Home Left

ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା: ପୁଣି ରାଇପୁରରେ ବେଆଇନ ବାଲିଘାଟକୁ ଗ୍ରାମବାସୀଙ୍କ ବିରୋଧ

ପୁରୁଷୋତ୍ତମପୁର,୧୯ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବାଲିମାଫିଆମାନେ ଦିନକୁଦିନ ସକ୍ରିୟ ହୋଇଉଠିଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମାଫିଆମାନେ ବିନାଦ୍ବିଧାରେ ଋଷିକୂଲ୍ୟା ନଦୀର…

ଇଣ୍ଟରପୋଲ୍ ସହାୟତାରେ ଭାରତରୁ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ପ୍ରସ୍ତୁତି

ଭୁବନେଶ୍ୱର,୧୯।୧୧: ମାନବିକତା ବିରୋଧୀ ଅପରାଧ ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏବଂ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାଦୁଜାମାନ୍ ଖାନ୍ କମଲଙ୍କୁ ଢାକା ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ପରେ, ବାଂଲାଦେଶର ଅନ୍ତରୀଣ ମହମ୍ମଦ ୟୁନୁସ୍ ପ୍ରଶାସନ…

ଚିପ୍ସ ପ୍ୟାକେଟ୍‌ରେ ଥିବା ପ୍ଲାଷ୍ଟିକ୍‌ ଖେଳନା ଖାଇ ଶିଶୁ ମୃତ୍ୟୁ ଘଟଣାର ହେବ ତଦନ୍ତ, ସ୍ବାସ୍ଥ୍ୟାଧିକାରୀ କହିଲେ…

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ ପ୍ରଧାନଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ିବା ସହ ବହୁ ପରିବାରର ଶିଶୁଙ୍କ…

“ଲାଲ୍‌କିଲ୍ଲାରୁ କଶ୍ମୀର ପର୍ଯ୍ୟନ୍ତ ଭାରତକୁ ଟାର୍ଗେଟ୍ କରିଛୁ”: ପାକିସ୍ତାନୀ ନେତାଙ୍କ ବଡ଼ ସ୍ୱୀକାରୋକ୍ତି

ନୂଆଦିଲ୍ଲୀ,୧୯।୧୧: ସୀମାପାର ଆତଙ୍କବାଦକୁ ପାକିସ୍ତାନ ଉସୁକାଉଛି ବୋଲି ପୁଣିଥରେ ସ୍ୱୀକାର କରିଛନ୍ତି ଜଣେ ପାକିସ୍ତାନୀ ନେତା। ପାକିସ୍ତାନୀ ନେତା ଚୌଧୁରୀ ଅନୱାରୁଲ ହକ୍ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ “ଲାଲ୍‌କିଲ୍ଲାରୁ ଆରମ୍ଭ କରି କାଶ୍ମୀରର ଜଙ୍ଗଲ ପର୍ଯ୍ୟନ୍ତ” ଭାରତକୁ ଟାର୍ଗେଟ୍ କରିଛନ୍ତି।…

ତୁର୍ଲା ଗାଁ ପରିଦର୍ଶନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ବଲାଙ୍ଗୀର,୧୯ା୧୧(ସୁନିଲ କୁମାର ମହାନ୍ତି): ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ସଚିବ ଏସ୍‌ଏନ୍‌ ଗିରିଶ, ଓରମାସ ଡାଇରେକ୍ଟର, ଦାଦନ ଟାକ୍ସ ଫୋର୍ସ ଟିମ ସଦସ୍ୟ, ଅତିରିକ୍ତ ଜିଲାପାଳ ପବିତ୍ର ବେହେରା, ସିଡିଓ…

ଗମ୍ଭୀରଙ୍କୁ କୋଚ୍ ପଦରୁ ବହିଷ୍କାର କରାଯିବା ଉଚିତ କି ? ସ୍ପଷ୍ଟ ଜବାବ ଦେଲେ ସୌରଭ ଗାଙ୍ଗୁଲି

କୋଲକାତା,୧୯।୧୧: ଇଡେନ ଗାର୍ଡେନ୍ସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ଭାରତର ପରାଜୟ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ପଦରୁ ହଟାଇବା ନେଇ ଉଠିଥିବା ପ୍ରଶ୍ନ ଉପରେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ସଭାପତି ସୌରଭ…

‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ ଥିଲେ ଦେଶର ଚିତ୍ର ଅଲଗା ହୋଇଥାନ୍ତା’

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏନେଇ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରୁ ଏକ…

ରମେଶ୍ୱର-ପାରାଦୀପ ଉପକୂଳ ରାଜପଥକୁ ଖୁବ୍ ଶୀଘ୍ର ମିଳିବ ସବୁଜ ସଙ୍କେତ

ଭୁବନେଶ୍ୱର,୧୯।୧୧: ଓଡ଼ିଶାର ବହୁ ପ୍ରତୀକ୍ଷିତ ରମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ବୁଧବାର ଶ୍ରମ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ…

ଇକୋ ରିଟ୍ରିଟ୍‌ କର୍ମଚାରୀ ଶିଖୁଛନ୍ତି ନିଆଁ ଲିଭାଇବାର କୌଶଳ

ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ ଦେଇ…

ରାଜ୍ୟରେ ବଢ଼ିବ ତହସିଲ ସଂଖ୍ୟା, ସୂଚନା ଦେଇ ରାଜସ୍ବ ମନ୍ତ୍ରୀ କହିଲେ ପ୍ରଥମ ପର୍ଯ୍ୟାୟରେ…

ଭୁବନେଶ୍ୱର,୧୯ା୧୧: ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି…

ବିଦ୍ୟାଳୟ ପାଇଖାନା ଘରେ ପଡ଼ି ଚାଲିଗଲା ଆଦିବାସୀ ଛାତ୍ରୀଙ୍କ ଜୀବନ

କେନ୍ଦୁଝର,୧୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଜଣେ ଛାତ୍ରୀ ପାଇଖାନା ଯାଇଥିବା ବେଳେ ସେଠାରେ ପଡ଼ି ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଶକ୍ତ…

ପୁଅର ନାଁ ରଖିଲେ ପରିଣୀତି: ଅର୍ଥ ଜାଣିଲେ…

ପରିଣୀତି ଚୋପ୍ରା ଏବଂ ରାଘବ ଚଢା ନିକଟରେ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ପ୍ରଶଂସକମାନେ ସେମାନଙ୍କ ପୁଅର ଏକ ଝଲକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ଏହି ଦମ୍ପତି ସେମାନଙ୍କ ଅପେକ୍ଷାର ଅନ୍ତ ଘଟାଇ ଏକ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?