ଅଭୟ ନୂଆ ଡିଜିପିି
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ବୁଧବାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପଦରୁ ହଟାଇ ଦେଇଛନ୍ତି। ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୋଲିସ…
ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ତାଗିଦ୍ କଲେ ବାଚସ୍ପତି
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଦଳର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦେଲେ। ମାତ୍ର ଏହି ନିର୍ଦ୍ଦେଶକୁ ସଦସ୍ୟମାନେ ମାନୁନାହାନ୍ତି। ଗୃହ ଚାଲୁଥିବାବେଳେ ହାତଗଣତି କେତେଜଣ…
ଆର୍ଟିଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା: ଡିଏଲ ଟେଷ୍ଟ ପାଇଁ ଆସି ହନ୍ତସନ୍ତ
ଅନୁଗୋଳ ଅଫିସ, ୨୧।୧୧ – ଅନୁଗୋଳ ପଞ୍ଚମହଲାସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ବୁଧବାର ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଫାଇନାଲ ଡ୍ରାଇଭିଂ ପରୀକ୍ଷା ପାଇଁ ୫୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ଆସିଥିବାବେଳେ ଅଫିସ ଛୁଟି ଥିବାରୁ ସେମାନେ ହନ୍ତସନ୍ତ ହୋଇଥିଲେ। ପ୍ରତିବାଦ ସ୍ବରୂପ ସେମାନେ…
ୟୁରୋପାରେ ଜଳୀୟବାଷ୍ପ
ଓ୍ବାଶିଂଟନ,୨୧।୧୧(ପି.ଟି.): ବୃହଷ୍ପତିର ଉପଗ୍ରହ ୟୁରୋପାରେ ଜଳୀୟବାଷ୍ପର ସନ୍ଧାନ ପାଇଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଏହାର ବୈଜ୍ଞାନିକମାନେ ପ୍ରଥମଥର ପାଇଁ ୟୁରୋପା ପୃଷ୍ଠରେ ଏପରି ଏକ ତରଳ ଉପାଦାନ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି, ଯାହା ବିସ୍ତୃତ ବରଫ ଚାଦର…
ହାତରୁ ବନ୍ଧୁକ ଛଡ଼ାଇଲା ପ୍ରେମ
ବନ୍ତଳା, ୨୧।୧୧ – ଏକଦା ଲାଲ୍ଗଡ଼ରେ ଥିଲା ସେମାନଙ୍କ ରାଜୁତି। ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା ଯେ ସମସ୍ୟା ସମାଧାନର ବାଟ ନୁହେଁ, ତାହା ଅନୁଭବ ହେଲା ଯେତେବେଳେ ସେମାନଙ୍କ ଭିତରେ…
କୂଅ ଚାରିପଟେ ସବୁଜ ବାଡ଼
ଢେଙ୍କାନାଳ ଅଫିସ, ୨୧।୧୧ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ୍ ମହୀଧରପୁର ମୁଣ୍ଡାଖମଣ ଅଞ୍ଚଳରେ ହାତୀ ଉପଦ୍ରବ ଚିନ୍ତାର ବିଷୟ ହୋଇଛି। ହାତୀଙ୍କ ସୁରକ୍ଷା ପାଇଁ ଅଞ୍ଚଳରେ ଥିବା କୂଅ ଚାରିପଟେ ସବୁଜ ବାଡ଼ ଘେରାବନ୍ଦୀ କରାଯାଇଛି। କୂଅ…
କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ
ଫୁଲବାଣୀ ଅଫିସ, ୨୧ା୧୧- ନ୍ଧମାଳ ଜିଲା କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂର୍ବରୁ ହୋଇ ଆସୁଥିବା ଦାବି ସମେତ ଅନ୍ୟାନ୍ୟ ଦାବି ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶେଷ କରି ବହୁ…
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ଶାଶୁ, ଶ୍ୱଶୁର, ଦିଅରଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ
କୋରେଇ,୨୧।୧୧ (ସ୍ବ.ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଞ୍ଚାୟତର ତାଜପୁର(ଗୋବିନ୍ଦପୁର) ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିଅରଙ୍କ ଆକ୍ରମଣରେ ଭାଉଜ ଚେତାଶୂନ୍ୟ ହେବା ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ଶାଶୁ, ଶ୍ୱଶୁର ଓ ଦିଅରଙ୍କୁ…
ରାଜ୍ୟସ୍ତରୀୟ ସଞ୍ଜିତ୍ ମେମୋରିଆଲ କ୍ରିକେଟ୍: ହାଇକୋର୍ଟ ବାର ଆସୋସିଏଶନ ବିଜୟୀ
ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ରାଜ୍ୟସ୍ତରୀୟ ସଞ୍ଜିତ୍ ମେମୋରିଆଲ କ୍ରିକେଟ୍ ବଡ଼ଚଣା ବ୍ଲକ ଗୁଲଜାରନଗର ପାଟଣା ଖେଳ ପଡ଼ିଆଠାରେ ବୁଧବାର ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ପ୍ରଥମେ କଟକସ୍ଥିତ ବୋର୍ଡ଼ ଅଫ୍ ରେଭିନ୍ୟୁ ୨୦ ଓଭର ଖେଳି ୬ ୱିକେଟ ବିନିମୟରେ ୧୫୨…
ଆରଟିଓଙ୍କ ଚଢାଉ: ୨ବସ୍, ୨ଟ୍ରକ ଜବତ
ଚଣ୍ଡିଖୋଲ,୨୧।୧୧(ଡି.ଏନ.ଏ): ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଲାଲମୋହନ ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ରାତ୍ରିରେ ଜାତୀୟ ରାଜପଥ ଉପରେ ତନଖି କରାଯାଉଥିଲା। ଏହି ସମୟରେ ଓଡିଶାରୁ କଲିକତା ଅଭିମୁଖେ ଯାଉଥିବା ଦୁଇଟି ବସକୁ ସେ ଜବତ କରିଛନ୍ତି। ସେମାନଙ୍କର ଆନ୍ତଃ ରାଜ୍ୟ ପରିମିଟ…
ଡକାୟତି ଉଦ୍ୟମ ବେଳେ ୬ ଗିରଫ
ଚଣ୍ଡିଖୋଲ,୨୧।୧୧ (ଡି.ଏନ.ଏ): ଯାଜପୁର ଜିଲା ଚଣ୍ଡିଖୋଲ ଛକ ନିକଟରେ ଥିବା ଏକ ଆପାର୍ଟମେଣ୍ଟଠାରେ ମଙ୍ଗଳବାର ରାତିରେ ୬ଜଣ ଯୁବକ ଡକାୟତି ଯୋଜନା କରୁଥିଲେ। ଏହି ସମୟରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ମଙ୍ଗଳବାର ରାତିରେ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…
ନାବାଳିକାଙ୍କ ବିବାହ ବନ୍ଦ କଲା ପୋଲିସ
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୧।୧୧ (ଡି.ଏନ.ଏ/ସ୍ବ.ପ୍ର): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଲଙ୍ଗୁଳି ମଠ ପରିସରରେ ବୁଧବାର ନାବାଳିକାଙ୍କ ବିବାହ ଆୟୋଜନ ଚାଲିଥିଲା। ଖବରପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ। ଏଥିସହ ବୟସ ନ ହେବା ପର୍ଯ୍ୟନ୍ତ ବିବାହ କରିପାରିବେ…

