ନିଖୋଜ ବୃଦ୍ଧଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର
ଭଣ୍ଡାରିପୋଖରୀ,୪।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ବୈତରଣୀ କୂଳରୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ, ରଘୁନାଥପୁର ଗ୍ରାମର ଦାମୋଦର ବୋଇତାଇ(୮୪) ଗତ ଅଗଷ୍ଟ ୧୮ ତାରିଖ ରବିବାର ପୂର୍ବାହ୍ନରେ…
ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ବାତିଲ କଲା ଭାରତ
ନୂଆଦିଲ୍ଲୀ, ୪।୯: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ୟି ସେପ୍ଟେମ୍ବର ୯ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଗସ୍ତକୁ ସ୍ଥଗିତ କରିବାକୁୁ ପରାମର୍ଶ ଦେଇଛି ଭାରତ। ଏହି ଗସ୍ତ କାଳରେ ଓ୍ବାଙ୍ଗ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା…
ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ କଲେ ପାକିସ୍ତାନୀ ବିକ୍ଷୋଭକାରୀ
ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ ପାକିସ୍ତାନୀ ବିକ୍ଷୋଭକାରୀ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି। ସେମାନେ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ…
ଲଗାଣ ବର୍ଷାରେ ବେହାଲ ମାୟାନଗରୀ: ସହରରେ ଆଲର୍ଟ, ସ୍କୁଲ, କଲେଜ ବନ୍ଦ
ମୁମ୍ବାଇ,୪।୯: ମୁମ୍ବାଇ ଓ ଆଖପାଖ ଜିଲାରେ ମଙ୍ଗଳବାର ଲଗାତାର ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ମୁମ୍ବାଇର କିଙ୍ଗ୍ ସର୍କିଲ ଓ ଗାନ୍ଧୀ ମାର୍କେଟ ଅଞ୍ଚଳରେ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା…
ନିକ୍ଙ୍କ ବୟସ କମାଇ ଟ୍ରୋଲ୍ ହେଲେ ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍ ଜୋନାସ୍ଙ୍କ ବୟସ କମ୍ ଲେଖି ଟ୍ରୋଲ୍ ହୋଇଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍ ଟକିଲା ବ୍ରାଣ୍ଡ୍ ଭିଲା ଲଞ୍ଚ୍ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରିୟଙ୍କା। ଫଟୋଟି ଶେୟାର କରି ୨୭…
ନୂଆ ନିୟମ: ଗାଡ଼ିଠାରୁ ମହଙ୍ଗା ହେଲା ଜରିମାନା
ଗୁରୁଗ୍ରାମ,୪।୯: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ମୋଟର ଯାନ ସଂଶୋଧନ ଆଇନ ଲାଗୁ ହୋଇଛି। ଫଳରେ ଟ୍ରାଫିକ୍ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ତୁଳନାରେ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି। ଏହି ନିୟମ ଅନୁସାରେ, ଗୁରୁଗ୍ରାମର ଜଣେ ସ୍କୁଟର…
ଶିବ କୁମାରଙ୍କ ଗିରଫ ନେଇ କର୍ନାଟକରେ ହିଂସାକାଣ୍ଡ: ଜଳିଲା ୨ ବସ୍, ସ୍କୁଲ-କଲେଜ ବନ୍ଦ
ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ.ଶିବକୁମାରଙ୍କ ଗିରଫ ପରେ ସ୍ଥିତି ଅଣାୟତ୍ତ ହୋଇଛି। ଏଠାରେ କଂଗ୍ରେସ ସମର୍ଥକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ରାମନଗରରେ ୨ ବସ୍କୁ ପ୍ରଦର୍ଶନକାରୀ ଜଳାଇ ଦେଇଛନ୍ତି। ସେହିପରି ୧୦ରୁ ଅଧିକ ବସ ଉପରେ ପଥରମାଡ଼…
ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି
ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ତ୍ୟାଗ ଲାଗି ଆହ୍ବାନ ଦେଇଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…
ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ
ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ ସନ୍ଥଙ୍କ ପ୍ରତିବାଦରେ ସାମିଲ ହେବା ଲାଗି ଦିନେ ଦୁଇଦିନ ମଧ୍ୟରେ ସାରା ଭାରତବର୍ଷରୁ ପ୍ରାୟ…
ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି: ଧର୍ମେନ୍ଦ୍ର
ଭୁବନେଶ୍ୱର,୪ା୯(ବ୍ୟୁରୋ):ଅଳ୍ପ ଖର୍ଚ୍ଚରେ ଅଧିକ ଲକ୍ଷ୍ୟ ହାସଲ ଓ ଶ୍ରମିକ କଲ୍ୟାଣ ପରସ୍ପର ପରିପନ୍ଥୀ ନୁହନ୍ତି। ଉଭୟଙ୍କୁ ଏକାସଙ୍ଗେ ହାସଲ କରିହେବ ବୋଲି ଇସ୍ପାତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ଟ୍ରେଡ ୟୁନିୟନ ନେତୃମଣ୍ଡଳୀ ସହିତ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ଦକ୍ଷତା ବିକାଶ ଚିନ୍ତା ସିଙ୍ଗାପୁରର ସହାୟତା ନେବ ଓଡ଼ିଶା:ଆଇଟିଆଇ ପରେ ସିଙ୍ଗାପୁରରେ ପ୍ରଶିକ୍ଷଣ ନେବେ ପଲିଟେକ୍ନିକ୍ ପ୍ରଶିକ୍ଷକ
ଭୁବନେଶ୍ୱର,୪ା୯(ବ୍ୟୁରୋ):ଦକ୍ଷତା ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ଓଡ଼ିଶା ଏବଂ ସିଙ୍ଗାପୁର। ଧନ୍ଦାମୂଳକ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ସିଙ୍ଗାପୁର ସରକାରଙ୍କ ସାହାଯ୍ୟ ଲୋଡ଼ିବ ଓଡ଼ିଶା। ରାଜ୍ୟରେ ଥିବା ଆଇଟିଆଇ ଏବଂ ପଲିଟେକ୍ନିକ୍ଗୁଡ଼ିକରେ ଯେପରି…
ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା: ୩ ଗିରଫ
ଖୁଣ୍ଟୁଣୀ,୪ା୯(ଡି.ଏନ୍.ଏ.):ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚୌଦ୍ୱାର ଥାନା ଅନ୍ତର୍ଗତ ମାହାଳପଡ଼ା ଗ୍ରାମର ଗୋଲକ ପ୍ରଧାନ(୪୯)ଙ୍କୁ ସଂଘବଦ୍ଧଭାବେ ପିଟିପିଟି ହତ୍ୟା କରାଯାଇଛି। ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଅଭିଯୋଗକ୍ରମେ ଖୁଣ୍ଟୁଣୀ ପୋଲିସ ଏକ ହତ୍ୟା ମାମଲା (ନଂ.୧୦୧/୧୯)ରୁଜୁ କରି ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…
Archives


