Home Left

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତା ବନ୍ଦନା ହେଉଛନ୍ତି ଗ୍ରାମର ସୁଶାନ୍ତ କାଣ୍ଡିଙ୍କ କନ୍ୟା।…

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର…

କାଲିଫର୍ନିଆ ଜଙ୍ଗଲରେ ନିଆଁ : ଜଳିଗଲା ବହୁ ହଲିଉଡ୍‌ ଷ୍ଟାରଙ୍କ ଘର

ସାକ୍ରାମେଣ୍ଟୋ,୩୦।୧୦: ଗତ ସପ୍ତାହରୁ ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ପବନର ତୀବ୍ର ଗତି ଯୋଗୁ ଏହି ନିଆଁ ଏବେ ପ୍ରସିଦ୍ଧ ସହର ଲସ୍‌ଏଞ୍ଜେଲସ୍‌କୁ ବ୍ୟାପିଛି। ଏହି ଅଗ୍ନିକାଣ୍ଡ ଯୋଗୁ ୩ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ…

ପୁଣି ଜନତା ଦଳ ୟୁନାଇଟେଡ୍‌ର ଅଧ୍ୟକ୍ଷ ହେଲେ ନୀତୀଶ

ନୂଆଦିଲ୍ଲୀ,୩୦।୧୦: ଦ୍ବିତୀୟଥର ପାଇଁ ଜନତା ଦଳ ୟୁନାଇଟେଡର ଅଧ୍ୟକ୍ଷ ହେଲେ ନୀତୀଶ କୁମାର। ବୁଧବାର ନୂଆଦିଲ୍ଲୀ ସ୍ଥିତ ମାବଲଙ୍କର ହଲ୍‌ରେ ଜନତା ଦଳ ୟୁନାଇଟେଡ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୀତୀଶଙ୍କୁ ଦ୍ବିତୀୟ ଥର ପାଇଁ ଦଳର ଅଧ୍ୟକ୍ଷ ଭାବେ…

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି କୂଟନୀତି, ସବୁଥିରେ ଦକ୍ଷତା ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ…

ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଆବେଦନ ଖାରଜ: ବିଚାର ବିଭାଗୀୟ ହାଜତକୁ ଗଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୩୦।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ବୁଧବାର ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ ନଭେମ୍ବର ୧୩ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ସହ ଇଡିର…

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ କରିଥାଏ। ଏଠାକାର ବାସିନ୍ଦା ନଈ ବାଲିରୁ ସୁନା ସଂଗ୍ରହ କରିଥାନ୍ତି। ରତ୍ନଗର୍ଭାର ମାଟିତଳେ ଅନେକ…

ବିରାଟ କୋହଲି ସମେତ ୨୦ ଖେଳାଳିଙ୍କୁ ଭାଇ କଲେ ଏହି ଯୁବତୀ

ବେଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ପ୍ରଥମଥର ପାଇଁ ଜଣେ ଯୁବତୀଙ୍କୁ ସର୍ପୋଟିଂ ଷ୍ଟାଫ୍‌ ଭାବେ ନିଯୁକ୍ତି ଦେଇଛି। ସେ ହେଉଛନ୍ତି ନବନୀତା ଗୌତମ। ମସାଜ ଥେରାପିଷ୍ଟ ଭାବେ…

ବିଶ୍ୱର ଭିନ୍ନ ପ୍ରକାରର ଜୀବ: କାହାର ଥଣ୍ଟ ଚାମଚ ପରି, ଆଉ କିଏ ବିପରୀତ ଦିଗରୁ ଉଡ଼ିଥାଏ

ବିଶ୍ୱରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦେଖିବାକୁ ସୁନ୍ଦର ତ ଆଉ କିଛି ଦେଖିଲେ ଡର ଲାଗିଥାଏ। ଜାଣିବା ସେମିତି କିଛି ଭିନ୍ନ ପ୍ରକାରର ଦେଖାଯାଉଥିବା ଜୀବଙ୍କ ବିଷୟରେ। ଷ୍ଟାର ନୋଜ୍‌ଡ ମୋଲ: ଏହାର ମୁହଁ ଦେଖିବାକୁ…

ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା, ଭଣଜା ଅଟକ

ଆନନ୍ଦପୁର,୩୦।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହରିପୁରା ଗ୍ରାମରେ ସ୍ବାମୀଙ୍କ ଦଶାହରେ ସ୍ତ୍ରୀଙ୍କ ଆତ୍ମହତ୍ୟା କରିଛନ୍ତି। ସେହିଭଳି ଉକ୍ତ ବ୍ୟକ୍ତିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୋଲିସ ଭଣଜାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ଚର୍ଚ୍ଚା ଜୋର…

ଭଙ୍ଗାଯିବ ୩୫ ବିଧାୟକଙ୍କ କ୍ୱାଟର୍‌, ଖୁବ୍‌ଶୀଘ୍ର ଜାରି ହେବ ନୋଟିସ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାର ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ। ବିଧାନସଭା ନିକଟରେ ଥିବା ବିଧାୟକ କଲୋନୀର ୩୫ଜଣ ବିଧାୟକଙ୍କ କ୍ୱାଟର ଭଙ୍ଗାଯିବ। ୪ଶହ କୋଟି ଟଙ୍କା ବ୍ୟୟରେ ୧୪୦ ବିଧାୟକଙ୍କ ପାଇଁ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରାଯିବ।…

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଫାଇନାଲରେ ଶିବ, ପୂଜା

ଟୋକିଓ,୩୦।୧୦(ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକଧାରୀ ଶିବ ଥପ୍ପା (୬୩ କେଜି) ଓ ପୂଜାରାଣୀ (୭୫ କେଜି) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ବକ୍ସିଂ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଆଉ ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?