Home Left

ସଲମାନଙ୍କ ପିତାଙ୍କୁ ହୃଦୟ ଦେଇବସିଥିଲେ ଏହି ଆଇଟମ୍‌ ଗର୍ଲ

ବଲିଉଡର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ମିଆଁମାରରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ଆଜି ୮୧ ବର୍ଷରେ ପଦାର୍ପଣ କରିଛନ୍ତି। ବଲିଉଡରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ ଡ୍ୟାନ୍ସ…

ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍‌ ମେଳା: ୪୦୦ ଷ୍ଟଲ୍‌ରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା। ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ ୪୦୦…

ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୧୧: ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ମହାନଦୀ ମଞ୍ଚରେ ଓଡ଼ିିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଲୋକେ ଏହି କାର୍ଯ୍ୟକ୍ରମର ମଜା ଉଠାଇଥିଲେ।…

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି।…

ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୧।୧୧: ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚିଟ୍‌ଫଣ୍ଡ ଜମାରାଶି ସୀମା ୩ ଗୁଣ ବଢ଼ାଯାଇଛି। ଏହି ଫଣ୍ଡ ପରିଚାଳନା ବାବଦରେ ଜମାକାରୀଙ୍କୁ ୭ ପ୍ରତିଶତ କମିଶନ ଦେବାକୁ ପଡିବ। ବର୍ତ୍ତମାନ ତାହା…

ମୋଟରଯାନ ଆଇନ କାର୍ଯ୍ୟକାରିତା ଲାଗି ଆଇପିସି, ସିପିସିରେ ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସଂଶୋଧିତ ମୋଟରଯାନ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଦଓ୍ବୋନି ଆଚାର ସଂହିତା (ସିପିସି)ରେ ସଂଶୋଧନ ଆବଶ୍ୟକ ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଜଣାଇଦେଇଛନ୍ତି। ଉପରୋକ୍ତ ଦୁଇଟି ସଂହିତାରେ ସଂଶୋଧନ ପାଇଁ ରାଜ୍ୟଗୁଡିକର…

ସାଧାରଣ ନିର୍ବାଚନ ତଥ୍ୟରେ ଅମେଳ: ସୁପ୍ରିମକୋର୍ଟ ଗଲା ଏଡିଆର୍‌

ନୂଆଦିଲ୍ଲୀ,୨୧।୧୧(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କିତ ତଥ୍ୟରେ ତାଳମେଳ ନ ଥିବା ଦର୍ଶାଇ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଦାଏର ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, ନିର୍ବାଚନ କମିଶନ(ଇସି)ଙ୍କ…

ସୋସିଆଲ ମିଡିଆ ସହ ଆଧାର ସଂଯୋଗ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ସଂଯୋଗ କରାଇବା ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନ ଥିବା ବୁଧବାର ଲୋକ ସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ…

ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ

ନିମାପଡ଼ା,୨୧।୧୧(ଡି.ଏନ୍‌.ଏ.): ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସ୍ମୃତି ରଞ୍ଜନ ବଳିୟାର ସିଂ। ଜାମିନ ନାମଞ୍ଜୁର…

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳଗୁଡିକୁ ଗୁରୁବାର ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି…

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା କରାଯାଇଛି।…

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକ ସଭାରେ କହିଛନ୍ତି। ଫଳରେ ଦୀର୍ଘଦିନ ଧରି ପଡିରହିଥିବା ମାମଲାଗୁଡିକର ସଂଖ୍ୟା କମିପାରିବ। ଏଥିସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?