Home Left

ବିଧାୟକଙ୍କ କାର୍‌ରୁ ଦଳୀୟ ପତାକା ହଟାଇଲା ଏଏମ୍‌ୟୁ ପ୍ରଶାସନ

ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍‌ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍‌ ଏଏମ୍‌ୟୁ ପରିସରକୁ ପ୍ରବେଶ କରୁଥିବା ବେଳେ ସେଠାକାର ଜଣେ କର୍ମଚାରୀ ତାଙ୍କ ଗାଡି ଅଟକାଇ ଜବରଦସ୍ତି କାର୍‌ରୁ ଭାଜପାର…

ଫେସ୍‌ବୁକ୍‌ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା

ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା କରିଥିଲେ। ଚାଟିଂରୁ ଫୋନ୍‌ ଏବଂ ପରେ…

କୋରିଓଗ୍ରାଫର୍‌ ରେମୋ ଡି. ସୌଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି କରାଯାଇଛି। ୫ କୋଟି ଟଙ୍କା ହଡପ ଅଭିଯୋଗରେ ଗାଜିଆବାଦର ଜିଲା ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୋରଟି ଗ୍ରାମର ସତ୍ୟେନ୍ଦ୍ର ତ୍ୟାଗି ନାମକ ଜଣେ ବ୍ୟକ୍ତି ୨୦୧୬ରେ…

ରେଢ଼ାଖୋଲ ବନଖଣ୍ଡରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ରେଢ଼ାଖୋଲ,୨୩।୧୦(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ରେଞ୍ଜ ଅଧୀନ ଭାଲିଆକଟା ପଞ୍ଚାୟତର ବଡ଼ବପାଟି ଗ୍ରାମ୍ୟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ବନବିଭାଗ ଉକ୍ତ ଗ୍ରାମ ଏକ ନାଳରୁ ହାତୀର ଗଳିତ ମୃତଦେହ ଠାବ କରିଛି। ମଙ୍ଗଳବାର ଦୁର୍ଗନ୍ଧହେବାରୁ ଗ୍ରାମବାସୀ…

ପ୍ରତାରଣା ପରେ ଫାଣ୍ଡିରେ ବିଧବାଙ୍କୁ ବିବାହ କଲେ ପ୍ରେମିକ

ଭବାନୀପାଟଣା,୨୩।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଫାଣ୍ଡି ଅନ୍ତର୍ଗତ ଗୁରୁଜୁଙ୍ଗ ଗାଁରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ସହ ସେହି ଗାଁର ଭୂପେନ୍ଦ୍ର ହରପାଲ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲେ। ଫଳରେ ମହିଳା ଜଣକ ଗର୍ଭବତୀ ହେବାରୁ ସେ…

ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଧମକ ଦେଇ ଟ୍ରୋଲ୍‌ ହେଲେ ପାକିସ୍ତାନୀ ଗାୟିକା

ଇସଲାମାବାଦ୍‌,୨୩।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନା ଦେଖାଦେଇଛି। ପାକିସ୍ତାନ ଆର୍ମି, ଆଇଏସ୍‌ଆଇ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସଭିଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏବେ ପାକିସ୍ତାନୀ ଲୋକଗୀତ ଗାୟିକା…

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଲେ ୬ ବିପକ୍ଷ ବିଧାୟକ

ରାଞ୍ଚି,୨୩।୧୦:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଖଦେବ ଭଗତ ଭାଜପାରେ ଯୋଗ ଦେଇଛନ୍ତି। ଏହାସହ ବିପକ୍ଷର ଅନ୍ୟ ୫ଜଣ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି ସାଇକେଲ୍‌ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍କୁଲ ଫି’ ସଂଗ୍ରହ କରିବା। ଏମିତି ଫଣ୍ଡ୍‌…

ଧନତେରସରେ ଏହି ୫ଟି ଜିନିଷ କରନ୍ତୁ ଦାନ 

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ। ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରାଯାଏ। ହିନ୍ଦୁ ମାନ୍ୟତା ଅନୁସାରେ ଧନତେରସ ଦିନ କିଣାକିଣି କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ,…

ନଓ୍ବାଜ୍‌ ଶରିଫ୍‌ଙ୍କୁ ଜେଲ୍‌ରେ ଦିଆଯାଇଛି ଜହର: ପୁଅ ଆଣିଲେ ଅଭିଯୋଗ

ଇସଲାମାବାଦ୍‌,୨୩।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ପୁଅ ହୁସେନ୍‌ ନଓ୍ବାଜ୍‌ ଲଣ୍ଡନରୁ ଟୁଇଟ୍‌ କରି ପାକିସ୍ତାନ ସରକାରଙ୍କ ଉପରେ ଅଭିଯୋଗ ଆଣିିଛନ୍ତି। ତାଙ୍କ ପିତାଙ୍କୁ ଜେଲ୍‌ରେ ଜହର ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।…

ଶାକାହାରୀ ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟନେସ୍‌ରେ ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ…

ବନ୍ଧୁକ ଉଠାଇଲେ ମିଳିବ ମୃତ୍ୟୁ: ଡିଜିପି ଦିଲ୍‌ବାଗ ସିଂଙ୍କ ଚେତାବନୀ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନ୍‌ ସମ୍ପର୍କରେ ଡିଜିପି ଦିଲ୍‌ବାଗ ସିଂ ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବନ୍ଧୁକ ଉଠାଇଲେ କେବଳ ମୃତ୍ୟୁ ହିଁ ମିଳିବ। ଜମ୍ମୁ-କଶ୍ମୀରରେ ଶାନ୍ତିର ପରିବେଶ ସୃଷ୍ଟି କରିବା ସୁରକ୍ଷାକର୍ମୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri