ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ
ମାଲକାନଗିରି,୧୪।୯(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀମାନେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟକରି ପୋଲିସ ସୂଚନାଦାତା ଦର୍ଶାଇ ସର୍ବସମ୍ମୁଖରେ ଗଳାକାଟି ହତ୍ୟା କରିଛନ୍ତି। ଗ୍ରାମବାସୀଙ୍କୁ ପୋଲିସ ଇନ୍ଫର୍ମର କାମ ବନ୍ଦ କରିବାକୁ…
ମେନ୍ଧର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୪।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଶନିବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ପ୍ରାୟ ୯ଟା ୩୦ରେ ମୋର୍ଟାର ମାଡ କରିବା ସହ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…
ଜାପାନରେ ୭୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଶହେ ବସନ୍ତ
ଟୋକିଓ,୧୪।୯: ଜପାନରେ ଜନ୍ମହାର କମ୍ ହେବା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରଥମ ଥର ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧ ହଜାର ଟପି ଯାଇଛି। ଦେଶରେ ଲାଗାତାର ୪୯…
ବାରିପଦା ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ, ୨ ଅଣଓଡ଼ିଆ ଗିରଫ
ବାରିପଦା ଅଫିସ,୧୪।୯: ବାରିପଦା ବସ୍ଷ୍ଟାଣ୍ଡରୁ ବାରିପଦା ଟାଉନ ଥାନା ପୋଲିସ ଶନିବାର ୧୫ କେଜି ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ ଅଣ ଓଡ଼ିଆଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଞ୍ଜିତ ମଣ୍ଡଳ ଓ ବାବୁଲୁ ସର୍ଦାର।…
ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍: ଜଣେ ମୃତ, ୩ ଗୁରୁତର
ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ ହୋଇଛନ୍ତି।…
ନାଚୁ ନାଚୁ ଚାଲିଗଲା ଜୀବନ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ନାଚୁଥିବା ସମୟରେ ମୃତ୍ୟୁ ଘଟିଛି। ସେହି ସମୟରେ ରେକର୍ଡ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
ହିନ୍ଦୀ ଦିବସକୁ ନେଇ କ’ଣ କହିଲେ ମନୋଜ
ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି। କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ। ରଙ୍ଗମଞ୍ଚରୁ…
ଲୁଚିଛପି ବାହାହେଲେ କ୍ୟାଟ୍ରିନା!
ମୁମ୍ବାଇ: ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ। ନିଜ ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ ହେଉ ଏହି ନାୟିକା ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏଥର କିନ୍ତୁ କ୍ୟାଟ୍ରିନାଙ୍କ ଏମିତି ଏକ…
ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିଲା। ହେଲେ ସେହି ସମୟରେ ଜଣେ ଯୁବକ ନିଜ…
କୋହଲି,ରୋହିତଙ୍କୁ ଅପେକ୍ଷା କରୁଛି ରେକର୍ଡ
ଧର୍ମଶାଳା,୧୪।୯: ଏଠାରେ ରବିବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ରେକର୍ଡ ଅଧିକାରୀ ହୋଇପାରନ୍ତି। ରୋହିତ ବର୍ତ୍ତମାନ ଟି୨୦ ଫର୍ମାଟରେ…
ଝାରସୁଗଡ଼ାରେ ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଗୁରୁତର
ଝାରସୁଗୁଡ଼ା ଅଫିସ/ଲଖନପୁର,୧୪।୯(ଡି.ଏନ୍.ଏ): ଝାରସୁଗଡ଼ା ଜିଲାର ବ୍ରଜରାଜନଗର ଛୁଆଲିବେରନାଠାରେ ଏନ୍କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଛି। ତାଙ୍କଠାରୁ…
କୋରାପୁଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ଜାତୀୟ ଲୋକ ଅଦାଲତକୁ ବନ୍ଦ କଲେ ଆଇନଜୀବୀ
ଜୟପୁର, ୧୪।୯(ଡି.ଏନ୍.ଏ.): କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ରୁ ଚାଲୁ ରହିଛି। ଦୀର୍ଘ ୧୦ମାସ ହେବ ଏହି ଦାବିନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଶନିବାର ଜାତୀୟ ଲୋକ ଅଦାଲତକୁ…
Archives


