ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ:୧୦ ବର୍ଷର ସିଓଆର୍ ଦେବା ପାଇଁ ଦାବି
ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଘରୋଇ ବିଦ୍ୟାଳୟ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସାରେ ଭବାନୀପାଟଣାସ୍ଥିତ ମଡର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସିଓଆର୍ ଓ ଆର୍ଟିଇ ପ୍ରତିପୂରଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଆରଟିଇ (ଶିକ୍ଷା…
ଦଲାଲଙ୍କ କବ୍ଜାରେ ଆଦିବାସୀଙ୍କ ମହୁଲ ଫୁଲ: ନା ଅଛି ବଜାର ବ୍ୟବସ୍ଥା, ନା ଧାର୍ଯ୍ୟ କରାଯାଉଛି ସହାୟକ ମୂଲ୍ୟ
ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଆଦିବାସୀମାନେ ସଂଗ୍ରହ କରୁଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବ୍ଜାରେ। ଏହାର ସର୍ବନିମ୍ନ ମୂଲ୍ୟ କେଜି ପିଛା ୨୫ ଟଙ୍କା ଥିବାବେଳେ ଅଧା ଦାମ୍ରେ ସେମାନେ ଦଲାଲଙ୍କ ହାତରେ ଟେକିଦେଉଛନ୍ତି। ଏହା ଦ୍ୱାରା ସେମାନେ…
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ପରିସ୍ଥିତି ଅଣାୟତ
ପାଟଣା,୧୭।୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରୀ ସେକ୍ସନ ୪୯ନମ୍ବର ଜାତୀୟ ରାଜପଥ ହାତୀ ବାରୀ ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଫଳରେ ଆକାଶିଆ ଓ କାଜୁ ଗଛ ଗୁଡ଼ିକ ହୁତୁହୁତୁ ହୋଇ ଜଳିବାରେ ଲାଗିଛି।…
ଆମେରିକୀୟ ଗୋଇନ୍ଦା ମୁଖ୍ୟଙ୍କୁ ଏମିତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି: ଜବାବରେ ମିଳିଲା…
ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକୀୟ ଗୋଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁଳସୀଙ୍କୁ ମହାକୁମ୍ଭର ପବିତ୍ର ଗଙ୍ଗାଜଳ ଉପହାର ସ୍ବରୂପ ଦେଇଥିଲେ। ସେହି ସମୟରେ, ତୁଳସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଦାନ ଉପହାର…
୭୫ ଅଭିଯୋଗ ଶୁଣାଣି କଲେ ଜିଲାପାଳ
ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳଙ୍କ ସମେତ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ…
ପୂର୍ବ ଶତ୍ରୁତାରୁ ଦାଦାଙ୍କୁ ହତ୍ୟା କରିଥିଲେ ୩ ପୁତୁରା, ପଡ଼ିଲେ ଧରା, ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଖଲ୍ଲିକୋଟ, ୧୭।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ନାଏବ ସରପଞ୍ଚ ମିନତୀ କୁମାରୀ ଦାସଙ୍କ ସ୍ବାମୀ ରବି ଦାସଙ୍କୁ ହତ୍ୟା ଘଟଣାରେ ୩ ପୁତୁରା ଗିରଫ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ଆଉ ଜଣେ ଅଭିଯୁକ୍ତ…
ମଙ୍ଗଳବାରଠୁ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା ଆରମ୍ଭ: ଲକ୍ଷାଧିକ ଭକ୍ତଙ୍କ ପାଇଁ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
ପୁରୁଷୋତ୍ତମପୁର,୧୭।୩ (ସିମାଞ୍ଚଳ ମିଶ୍ର) : ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏଥିନେଇ ଜିଲାପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଛି। ଚଳିତ ବର୍ଷ ୪ଟି ମଙ୍ଗଳବାର…
ବ୍ଲକ ଜୀବିକା ମିଶନ କାର୍ଯ୍ୟକାରୀ କମିଟି ସଂଘର ଆନ୍ଦୋଳନ: ବକେୟା ଭତ୍ତା ପ୍ରଦାନ ସହ ମାସିକ ୧ ହଜାର ଟଙ୍କା କରିବାକୁ ଦାବି
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ନିଖିଳ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟକାରୀ କମିଟି (ଇସି) ସଂଘ ଦିଗପହଣ୍ଡି ବ୍ଲକ ଶାଖା ପକ୍ଷରୁ ବିଭିନ୍ନ ଦାବି ପୂରଣ ନିମନ୍ତେ ଆନ୍ଦୋଳନ ଚାଲୁରହିଛି। ସୋମବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସଙ୍କୁ ସ୍ମାରକପତ୍ର…
ଆକାଉଣ୍ଟ ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦେବାକୁ ୮୦ବର୍ଷୀୟା ବୃଦ୍ଧା କୌଶଲ୍ୟାଙ୍କ ନିବେଦନ, କହିଲେ ମୁଁ ବୁଢି ଲୋକ…
ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କୁମଖାଲ ପଞ୍ଚାୟତ ସ୍ଥିତ କୁମଖାଲ ଗାଁର ଜଣେ ୮୦ ବର୍ଷୀୟା ବୃଦ୍ଧା ଭତ୍ତା ହିତାଧିକାରୀ କୌଶଲ୍ୟା ଦଣ୍ଡସେନା ବ୍ୟାଙ୍କ ପାସବହି ପରିବର୍ତ୍ତେ ହାତରେ ଭତ୍ତା ଟଙ୍କା ଦେବାକୁ ନିବେଦନ କରିଛନ୍ତି…
ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି: ୪ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ସହ ମିଳିଲା ଟଙ୍କା
ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ…
ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…
ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର ୨ ଦିନରେ ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୧୨୮ଟି ଗାଈଗୋରୁ ଉଦ୍ଧାର କରିଛି।…
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ
ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କୁମ୍ଭାରୀ ଗ୍ରାମର ଆଲୋକ ଓରଫ ଧନେଶର ରଣା (୩୫)। ପୋଲିସ ଏସଆଇ…
Archives


