ଏବଂ ଏକ ପ୍ରଦର୍ଶନ ୟୁନିଟ୍‌ ଅଛି। ଯେଉଁଠାରେ ୭ ଜଣ କାମ କରୁଛନ୍ତି । ଭବିଷ୍ୟତରେ ଏହାକୁ ଏକ ଆଧୁନିକ ୟୁନିଟ୍‌ରେ ପରିଣତ କରିବାର ଯୋଜନା ଅଛି । ଏଥିସହିତ ଆବଶ୍ୟକ କରୁଥିବା ମହିଳାମାନଙ୍କୁ ଦକ୍ଷତା ତାଲିମ ଦେବାଲାଗି ଯୋଜନା ରଖିଛି।
-ସୌମ୍ୟରଞ୍ଜନ ରାଉତ, ଭୁବନେଶ୍ୱର

ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇବି ହାର ମାନି ନାହାଁନ୍ତି। ବରଂ ନିଜ ଦୁଃଖକଷ୍ଟକୁ ଭୁଲି ସମାଜ ପାଇଁ କାମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଜଣେ ମହିଳା ହେଉଛନ୍ତି ସମ୍ବଲପୁର ଦଲଦଲିପଡ଼ାର ଅନିତା ବାଗ। ସମ୍ବଲପୁର କ୍ଷେତରାଜପୁର ରେଳଷ୍ଟେଶନ ନିକଟରେ ଥିବା ଦଲଦଲିପଡ଼ାର ଅଧିକାଂଶ ପରିବାର ଅନୁସୂଚିତ ଜାତିର। ସହର ମଝିରେ ରହିଥିଲେ ବି ଶିକ୍ଷା ସ୍ବାସ୍ଥ୍ୟଠାରୁ ଏଠାକାର ଲୋକେ ବଞ୍ଚିତ। ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ସବୁବେଳେ ସହାୟତାର ହାତ ବଢାଇବାକୁ ଆଗେଇ ଆସିଛନ୍ତି ଅଙ୍ଗନୱାଡ଼ି କର୍ମୀ ଅନିତା। ତାଙ୍କ ନେତୃତ୍ୱରେ ପରିଚାଳିତ ସ୍ବେଚ୍ଛାସେବୀ ସଙ୍ଗଠନ ’ଆୱାର ହେଲ୍ପିଂ ହେଣ୍ଡ’ ଅଞ୍ଚଳ ପାଇଁ ନୂଆ ବାଟ ଦେଖାଇଛି। ଅନିତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଦୁଃଖ କଷ୍ଟରେ କଟିଛି। ୨୦୦୮ ମସିହାରୁ ତାଙ୍କ ସ୍ବାମୀ ଅଜୟ ସୁନା ରାଉରକେଲା ଯିବା ବାଟରେ ନିଖୋଜ ରହିଛନ୍ତି। ଏହାପରେ ସେ ନିଜେ ସଂଘର୍ଷ କରି ପାଠ ପଢି ଏମ୍‌ଏସ୍‌ଡବ୍ଲ୍ୟୁ ପାଠ୍ୟକ୍ରମରେ ମାଷ୍ଟର ଡିଗ୍ରୀ ହାସଲ କରିବା ସହ ଅଙ୍ଗନଓ୍ବାଡି କର୍ମୀ ଭାବେ ଯୋଗଦେଇଥିଲେ। ନିଜ ଚେଷ୍ଟାରେ ବଡ ଝିଅକୁ ଭିସୁଟ୍‌ରେ ଏମ୍‌ଟେକ୍‌ ଦ୍ୱିତୀୟ ବର୍ଷ ଏବଂ ସାନ ଝିଅକୁ ଆଇନ ପାଠପଢ଼ାଇବାରେ ସକ୍ଷମ ହୋଇଛନ୍ତି । ଅନିତ କେବଳ ନିଜ ପରିବାର ପାଇଁ ସ୍ବପ୍ନ ଦେଖିନାହାନ୍ତି ବରଂ ପଡ଼ାର ପୁଅଝିଅଙ୍କୁ ପାଠ ପଢାଇ ଶିକ୍ଷିତ ଏବଂ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ତାଙ୍କ ଅପା କବିତା ବାଗ ଏବଂ ଅନ୍ୟ ମହିଳାଙ୍କୁ ନେଇ ୨୦୧୨ରେ ସେ ଆରମ୍ଭ କରିଥିଲେ ଉକ୍ତ ସଙ୍ଗଠନ। ନିଜସ୍ବ ସମ୍ବଳରେ କାମ କରୁଥିବା ଏହି ସଙ୍ଗଠନ ୨୦୧୪ରେ ଜଣ୍ଡିସ୍‌ ବ୍ୟାପିବା ସମୟରେ ପ୍ରଶଂସନୀୟ କାମ କରି ଚର୍ଚ୍ଚାକୁ ଆସିପାରିଥିଲା। ଦଲଦଲି ପଡ଼ାର ୩୦ରୁ ଅଧିକ ଜଣ୍ଡିସ ଆକ୍ରାନ୍ତ ପରିବାରକୁ ଯାଇ ସଂଗଠନର ସଦସ୍ୟାମାନେ ଫୁଟା ପାଣି ବାଣ୍ଟିଥିଲେ। ପଡ଼ାରେ ବ୍ଲିଚିଂ ପାଉଡର ସିଞ୍ଚନ ସହ ଲୋକଙ୍କୁ ସଚେତନ କରାଇଥିଲେ। ଅନ୍ୟ ଲୋକଙ୍କ ଘରେ କାମ କରୁଥିବା ପୁଅଝିଅଙ୍କୁ ହେଲ୍ପିଂ ହ୍ୟାଣ୍ଡ କାଗଜ ଠୁଙ୍ଗା ତିଆରି, ମସଲା ପ୍ୟାକିଂ, ସିଲେଇ ତାଲିମ ଦେଇ ସ୍ବାବଲମ୍ବୀ କରିପାରିଛନ୍ତି। ଏପର୍ଯ୍ୟନ୍ତ ୩ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇ ନିଜ ଗୋଡରେ ଛିଡା ହେବାର ବାଟ ଦେଖାଇଛନ୍ତି। ଏବେ ମଧ୍ୟ ୫୦ ଜଣ ଝିଅପୁଅଙ୍କୁ ସନ୍ଧ୍ୟାରେ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ମଧ୍ୟ ଦିଆଯାଉଛି। ସୁସ୍ଥ ଜୀବନଯାପନ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପଦକ୍ଷେପ ହାତକୁ ନେଇଛନ୍ତି। ବିପରୀତ ପରିସ୍ଥିତରେ ନିଜ ପରିବାରକୁ ଶିକ୍ଷିତ କରିବା ସହ ପୁରା ପଡ଼ାକୁ ସ୍ବାବଲମ୍ବୀ କରିବା ଦିଗରେ ବହୁ ବର୍ଷ ହେବ କାର୍ଯ୍ୟ କରୁଛନ୍ତି ଅନିତା। ତାଙ୍କ କାର୍ଯ୍ୟରେ ଏବେ ୨୦ରୁ ଅଧିକ ମହିଳା ଏବଂ ପୁରୁଷ ସହଯୋଗ କରିଆସୁଛନ୍ତି।
-ଭବାନୀ ଶଙ୍କର ଭୋଇ, ସମ୍ବଲପୁର

ଜଣେ ଟ୍ୟୁଶନ ଶିକ୍ଷୟିତ୍ରୀରୁ କାର୍ଯ୍ୟ ଆରମ୍ଭ କରି ଏବେ ଏକ ରିସର୍ଟର ମାଲିକ ହେବା ସହ ସଫଳ ଶିଳ୍ପପତି ହୋଇ କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରେଣୁବାଳା ସାହୁ। ରେଣୁବାଳାଙ୍କ ସ୍ବାମୀ ପ୍ରଦୀପ କୁମାର ସାହୁ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଥିଲେ। ଜଣଙ୍କ ରୋଜଗାରରେ ପରିବାର ଚଳାଇବାରେ ସମସ୍ୟା ଉପୁଜିବାରୁ ରେଣୁବାଳା ଦାରିଙ୍ଗବାଡ଼ି ବଜାରର କେତେକ ଛାତ୍ରୀଛାତ୍ରଙ୍କୁ ନେଇ ଟ୍ୟୁଶନ ପଢ଼ାଇବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଲେଡିଜ କର୍ନର ଖୋଲି ବ୍ୟବସାୟ କରିଥିଲେ। ଏହି ସମୟରେ ସେ ସ୍ବପ୍ନ ଦେଖିବା ଆରମ୍ଭ କଲେ, କିଭଳି ବଡ଼ ଧରଣର ବ୍ୟବସାୟ କରିବେ। ସେତେବେଳେ ସେ ଚିନ୍ତା କଲେ ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି। ରାତ୍ରିଯାପନ ପାଇଁ କୌଣସି ସୁବିଧା ନ ଥିବାରୁ ସେ ଏକ ହୋଟେଲ ସ୍ଥାପନ ଲାଗି ଯୋଜନା କଲେ। ତେଣୁ ସେହି ଅନୁଯାୟୀ ଜମି କିଣିବା ସହ ଋଣ ଆଣି ହୋଟେଲ ଖୋଲିଲେ ରେଣୁବାଳା। ହୋଟେଲ ଭଲରେ ଚାଲିଲା। ଏହା ପରେ ସେ ପାହାଡ଼ିଆ ଅଞ୍ଚଳରେ ୩ଟି କଟେଜ ପ୍ରସ୍ତୁତ କରି ରିସର୍ଟର ସ୍ବପ୍ନ ଦେଖିଥିଲେ। ଆଉ କଠିନ ପରିଶ୍ରମ ସହ ନିଷ୍ଠାର ସହ କାର୍ଯ୍ୟକରି ତାକୁ ରିସର୍ଟରେ ପରିଣତ କରିବାକୁ ସକ୍ଷମ ହେଲେ। ଏଥିସହ ଟ୍ୟୁଶନ ଶିକ୍ଷୟିତ୍ରୀରୁ ଏବେ ଜଣେ ଶିଳ୍ପପତି ଭାବେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।
-ଅରୁଣ ସାହୁ ,ଦାରିଙ୍ଗବାଡି


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?