Home Left

ବିଜେପୁରରେ ନବୀନ ଆଗୁଆ

ବିଜେପୁର,୨୩।୫: ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୧୨ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନବୀନ ୩୭୩୫୬ ଭୋଟ ପାଇଥିବାବେଳେ ଭାଜପାର ସନତ କୁମାର ଗଡ଼ତିଆ ୧୫୧୨୯ ଭୋଟ ପାଇଛନ୍ତି।

ବଲାଙ୍ଗୀରରେ ସଙ୍ଗୀତା ସିଂହ ଦେଓ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ପ୍ରଥମ ରାଉଣ୍ଡରେ ଭାଜପାର ସଙ୍ଗୀତା ସିଂହ ଦେଓ ୨୫୬୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡିର କଳିକେଶ ନାରାୟଣ ସିଂହ ଦେଓ ୧୧୧୨ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ସୌମରେନ୍ଦ୍ର ମିଶ୍ର ୬୪୯ ଭୋଟ ପାଇଥିବା ସୂଚନା ମିଳିଛି।

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା ବେଳେ ଶାସକ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ୧୧ ଆସନରେ ଆଗରେ ରହିଛି।…

ବରଗଡ଼ରେ ପୋଷ୍ଟାଲ ପରେ ଇଭିଏମର ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ, ୨୩।୫: ବରଗଡର ଦୁଇ କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ବରଗଡ ପଞ୍ଚାୟତ କଲେଜ ଓ ପଦ୍ମପୁର ଆରଏମସି ଗୋଦାମରେ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମରୁ ପୋଷ୍ଟାଲ ଭୋଟ ଗଣତି ଆରମ୍ଭ ହୋଇଥିଲା। ବରଗଡ଼…

ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ପୁରୀ ଅଫିସ,୨୩।୫: ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୩୯୫ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପିନାକୀ ମିଶ୍ର ୨୩୮୯ ଭାଜପାର ସମ୍ବିତ ପାତ୍ର ୧୯୯୫, କଂଗ୍ରେସର ସତ୍ୟପ୍ରକାଶ…

ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପ୍ରଶାନ୍ତ କୁମାର ଜଗଦେବ ୩ଶହ ୯୯ଭୋଟରେ ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ପ୍ରଶାନ୍ତ ୨୬୫୨,ଭାଜପାର ପୃଥ୍ବୀରାଜ ହରିଚନ୍ଦନ ୨୨୫୩, କଂଗ୍ରେସର…

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା…

ବିହାରରେ ଏନ୍‌ଡିଏ ଆଗରେ ମେଣ୍ଟ ପଛରେ

ପାଟନା,୨୩।୫: ବିହାରର ୩୫ଟି ଯାଗ ଲୋକ ସଭା ଆସନରେ ଏନ୍‌ଡିଏ ଏବେ ସୁଦ୍ଧା ଅଗାରେ ଥିବା ସୂଚନା ମିଳିଛି। ଏଠାରେ ମେଣ୍ଟ କେବଳ ପାଟଳିପୁତ୍ର ଆସନରେ ଆଗୁଆ ରହିଥିବା ଜଣାପଡିଛି।

ଢେଙ୍କାନାଳ ଲୋକ ସଭା, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ବିଧାନସଭା ଆସନରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଅନ୍ତିମ ପର୍ବ ଭୋଟଗଣତି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ଇଭିଏମ୍‌ରୁ ସ୍ପଷ୍ଟ ହେବ ପ୍ରାର୍ଥୀଙ୍କ ଭାଗ୍ୟ। ଏସବୁ ଭିତରେ ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ଆସନ…

ଏଥର ରାହୁଲ ହେବେ ପ୍ରଧାନମନ୍ତ୍ରୀ: ମାକେନ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳଫଳକୁ ଦେଖିଲେ ଏବେ ସୁଦ୍ଧା କଂଗ୍ରେସ ଭାଜପାଠାରୁ ଅଧିକାଂଶ ଆସନରେ ପଛୁଆ ଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି। ସେ କହିଛନ୍ତି,…

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା ବେଳେ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସର ରାୟବରେଲି ଆସନରୁ ଆଗୁଆ ରହିଛିନ୍ତି। ସେହିପରି…

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପ୍ରଥମ ରାଉଣ୍ଡ ଭୋଟ ଗଣତି ହୋଇଛି। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର ସାହୁ, ଡିଏସ୍‌ପି ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?