୧୮ରେ ଏଲ୍ଆଇସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ
କଟକ ଅଫିସ,୧୬।୭: ଭାରତୀୟ ଜୀବନବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଏମ୍.ଆର୍ କୁମାର ଚଳିତ ମାସ ୧୮ରେ ଓଡିଶା ଆସୁଛନ୍ତି। ଏହି ଅବସରରେ ତାଙ୍କୁ ଏଲ୍ଆଇସି କଟକ ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି କରାଯାଇଥିବା ବରିଷ୍ଠ ମଣ୍ଡଳ…
ରାଜ୍ୟ ଗାଇଡ୍ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ ବିଶ୍ୱ ସ୍କାଉଟସ୍ ଜାମ୍ବୋରୀରେ ଜଣେ ଆନ୍ତର୍ଜାତୀୟ ସେବାଦଳର ସଦସ୍ୟାଭାବେ ଯୋଗଦେବେ। ଓଡ଼ିିଶାରୁ ପ୍ରତିନିଧିତ୍ୱ କରିବା…
ଶ୍ରୀଜଗନ୍ନାଥଙ୍କ ପ୍ରସ୍ଥାନ, ପ୍ରତ୍ୟାବର୍ତ୍ତନ ନାହିଁ: ଗବେଷକ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥ ମାନବସମାଜକୁ ସଂସ୍କାରିତ ଜୀବନର ବାର୍ତ୍ତା ଦେଇଥାନ୍ତି। ଦେବତା ହୋଇ ମଧ୍ୟ ମାନବସମାଜର ଧର୍ମ, କର୍ମ, କର୍ତ୍ତବ୍ୟ ଓ ପରିପାଳନର ସନ୍ଦେଶ ଦିଅନ୍ତି। ତାଙ୍କର ରୀତିନୀତି, ପୂଜା-ପରମ୍ପରାରେ ମାନବୀୟ ଲାଳାଖେଳାର ଚିତ୍ର ପ୍ରକାଶ ପାଇଥାଏ। ସେଥିପାଇଁ ସେ ପୁରୁଷୋତ୍ତମ…
‘ମିସ୍ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ’: ଟାଇଟଲ ଜିତିଲେ ଓଡ଼ିଆ ଝିଅ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍-୮ ଡିଏଭିରେ ଦଶମ ଶ୍ରେଣୀରେ ପଢୁଥିବା ଲାବଣ୍ୟା ଏହି ଟାଇଟଲ ଜିତି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ରବିବାର ରାତିରେ…
ସୀମା ପାର ହୋଇ ବର ଯାଉଛନ୍ତି ସତ ହେଲେ ସାଙ୍ଗରେ କନ୍ୟାକୁ ଧରି ଫେରି ପାରୁନାହାଁନ୍ତି
ଜୟପୁର,୧୬।୭: ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଜୈସଲମେର, ବାଡମେର ଓ ଯୋଧପୁରରେ ରହୁଥିବା ସୌଡ଼ା ରାଜପୁତ ପରିବାରର ବରମାନେ ସୀମାପାର ହୋଇ ପାକିସ୍ତାନ ବିବାହ କରିବାକୁ ଯାଉଛନ୍ତି। ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ କିନ୍ତୁ ଏମାନେ ସାଙ୍ଗରେ…
ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍ଡିଏମ୍ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ
ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍ଡିଏମ୍ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍ଡିଏମ୍ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ ଏସ୍ଡିଏମ୍ ମୁର୍ଦ୍ଦାବାଦ୍ ସ୍ଲୋଗାନ୍ ଦେଇଥିଲେ। ସ୍ଥାନୀୟ ଏସ୍ଡିଏମ୍ ଏଲ୍. ମିଣାଙ୍କ ପାଖକୁ ବିଦ୍ୟୁତ୍ ସମସ୍ୟା…
ବଙ୍ଗଳା ଫିଲ୍ମରେ ‘ରଙ୍ଗବତୀ’
ଭୁବନେଶ୍ୱର,୧୬।୭(ବ୍ୟୁରୋ): ହିନ୍ଦୀ ପରେ ବଙ୍ଗଳା ସିନେମାରେ ସ୍ଥାନ ପାଇଛି ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ। ୭୦ ଦଶକର ପ୍ରସିଦ୍ଧ ଏହି ଗୀତକୁ ଶ୍ରୋତାମାନେ ତେଲୁଗୁ ଓ ହିନ୍ଦୀ ଭାଷାରେ ଶୁଣିବା ପରେ ଏବେ ବଙ୍ଗଳା ଭାଷାରେ ଶୁଣିବାର ଅବସର ପାଇବେ। ଅକ୍ଷୟ…
ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ
ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ ଅଞ୍ଚଳରେ ଥିବା ସମତଇ ବିଧାନସଭା ଆସନର ଭାଜପା ବିଧାୟକ ମୃଣାଳ ସେକିଆ ବନ୍ୟା ପ୍ରଭାବିତଙ୍କ…
ଭିଜିଲାନ୍ସ ଜାଲରେ ୯ ଆଇଏଏସ୍, ୨୨୭ ଓଏଏସ୍
ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ ଦୁର୍ନୀତିରୁ ଦୂରରେ ନାହାନ୍ତି। ବିଜେଡି ସରକାର ପ୍ରଶାସନିକ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଆସୁଥିବା…
ବିଧାନସଭା ପ୍ରଶ୍ନୋତ୍ତର: ସରକାରୀ କର୍ମଚାରୀଙ୍କ ଦରମା, ପେନ୍ସନ ୩୮,୮୦୦ କୋଟି
ଭୁବନେଶ୍ୱର,୧୬।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ସରକାରୀ କର୍ମଚାରୀଙ୍କ ଦରମା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୩୮ ହଜାର ୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସରକାରୀ କର୍ମଚାରୀଙ୍କ ଦରମା ବାବଦରେ ୨୫ ହଜାର ୫୦୦ କୋଟି ଏବଂ…
ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ
ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ଏହି ଆଳତିକୁ କିଛି ସମୟ ପୂର୍ବରୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅପରାହ୍ନ ପ୍ରାୟ…
ଖର୍ଚ୍ଚ ଦାବି ଆଲୋଚନାରେ ସରକାରଙ୍କୁ ବିରୋଧ
ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଅବକାରୀ ବିଭାଗର ଖର୍ଚ୍ଚ ଦାବି ଉପରେ ସୋମବାର ଅପରାହ୍ନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ ଭାଗ ନେଇଥିଲେ। ବିରୋଧୀ ସଦସ୍ୟମାନେ ରାଜ୍ୟ…

