Home Left

ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍‌ ମାଓବାଦୀ

ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍‌ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ ।…

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଅଠାଓ୍ବଲେ

ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମେଗା ଇଭେଣ୍ଟ ସମ୍ପର୍କରେ ଏମପି ଚନ୍ଦ୍ରଶେଖର ଆଜାଦ ଏକ ବିବାଦୀୟ ବୟାନ ଦେଇଥିଲେ। ସେ ତାଙ୍କ ବିବୃତ୍ତିରେ…

ଲସ ଏଞ୍ଜେଲ୍ସରେ ନିଆଁର ତାଣ୍ଡବ ଭିତରେ ପାଣିର ଅଭାବକୁ ନେଇ ରାଗିଲେ ଗଭର୍ନର

ଲସ ଏଞ୍ଜେଲ୍ସ,୧୧।୧: ଲସ ଏଞ୍ଜେଲ୍ସ ଭୟଙ୍କର ଜଙ୍ଗଲୀ ନିଆଁରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୧ରେ ପହଞ୍ଚିଛି। ସେହି ସମୟରେ, ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଥିବା ବେଳେ ପାଣିର କଥିତ ଅଭାବ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏଲଏ କାଉଣ୍ଟି…

ସକାଳୁ ସକାଳୁ କେନ୍ଦୁଝରରେ ଘନ କୁହୁଡ଼ି: ଯାତାୟାତ ବ୍ୟାହତ

କେନ୍ଦୁଝର,୧୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶନିବାର ଘନ କୁହୁଡ଼ି ଦେଖାଯାଇଛି। ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଯାତାୟାତ ବ୍ୟାହତ ହୋଇଥିଲା। ସକାଳ ପ୍ରାୟ ୫ ଟାରୁ କୁହୁଡି ଚାରିଆଡ଼େ ବ୍ୟାପିଥିଲା। ଫଳରେ କେନ୍ଦୁଝର ମୁଖ୍ୟାଳୟ…

ଆକ୍ରମଣ ମହଙ୍ଗା ପଡିଲା: ଆଜିଠୁ ଏନିମଲ୍ ରୋବୋଟିକ୍ ଶୋ ବନ୍ଦ

ମଥୁରାନଗରୀ, ୧୧।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ ଷ୍ଟଲ ଚାଲିଛି। ତେବେ ପଡିଆର କେନ୍ଦ୍ରଭାଗରେ ଚାଲିଥିବା ଏନିମଲ୍ ରୋବୋଟିକ୍ ଶୋରେ ଦର୍ଶକଙ୍କୁ…

ଅବସର ନେବେ କି ରବିନ୍ଦ୍ର ଜାଡେଜା: ଇନଷ୍ଟାଗ୍ରାମ ପୋଷ୍ଟକ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି। ଜାଡେଜା ଇନଷ୍ଟାଗ୍ରାମରେ ତାଙ୍କ ଟେଷ୍ଟ ଜର୍ସିର ଏକ ଫଟୋ ଶେୟାର କରିଥିଲେ,…

ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଗଲେ ମହିଳା

କେନ୍ଦୁଝର,୧୧।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଗୟଳ ମୁଣ୍ଡା ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ହେଉଛନ୍ତି ସୁକୁରି ଜୁଆଙ୍ଗ(୫୩)। ସେ ଗତକାଲି ଅପରାହ୍ନରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଛେଳି…

ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ୨ ଦିନ କର୍ଫ୍ୟୁ

ବାଲେଶ୍ୱର,୧୧।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବାଲେଶ୍ବର ସହରର ନୂଆବଜାର, ଯାଦବପୁର, ଗୋଳାପୋଲ ରେଲୱେ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି l ବାଲେଶ୍ବରରେ ତୃତୀୟ ରେଳ ଲାଇନ…

ରାଇକିଆରେ ହେବ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା :ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ନେଇ ବସିଲା…

ରାଇକିଆ,୧୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ସତ୍ୟବାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରବାସୀଙ୍କ ଉପସ୍ଥିତିରେ ଏହାର ଆୟୋଜନ ନେଇ ଆଲୋଚନା କରଯାଇଥିଲା ।…

ସହଦେବଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି

ଭୁବନେଶ୍ୱର, ୧୦।୧ (ବନ୍ଦନା ସେଠୀ):ସଫେଇ କର୍ମଚାରୀ ସଂଘର ସଭାପତି ସ୍ବର୍ଗତ ସହଦେବ ନାୟକଙ୍କ ପରିବାରଙ୍କୁ ସଫେଇ ଏଜେନ୍ସିଗୁଡିକ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ…

ସହଦେବ ନାୟକଙ୍କ ଏକାଦଶାହ ଭୋଜି ଖର୍ଚ୍ଚ ତୁଲାଇବେ ରାଣୀ ପଣ୍ଡା

ଭୁବନେଶ୍ୱର,୧୧।୧ (ବନ୍ଦନା ସେଠୀ): ବିଏମ୍‌ସି ସଫେଇ ମଜଦୂର ସଂଘର ସଭାପତି ସହଦେବ ନାୟକଙ୍କ ହତ୍ୟାର ପ୍ରତିବାଦ କରିବା ସହ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ ଦାବିରେ ଶୁକ୍ରବାର ସଂଘ ପକ୍ଷରୁ ବିଏମ୍‌ସି ମୁଖ୍ୟାଳୟ ଘେରାଉ କରାଯାଇଥିଲା। ଘଟଣାର ସିବିଆଇ ଦଦନ୍ତ କରିବା,…

କାମକୁ ଯାଉଥିବାବେଳେ ଫାର୍ମାସିଷ୍ଟଙ୍କୁ ଚାପିଦେଲା ଟ୍ରକ

କେନ୍ଦୁଝର,୧୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିବା ରାଜେଶଙ୍କ ଶନିବାର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ଆଜି ସକାଳୁ ବାଂଶପାଳକୁ ବାଇକରେ ଡିୟୁଟି ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri