Home Left

ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର

ଯୋଡ଼ା,୨୬।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟ ରାସ୍ତାରେ ଶନିବାର ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିଛି। ରାସ୍ତା କଡରେ ଥିବା ତେଜରାତି ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ପୂର୍ବାହ୍ନରେ ଯୋଡାରୁ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି ପଡ଼ିବାରୁ ଜଣେ ୧୦ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି।…

ଖୋଲିଲା ରେଙ୍ଗାଳି ଡ୍ୟାମର୍‌ ୯ ନମ୍ବର ଗେଟ୍‌

କଣିହାଁ,୨୬।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀନଦୀର ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇଛି। ଜଳସ୍ତର ବୃଦ୍ଧି ଯୋଗୁ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ଷଷ୍ଠ ଥର ପାଇଁ ୯ ନମ୍ବର ଗେଟ୍‌ ଖୋଲାଯାଇଛି। ନଦୀବନ୍ଧକୁ ପ୍ରତି ସେକେଣ୍ଡରେ ୨୪୫୬…

ବେତଡ଼ା ଦୃଷ୍ଟିହୀନ ସ୍କୁଲ ପରିଦର୍ଶନ କଲେ ଜିଲାପାଳ

ଭଦ୍ରକ ଅଫିସ,୨୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଶନିବାର ଆରଏନ୍‌ ବେତଡ଼ାସ୍ଥିତ ଅଭିନ୍ନ ସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଜିଲାପାଳ ସେଠାରେ ସକାଳୁ ପହଞ୍ଚି ଅନ୍ତେବାସୀଙ୍କ ସହ କିଛି ସମୟ କାଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି।

ପ୍ରେମ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସୁନ୍ଦର ଅଭିନୟ ଯୋଗୁ ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏଥିପାଇଁ ଜାତୀୟ ପୁରସ୍କାର ପାଇଥିବା ରବୀନାଙ୍କର ଆଜି ଅର୍ଥାତ୍‌ ଶନିବାର ଜନ୍ମଦିନ। ୨୬ ଅକ୍ଟୋବର ୧୯୭୪ରେ ଜନ୍ମଗ୍ରହଣ କରିଥିବା ସମ୍ପୃକ୍ତା ଅଭିନେତ୍ରୀ…

ସମୁଦ୍ର ମଝିରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ମତ୍ସ୍ୟଜୀବୀ ଉଦ୍ଧାର

ମହାକାଳପଡ଼ା, ୨୬।୧୦ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଇଞ୍ଜିନ୍‌ଚାଳିତ ଡଙ୍ଗା ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଡଙ୍ଗାରେ ଥିବା ୪ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର…

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ମହାରାଷ୍ଟ୍ରର ମୋଟ ୨୮୮ ବିଧାୟକଙ୍କ ମଧ୍ୟରୁ ୫୭ ପ୍ରତିଶତ ସ୍ନାତକ ପାସ୍‌ କରିଥିବାବେଳେ ହରିୟାଣାରେ…

ଦୁର୍ବଳ ହେଉଛି ଲଘୁଚାପ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହୋଇଥିବାବେଳେ ଏହା ଘୂର୍ଣ୍ଣିବଳୟରେ ପରିଣତ ହୋଇ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି। କ୍ରମାଗତ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ…

ଜେଜେପି ଛାଡିଲେ ତେଜ୍‌ବାହାଦୂର ଯାଦବ: ଭାଜପା ସହିତ ମେଣ୍ଟ ହରିୟାଣାବାସୀଙ୍କ ସହିତ ବିଶ୍ୱାସଘାତକତା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଭାଜପା ଜେଜେପି ସହିତ ମେଣ୍ଟ ସରକାର ଗଠନକୁ କଡ଼ା ସମାଲୋଚନା କରିଛନ୍ତି ତେଜ୍‌ବାହାଦୂର ଯାଦବ । ଏହାକୁ ବିରୋଧ କରି ସେ ଜେଜେପି ଛାଡିଥିବା ଘୋଷଣା କରିଛନ୍ତି। କରନାଲ୍‌ରୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ସହିତ ନିର୍ବାଚନ ଲଢ଼ି ପରାଜିତ…

ସରକାରୀ ଅର୍ଥ ହେରଫେର ମାମଲାରେ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗିରଫ

ଚାନ୍ଦବାଲି,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ତଥା ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କୁ ବାଂଶଡ଼ା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ସରକାରୀ ଅର୍ଥ ହେରଫେର ମାମଲାରେ ବିଡିଓ ଶ୍ୟାମସୁନ୍ଦର ଟୁଟୁଙ୍କ ଅଭିଯୋଗକ୍ରମେ…

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି ଭାବେ ପରିଚିତ। ଏହାର ରଚୟିତା ଲିଓନାର୍ଡୋ ଦା ଭିଞ୍ଚିି। ଏହି…

ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩ ଝାଡ଼ଖଣ୍ଡୀ ହାତୀ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?