ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ
ଧାମନଗର, ୧୭।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପନ୍ଦରବାଟିଆ ନୋଡାଲ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ସେକ୍ ଅବଦୁଲ ଖଲିଫ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଅଭିଭାବକମାନେ…
କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା: ମହାକାଳପଡ଼ା, ରାଜନଗରରେ ଏହାର ପ୍ରଭାବ
କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା/ରାଜନଗର ୧୭।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ ଅଭିଯୁକ୍ତଙ୍କୁ ଧରିବାରେ…
‘ସ୍ମାଇଲ୍’ ବହୁଳ ବ୍ୟବହୃତ ଇମୋଜି: ନିର୍ମାତା କିଏ ଜାଣନ୍ତୁ
ପ୍ରତିବର୍ଷ ଜୁଲାଇ ୧୭କୁ ‘ଇମୋଜି ଡେ’ ଭାବେ ପାଳନ କରାଯାଏ । ୨୦୧୪ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିକାଲିର ସମୟରେ ମେସେଜର ବହୁଳ ବ୍ୟବହାର ତଥା ଇମୋଜିର ପ୍ରୟୋଗକୁ ଦୃଷ୍ଟିରେ ରଖି ଏହି ଦିବସ ପାଳିତ ହେଉଛି। ତେବେ ବିଭିନ୍ନ…
ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ
ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ ସେଠାରେ ଉପସ୍ଥିତ ଥିଲେ। ଭୂକମ୍ପ ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର…
ମାତାପିତାଙ୍କ ଝଗଡ଼ା ଯୋଗୁ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଚିଠି ଲେଖିରେ ନାବାଳକ ପୁତ୍ର
ପାଟନା,୧୭।୭: ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଯୋଗୁ ସନ୍ତାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ଏଠାରେ ବାସ କରୁଥିବା ଜଣେ ଛୋଟ ପିଲା ମାତାପିତାଙ୍କ ମଧ୍ୟରେ ଲାଗି ରହିଥିବା ଝଗଡ଼ାରେ ମାନସିକ ଅବସାଦଗ୍ରସ୍ତ ହୋଇ…
ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲ କରି ପୁଣି କ୍ଷମା ମାଗିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ, ୧୭।୭: ବଲିଉଉ ଅଭିନେତ୍ରୀ ତଥା ସ୍ତ୍ରୀ ହେମାମାଳିନୀଙ୍କୁ ଟ୍ରୋଲକ କରି ପୁଣି କ୍ଷମା ମାଗିଛନ୍ତି ଅଭିନେତା ଧର୍ମେନ୍ଦ୍ର। ନିକଟରେ ସଂସଦ ପରିସରରେ ଆୟୋଜିତ ଏକ ସଫେଇ ଅଭିଯାନରେ ଭାଗ ନେଇ ଭାଜପା ଏମପି ହେମାମାଳିନୀ କୌଣସି ଅଳିଆ ନ ଥିବା…
ରାଜନଗର ଗୁପ୍ତି ଷ୍ଟେଟ୍ ବ୍ୟାଙ୍କରୁ ଚୋରି
ରାଜନଗର,୧୭।୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗୁପ୍ତିସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ବୁଧବାର ସକାଳୁ ସ୍ଥାନୀୟ ଲୋକେ ଏହା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଖବର ଦେଇଥିଲେ। ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର
ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ ସ୍କୁଲରେ ଛୋଟପିଲାଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ପାଇଁ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।…
ଆଜି ବିଶ୍ୱ ଇମୋଜି ଦିବସ: ଭାରତରେ ଦୁଇଟି ଇମୋଜିର ବ୍ୟବହାର ଅଧିକ
ପ୍ରତିବର୍ଷ ଜୁଲାଇ ୧୭ରେ ସାରା ବିଶ୍ୱରେ ‘ବିଶ୍ୱ ଇମୋଜି ଦିବସ’ ପାଳିତ ହୁଏ। ଆଜିକାଲି ସ୍ମାର୍ଟଫୋନର ଯୁଗ। ତେଣୁ ଇମୋଜିର ଅର୍ଥ କହିଲେ ସମସ୍ତଙ୍କୁ ଜଣାଥିବ। ବର୍ତ୍ତମାନ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ଗତିରେ ଇମୋଜିର ପ୍ରଚଳନ ହେଉଛି। ବିଶେଷକରି ଚାଟିଙ୍ଗ୍…
କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: ଅପରେଶନ ବେଳେ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି, ସୂତା
କେନ୍ଦ୍ରାପଡ଼ା ଅଫିସ,୧୭।୭: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଅସାବଧାନତା ଯୋଗୁ ପ୍ରସବ ନିମନ୍ତେ ଆସିଥିବା ଜନୈକା ମହିଳାଙ୍କ ଅପରେଶନ ସମୟରେ ପେଟରେ ରହିଯାଇଥିଲା ଛୁଞ୍ଚି ଓ ସୂତା। ଯନ୍ତ୍ରଣା ହେବା ପରେ ପୁନର୍ବାର…
ଆସାମରେ ବନ୍ୟା ତାଣ୍ଡବ: ୧୭ ମୃତ, ୨୫୦ କୋଟି ଟଙ୍କା ସହାୟତା ଯୋଗାଇଦେଲେ କେନ୍ଦ୍ର ସରକାର
ଗୁଆହାଟି, ୧୭।୭: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ରାଜ୍ୟର ୩୩ ଜିଲାରୁ ୨୧ଟି ଜିଲାରେ ଏବେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨୫୦…
ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ: ସାବିତ୍ରୀଙ୍କୁ ଭୋଟ ଦେବାକୁ ନିବେଦନ
କେନ୍ଦ୍ରାପଡ଼ା ଅଫିସ,୧୭।୭: ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ବୁଧବାର ଓହ୍ଲାଇଛନ୍ତି। ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ଡେରାବିଶ ବ୍ଲକ ବାରିମୂଳ ହେଲିପ୍ୟାଡ୍ରେ ଓହ୍ଲାଇ ନିର୍ବାଚନୀ ପ୍ରଚାର…

