୫୬୦ ନେତା, କର୍ମୀ ଗିରଫ
ଜମ୍ମୁ,୮ା୮(ପି.ଟି.): ଜମ୍ମୁ-କଶ୍ମୀରରେ ସୁରକ୍ଷା ସଂସ୍ଥାଗୁଡ଼ିକ ବିଭିନ୍ନ ରାଜନୈତିକ ଦଳର ୫୬୦ ନେତା ଓ କର୍ମୀଙ୍କୁ ଗିରଫ କରିଛନ୍ତି। ଉପତ୍ୟକାରେ ଶାନ୍ତିଭଙ୍ଗ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଗିରଫ ନେତାଙ୍କ ମଧ୍ୟରେ…
ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ
ପ୍ରୋଭିଡେନ୍ସ (ଗୁୟାନା),୮।୮(ପି.ଟି.)- ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ…
ଜେଇଏମ୍ ଟାର୍ଗେଟରେ ମୁମ୍ବାଇ
ନୂଆଦିଲ୍ଲୀ,୮ା୮: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ (ଜେଇଏମ୍) ମୁମ୍ବାଇକୁ ଟାର୍ଗେଟ କରିପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ସରକାରଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀରର ସୁରକ୍ଷା ବଳ ଉପରେ ଆକ୍ରମଣ ବଢ଼ାଇବା ପାଇଁ ଜେଇଏମ୍ ଯୋଜନା କରିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ…
ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା
ତାଳଚେର,୮ା୮(ନି.ପ୍ର.) ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି। ଏପରି ଘଟଣା ଜଣାପଡ଼ିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ…
ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ
ଚଣ୍ଡିଖୋଲ,୮ା୮(ଡି.ଏନ୍.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ, ବଡ଼ଚଣା ଓ ବାଲିକୁଦା ବଜାର ଲଗାଣ ବର୍ଷା ଯୋଗୁ ଜନଶୂନ୍ୟ ରହିଥିଲା। ଅପରପକ୍ଷେ…
ଅନୁଗୋଳ ପୌରପାଳିକାର ପଦକ୍ଷେପ: ଡେଲି ମାର୍କେଟରେ ଫଳ, ପରିବା ବ୍ୟବସାୟ
ଅନୁଗୋଳ ଅଫିସ,୮।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବୁଧବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରରେ ବୁଲି ଠେଲାରେ ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଡେଲି ମାର୍କେଟରେ ବ୍ୟବସାୟ ପାଇଁ କୁହାଯାଇଛି। ଏପରି କି ସହରର ବିଭିନ୍ନ ସ୍ଥାନରେ ବସୁଥିବା ପରିବା…
ଜାରକା ବଜାରର ବାଇପାସ୍ ରାସ୍ତା କୃତ୍ରିମ ବନ୍ୟା
ଧର୍ମଶାଳା,୮ା୮(ଡି.ଏନ୍.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ବଜାର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଡ୍ରେନ୍ ସଫା ନ ହୋଇ ପଡିରହିଛି। ଏବେ ଲଗାଣ ବର୍ଷା ହେବାରୁ ପାଣି ନିଷ୍କାସନ ହୋଇ ନ ପାରି ଅନେକ ଦୋକାନ ବଜାରରେ…
ଜିନ୍ଦଲଙ୍କ ୮୯ତମ ଜୟନ୍ତୀ ପାଳିତ
କଳିଙ୍ଗନଗର,୭ା୮(ଡି.ଏନ୍.ଏ.): ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୮୯ତମ ଜନ୍ମ ଜୟନ୍ତୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରଠାରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ କମ୍ପାନୀର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଅଭ୍ୟୁଦୟ ଜିନ୍ଦଲ, ସିଓଓ ତରୁଣ ଖୁଲ୍ବେ, କାରଖାନା ମୁଖ୍ୟ ଆର.ଏସ୍. ବୈଦ୍ୟ…
ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ଧର୍ମଶାଳା,୮ା୮(ଡି.ଏନ୍.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ଗ୍ରାମରେ ବୁଧବାର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ଦିଗାମ୍ବରପୁର ଗ୍ରାମର ଶରତ ଖଟୁଆ (୩୫)। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।…
ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ
ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ…
ସମ୍ଭାବ୍ୟ ବନ୍ୟା ଆଶଙ୍କା : ମୁକାବିଲା ପାଇଁ ପ୍ରଶାସନ,ଜଳସମ୍ପଦ ବିଭାଗ ପ୍ରସ୍ତୁତ
ଭଞ୍ଜନଗର,୮।୮(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ପଡିବା ସମ୍ଭାବନା ରହିଛି। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି।…
ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା
ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା…
Archives


