ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବିପୁଳ ସୁଯୋଗ ରହିଛି। ଟୁରିଜମ୍ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରିରୁ ହୋଟେଲ ଏବଂ ଆମ୍ୟୁଜମେଣ୍ଟ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଯୁବପିଢିଙ୍କ ପାଇଁ ରହିଛି ବ୍ୟାପକ ସୁଯୋଗ। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ କରି ଅଧିକରୁ…
ଭାରତୀୟ ବୃତ୍ତଚିତ୍ର ଉସତ୍ବ ଉଦ୍ଘାଟିତ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଭାରତୀୟ ବୃତ୍ତଚିତ୍ର ଉସତ୍ବ ୨୦୧୯ (ଇଣ୍ଡିଆନ୍ ଡ଼କ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ୍) ଶୁକ୍ରବାର ଉଦ୍ଘାଟିତ ହୋଇଛି। ଏହା ୩ଦିନ ଚାଲିିବ। ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜିତ ଏହି ଉସତ୍ବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ…
ସରକାରୀ ହସ୍ପିଟାଲ, ଆର୍ଟିଓ କାର୍ଯ୍ୟାଳୟରେ ଚଢାଉ: ଦିନକରେ ୭୧ ଦଲାଲ ଗିରଫ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ରୋଗୀଙ୍କୁ ଭୁଆଁ ବୁଲାଇ ବିଭିନ୍ନ ଘରୋଇ ହସ୍ପିଟାଲକୁ ପଠାଇ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ ଦଲାଲ। ସେହିପରି ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶୀକାର ହେଉଥିଲେ। ଏ ନେଇ ଅଭିଯୋଗ ବଢିବା ପରେ ସରକାରୀ…
୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଯାପିତ
କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ନିମନ୍ତେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର…
ବିଏମ୍ସି ହାତକୁ ଗଲା କୋଚିଲେଇ ହାଟ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଚଳିତବର୍ଷ ତା’ର ରାଜସ୍ବ ବଢାଇବା ଉଦ୍ୟମ ଜାରି ରଖିଛି। ଏହି ମର୍ମରେ ରସୁଲଗଡ଼ ଛକ ନିକଟରେ ଥିବା ଦୀର୍ଘ ୨୩ ବର୍ଷର କୋଚିଲେଇ ହାଟକୁ ନିଜ ଦାୟିତ୍ୱକୁ ନେଇଛି। ଏକ ସ୍ବତନ୍ତ୍ର ସରକାରୀ…
ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ
ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ ପରିବାରର ୪ବଖରା ସହିତ ୨ଟି ଗାଈ, ୨ ବାଛୁରୀ, ୪ ବାଇକ୍ ଓ ସ୍କୁଟି,…
କମୁନି ଝିଅବୋହୂଙ୍କୁ ଶାରିରୀକ ନିର୍ଯାତନା: ପ୍ରହସନ ପାଲଟିଛି ଆତ୍ମରକ୍ଷା କୌଶଳ ତାଲିମ
ଯାଜପୁର ଅଫିସ,୨୮।୯: ରାଜ୍ୟ ଯୁବ ନୀତି (ଷ୍ଟେଟ ୟୁଥ୍ ପଲିସି)-୨୦୧୩ ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆମତ୍ରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣୀତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯାଜପୁର ଜିଲାରେ ପ୍ରହସନ ପାଲଟିଛି । ଜିଲାର…
ମାନ୍ଦାବସ୍ଥା ସତ୍ତ୍ୱେ ନିୟନ୍ତ୍ରଣରେ ଦରଦାମ
ଫୁଲବାଣୀ ଅଫିସ, ୨୮ା୯-ଜିଲା ଭାଜପା ପକ୍ଷରୁ ଅର୍ଥନୀତି ମାନ୍ଦାବସ୍ଥା ଉପରେ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା ପ୍ରବକ୍ତା ଉର୍ମିଳା ମହାପାତ୍ର ଉପସ୍ଥିତ ରହି ଦେଶରେ ବର୍ତ୍ତମାନ ଅର୍ଥନୀତି ମାନ୍ଦାବସ୍ଥାରେ ଚାଲିଛି। ଏହାସତ୍ତ୍ୱେ ଦେଶରେ…
ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ
ଯାଜପୁର ଅଫିସ,୨୮।୯: ଲାଭଖୋର ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଯାଜପୁର ଜିଲାରେ ସାରର ଅଭାବୀ ପରିସ୍ଥିତି ଲାଗି ରହିଛି। ର଼୍ୟାକ ପଏଣ୍ଟରୁ ୟୁରିଆ ସାର ହରିଲୁଟ ହେଉଛି । ଏପରିକି ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡା ଆଦି…
ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ
ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମାରୋହରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ…
ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ…
ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ
ବାହାନଗା, ୨୮ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ତଳକରଞ୍ଜାବିନ୍ଧା ଗ୍ରାମର ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତାରେ ଏବେ ବର୍ଷା ପାଣି ଲହଡି ଖେଳୁଛି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଗ୍ରାମବାସୀ ଶୁକ୍ରବାର ରାସ୍ତାରେ ଧାନଗଛ ରୋଇ ପ୍ରତିବାଦ…
Archives


