Home Left

୨୬ ଯାତ୍ରୀଙ୍କୁ ବିମାନରୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ କହିଲା ଏୟାର ଫ୍ରାନ୍ସ୍‌

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀରୁ ଫ୍ରାନ୍ସ୍‌ ଯାଉଥିବା ଏୟାର ଫ୍ରାନ୍ସ୍‌ର ବିମାନ ଏଫ୍‌-୨୨୫ରୁ ୨୬ଜଣ ଯାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ବାହାରି ଯିବାକୁ ବୁଧବାର ସକାଳେ ଅନୁରୋଧ କରାଯାଇଛି। ଯାତ୍ରୀଙ୍କ ଲଗେଜ୍‌ ଅଧିକ ଥିବାରୁ ଏପରି କରାଯାଇଥିବା କୁହାଯାଉଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି କରାଯାଇଥିବା…

ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କଲେ ପିତା

ଲକ୍ଷ୍ନୌ, ୧୦।୭: ଉତ୍ତରପ୍ରଦେଶର ଅମରୋହା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡୋଶୀ ଝିଅଙ୍କୁ କମେଣ୍ଟ ମାରିବାରୁ ପୁଅକୁ ହତ୍ୟା କରିଦେଇଛନ୍ତି ପିତା। କ୍ରୋଧରେ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ଅଭିଯୁକ୍ତ। ସୂଚନାଯୋଗ୍ୟ, ଅମରୋହା ଜିଲାର ଆଦମପୁର ଅଞ୍ଚଳରେ…

କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଜୀବନ ପ୍ରତି ବିପଦ: ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଲେ ଚିଠି

ମୁମ୍ବାଇ,୧୦।୭: କର୍ନାଟକର ୧୦ ବିଦ୍ରୋହୀ ବିଧାୟକ ମୁମ୍ବାଇର ରୋନିସଂସ୍‌ ହୋଟେଲରେ ରହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିବା ନେଇ ସେମାନେ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବିଦ୍ରୋହୀ ବିଧାୟକଙ୍କ ଚିଠି ପୋଲିସ କମିଶନରଙ୍କୁ ମିଳିଥିଲା।…

ବିଧାୟକଙ୍କ ବୁଝାଇବା ପାଇଁ ମୁମ୍ବାଇରେ ପହଞ୍ଚିଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ନେଉନି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ଫଳରେ ମୁମ୍ବାଇର…

ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ କର୍ମଚାରୀଙ୍କ ମୃତ୍ୟୁ

କୋଲକତା,୧୦।୭: ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଣ୍ଡିଂ ଗିୟର ଡୋରରେ ଚାପି ହୋଇ ସ୍ପାଇସ୍‌ ଜେଟ୍‌ ଟେକ୍ନିସିଆନ୍‌ ରୋହିତ ପାଣ୍ଡେଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ରୋହିତ୍‌…

୬୮ ବର୍ଷରେ ପାଦଦେଲେ ରାଜନାଥ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ଶାହ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୦।୭: ଭାଜପା ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ୬୮ ବର୍ଷରେ ପାଦଦେଇଛନ୍ତି। ସେ ୧୯୫୧ ଜୁଲାଇ ୧୦ରେ ଉତ୍ତରପ୍ରଦେଶ ଚାନ୍ଦୌଲିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗ: ଆଙ୍କରୋଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କରୋଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଷାନ୍ତଙ୍କ ନୀଳାଦ୍ରିବିହାରରେ ଥିବା ବାସଭବନ, ଗ୍ୟାରେଜ, ନବରଙ୍ଗପୁର ଗ୍ରାମର ପୈତୃକ…

ମଦ ନିଶାରେ ହାତରେ ୪ ବନ୍ଧୁକ ଧରି ନାଚିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଡେରାଡୁନ୍‌,୧୦।୭: ଉତ୍ତରାଖଣ୍ଡର ଭାଜପା ବିଧାୟକ କୁଓ୍ବଁର ପ୍ରଣବ ସିଂ ଚମ୍ପିୟନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମଦ ନିଶାରେ ଚୁର୍‌ ହୋଇ ପ୍ରଣବ ହାତରେ ୪ଟି ବନ୍ଧୁକ ଧରି…

ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍‌ଟିଫ୍‌। ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟରମାନେ ଭୟଭୀତ ହୋଇପଡିଲେଣି।…

ଭୁଶୁଡ଼ିଲା ଦୁଇ ମହଲା କୋଠା: ଅଳ୍ପକେ ବର୍ତ୍ତିିଲେ ପରିବାର ଲୋକେ

ଜଟଣୀ,୧୦ା୭(ଡି.ଏନ.ଏ.): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ରାଜାବଜାର ଅଞ୍ଚଳରେ ଏକ ବହୁ ପୁରୁଣା ୨ ମହଲା କୋଠାଘରର ଅର୍ଦ୍ଧାଧିକ ଅଂଶ ମଙ୍ଗଳବାର ସନ୍ଧ୍ୟାରେ ଭୁଶୁଡି ପଡ଼ିଥିଲା। ସୌଭାଗ୍ୟକୁ ଏହା ମଧ୍ୟରେ ରହୁଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହେଲେ ୬ଟି ଛେଳି ପଥର…

ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ ପାଖରେ ଖବର ନାହିଁ। ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଅଡିଟୋରିୟମରେ ବସି ଦେଖିବା ପାଇଁ…

ଜୀବନ ସହ ସାଂଘାତିକ ଖେଳ: ଫୋନ୍‌ରେ ରକ୍ତ ନାଁରେ ମିଛ ପ୍ରଚାର

ପୁରୁଣା ଭୁବନେଶ୍ୱର, ୧୦। ୭ (ଡି.ଏନ.ଏ.): ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ଏକ ମିଥ୍ୟା ଖବର। ସରକାର ‘ବ୍ଲଡ୍‌ ଅନ୍‌ କଲ୍‌’ ନାମରେ ଏକ ନୂଆ ଯୋଜନା ଆଣିଛନ୍ତି ବୋଲି ସେଥିରେ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଭାରତର ଯେକୌଣସି ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?