Home Left

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା ପ୍ରଶାସନ । ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ଆଜି ସଂଧ୍ୟାରେ କୁଆପଥର ବର୍ଷା ହୋଇଛି…

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଛି ବୋଲି ବ୍ଲକ ପ୍ରଶାସନ ଅଭିଯୋଗ କରିଥିଲେ।…

କଟକ ବାରବାଟୀରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌

କଟକ,୨୨।୩: କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା-ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଶନିବାର ପ୍ରକାଶ ପାଇଛି। ସିରିଜର ପ୍ରଥମ ମ୍ୟାଚ ବାରବାଟୀରେ ଡିସେମ୍ବର ୯ରେ ଖେଳାଯିବ। ଚଳିତ ବର୍ଷ ନଭେମ୍ବର-ଡିସେମ୍ବର…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ ସୁଏର(୪୫) ଓ ରୁକ୍ମଣୀ ଭୈଶାଳ(୬୫)। ହେମଗିର ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା…

MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି

ନୂଆଦିଲ୍ଲୀ,୨୨।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ଅଧିନାୟକ ରୁତୁରାଜ ଗାୟକୱାଡ ଏବଂ ଏମଆଇର ଅଧିନାୟକ ସୂର୍ଯ୍ୟକୁମାର…

ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ବେଳେ ବର୍ଷା ଜଳ ନିଷ୍କାସନରେ…

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ କରାଯାଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇଥିଲେ। ତାଙ୍କ ସହ ଏନ୍‌ଏସି…

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ ବଡ ଗଛଗୁଡିକ ଉପୁଡିପଡିଛି। ସହରର ଲକ୍ଷ୍ମୀସାଗରପଡାର କୌଶଲା ବେହେରା(୨୬) ନାମକ ଜଣେ ଗର୍ଭବତୀଙ୍କ ଉପରେ…

କ୍ୟାପଟେନ ହେଉ ହେଉ ବଦଳିଗଲେ Ajinkya Rahane, ପ୍ରଥମ ମ୍ୟାଚରେ ଦେଖାଇଲେ ଚମକ

କୋଲକାତା,୨୨।୩: IPL ୨୦୫ର ପ୍ରଥମ ଅର୍ଦ୍ଧଶତକ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ବ୍ୟାଟରୁ ଆସିଥିଲା। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବିପକ୍ଷରେ ପ୍ରଥମ ମ୍ୟାଚରେ ମାତ୍ର ୨୫ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସୂୟାସ ଶର୍ମାଙ୍କ ଦ୍ୱାରା…

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି ଥିଲେ ଲୋକେ। ଶୁକ୍ରବାର ମୋହନା ଥାନାରେ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଦୋଷୀଙ୍କ ବିରୋଧରେ…

ଇଦ ପୂର୍ବରୁ ମହଙ୍ଗା ମାଡ଼, ଏଠି ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ,୨୨।୩: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୁଦ୍ରାସ୍ଫୀତିର ସ୍ଥିତି କ’ଣ ତାହା ସମସ୍ତେ ଜାଣନ୍ତି। ପାକିସ୍ତାନରେ ମଇଦା, ଚାଉଳ, ତେଲ ଏବଂ ପନିପରିବାର ମୂଲ୍ୟ ଆକାଶଛୁଆଁ। ଏବେ ପାକିସ୍ତାନରେ ରମଜାନ ପାଳନ କରାଯାଉଛି। ରମଜାନ ମାସରେ ଚିନି ବ୍ୟବହାର ବୃଦ୍ଧି ପାଇଛି,…

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri