Posted inଫୁରସତ

ବିପଦ ସଙ୍କୁଳ ସାମୁଦ୍ରିକ ଜୀବ

ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ
ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି …

ଜୀବଜଗତ ବଞ୍ଚତ୍ରହିବା ପାଇଁ ଅନୁକୂଳ ଏହି ଜଳଗ୍ରହ ପୃଥିବୀର ଉପରପୃଷ୍ଠ ଚାରିଭାଗରୁ ତିନିଭାଗ କେବଳ ଜଳ ଦ୍ୱାରା ଆବୃତ । ସମୁଦାୟ ଜଳକୁ ଯଦି ଶହେ ବାଲ୍‌ଟି ବୋଲି ଭାବିବା, ତା’ହେଲେ ସତାନବେ ବାଲ୍‌ଟି ଜଳ ଲୁଣିଆ ଓ ତିନି ବାଲ୍‌ଟି ମଧୁରଜଳ । ଏହି ତିନି ବାଲ୍‌ଟି ଜଳରୁ ମାତ୍ର ଏକ ଚାମଚରୁ କମ୍‌ ଜଳ ଚାଷୋପଯୋଗୀ, ଶିଳ୍ପୋପଯୋଗୀ ଓ ଘରୋଇ ବ୍ୟବହାରଯୋଗ୍ୟ । ଆକଳନ କରାଯାଇଛି ଯେ ପୃଥିବୀ ପୃଷ୍ଠର ସମୁଦାୟ ଜୀବଜଗତରୁ ୫୦ରୁ ୮୦ ପ୍ରତିଶତ ଜୀବ ସମୁଦ୍ରରେ ବାସ କରନ୍ତି । ଏଥିରୁ ସହଜରେ ଅନୁମେୟ, ସମୁଦ୍ର ହେଉଛି ଜୀବମାନଙ୍କର ଉତ୍ତମ ଆଶ୍ରୟସ୍ଥଳୀ ।


ପୃ୍‌ଥିବୀ ପୃଷ୍ଠକୁ ସମୁଦ୍ର ଏତେ ମାତ୍ରାରେ ଆବଦ୍ଧ କରିଥିଲେ ବି ମଣିଷ ଏହି ବିଶାଳ ସମୁଦ୍ରର ୧୦ ପ୍ରତିଶତରୁ କମ୍‌ ସ୍ଥାନ ଆବିଷ୍କାର କରିଛି । ସମୁଦାୟ ସମୁଦ୍ରକୁ ଜାଣିବା ପାଇଁ ଆହୁରି ସମୟ ଦରକାର । ସମୁଦ୍ରର ୯୦ପ୍ରତିଶତ ଆୟତନକୁ ଗଭୀର ସମୁଦ୍ର କହନ୍ତି ।  ସମୁଦ୍ରର ହାରାହାରି ଗଭୀରତା ୩,୭୯୫ ମିଟର । ସ୍ଥଳଭାଗର ହାରାହାରି ଉଚ୍ଚତା ୮୪୦ ମିଟର । ମହାସାଗର ପୃଥିବୀ ପୃଷ୍ଠର ୭୨ ପ୍ରତିଶତ ଅଞ୍ଚଳକୁ ଆଚ୍ଛାଦିତ କରିଛି । ପ୍ରଶାନ୍ତ ମହାସାଗର ପୃଥିବୀ ପୃଷ୍ଠର ତିନିଭାଗରୁ ଏକଭାଗ ଅଞ୍ଚଳକୁ ଆଚ୍ଛାଦିତ କରିଛି, ଯାହାକି ଅନୁମାନ କରାଯାଏ ୧୭୯୭ ଲକ୍ଷ ବର୍ଗ କିଲୋମିଟର । ଏଥିରେ ପାଖାପାଖି ୨୫ ହଜାର ଆଇଲାଣ୍ଡ ଅଛି । ଅନୁମାନ କରାଯାଇଛି ଯେ ସମୁଦ୍ରରେ ୩ ଶହରୁ ସାଢେ ତିନିଶହ କୋଟି ବର୍ଷ ପୂର୍ବେ ଜୀବ ସୃଷ୍ଟି ହୋଇଥିଲା । ଅର୍ଥାତ୍‌ ମୋଟାମୋଟି ଭାବେ କହିଲେ, ସମୁଦ୍ର ହେଉଛି ଜୀବମାନଙ୍କର ଆଦିମ ବାସସ୍ଥଳୀ ା କିନ୍ତୁ ଉଷ୍ଣସ୍ରୋତ, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ପ୍ରଦୂଷଣ, ଆଗ୍ନେୟ ଉଦ୍‌ଗିରଣ ଇତ୍ୟାଦି ବିଭିନ୍ନ ବିପର୍ଯ୍ୟୟ ଯୋଗୁ ସାମୁଦ୍ରିକ ଜୀବମାନଙ୍କର ସ୍ଥିତି ଏବେ ପ୍ରଶ୍ନବାଚୀ । ଏହା ବୈଜ୍ଞାନିକମାନଙ୍କ ପାଇଁ ଚିନ୍ତାର ବିଷୟ ଏବଂ ନୂତନ ଗବେଷଣା ପାଇଁ ଆହ୍ବାନ । ମଣିଷ ଜୈବ ଇନ୍ଧନ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌କୁ ବିଭିନ୍ନ କ୍ଷେତ୍ରରେ ଇନ୍ଧନ ରୂପେ ବ୍ୟବହାର କରି ଶକ୍ତି ପାଏ। ଏହି ପ୍ରକ୍ରିୟାରେ ଆମର ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ସବୁଜ କୋଠରି ଗ୍ୟାସ୍‌ ନିର୍ଗତ ହୁଏ । ସବୁଜ କୋଠରି ଗ୍ୟାସ୍‌ ତାପ ଅବଶୋଷଣକରି ବାୟୁମଣ୍ଡଳକୁ ଉତ୍ତପ୍ତକରେ । ପୁଣି ବୈଜ୍ଞାନିକମାନେ ଆକଳନ କରିଛନ୍ତିି ଯେ, ଏହି ସବୁଜ କୋଠରି ଗ୍ୟାସ୍‌ ଦ୍ୱାରା ବିକିରଣ ହେଉଥିବା ତାପଶକ୍ତିର ୯୦ପ୍ରତିଶତ ତାପ ସମୁଦ୍ର ଅବଶୋଷଣକରେ ା ସମୁଦ୍ରର ଉପର ୧୦ ଫୁଟ୍‌ ଜଳସ୍ତର ଯେତିକି ତାପ ଧରି ରଖେ, ତାହା ଆମ ବାୟୁମଣ୍ଡଳ ଧରିରଖିଥିବା ତାପର ପରିମାଣ ସହ ସମାନ ା ଏଥିପାଇଁ ମେରୁ ଅଞ୍ଚଳର ଥିବା ବରଫ ତରଳି ସମୁଦ୍ରରେ ମିଶୁଛି । ସମୁଦ୍ର ପତ୍ତନ ହାରାହାରି ଶହେ ବର୍ଷକୁ ୧୦ ସେ.ମି. ରୁ ୨୫ ସେ.ମି. ବଢୁଛି ା ଦଶହଜାର ବର୍ଷ ପୂର୍ବରୁ ଯେତିକି ସମୁଦ୍ର ପତ୍ତନ ଥିଲା, ଏବେ ତାହା ୧୧୦ ସେ.ମି. ବଢ଼ିଯାଇଛି । ଯଦି ସବୁ ବରଫ ତରଳିଯିବ, ତା’ହେଲେ ଆହୁରି ୧୦୦ ସେ.ମି. ଅଧିକ ବଢ଼ିଯିବ । ଫଳରେ ସମୁଦ୍ରର ଅନେକ ଉପକୂଳବର୍ତ୍ତୀ ସ୍ଥାନ ଜଳମଗ୍ନ ହୋଇଯିବ ।
ସମୁଦ୍ରରେ ତାପମାତ୍ରା ବୃଦ୍ଧି ଯୋଗୁ ଉଷ୍ଣ ସାମୁଦ୍ରିକ ସ୍ରୋତ ବାରମ୍ବାର ବଢୁଛି ଏବଂ ସମୟ ବ୍ୟବଧାନ ମଧ୍ୟ କମୁଛି । ଗବେଷକଙ୍କ ମତରେ ୧୯୨୫ରୁ ୨୦୧୬ ମଧ୍ୟରେ ସାମୁଦ୍ରିକ ଉଷ୍ଣ ସ୍ରୋତ ପ୍ରତିବର୍ଷ ହାରାହାରି ୩୪ପ୍ରତିଶତ ଅଧିକ ଥର, ୧୭ପ୍ରତିଶତ ଅଧିକ ଲମ୍ବ ଏବଂ ୫୪ପ୍ରତିଶତ ଅଧିକ ଦିନ ହେଉଛି । ମୋଟାମୋଟି ଭାବେ ତାପମାତ୍ରା ବୃଦ୍ଧି ଯୋଗୁ ସୃଷ୍ଟ ଉଷ୍ଣ ସାମୁଦ୍ରିକ ସ୍ରୋତ ଅଧିକ ପ୍ରବାହିତ ହେଉଛି। ତେଣୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ। ଜଳବାୟୁ ପ୍ରଦୂଷଣ ଯୋଗୁ ସମୁଦ୍ର ଏବେ ପ୍ରଦୂଷିତ । ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ । ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି ।
ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ ବଢ଼ିବାରେ ଲାଗିଛି । ତେଣୁ ସାମୁଦ୍ରିକ ଜୀବମାନଙ୍କ ପାଇଁ ଏହା ନିଶ୍ଚୟ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି।
ପୃଥିବୀର ଏକତୃତୀୟାଂଶ ଜୀବାଶ୍ମ ଇନ୍ଧନ ସମୁଦ୍ର ଶଯ୍ୟାରୁ ହିଁ ମିଳେ । ଏହାକୁ ଉତ୍ତୋଳନ କରିବା ବେଳେ ସମୁଦ୍ରର ଜଳ ପ୍ରଦୂଷିତ ହୁଏ ା ଏହା ବି ସାମୁଦ୍ରିକ ଜୀବଙ୍କୁ ମୃତ୍ୟୁମୁଖକୁ ଠେଲିଦିଏ । ପୁଣି ୯୦ପ୍ରତିଶତ ଆଗ୍ନେୟ ଉଦ୍‌ଗିରଣ ସମୁଦ୍ର ବକ୍ଷରେ ହୁଏ। ଏଥିଯୋଗୁ ସମୁଦ୍ରର ତାପମାତ୍ରା ଅଧିକ ବୃଦ୍ଧି ହୁଏ ା ତେଣୁ ଅଧିକ ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ଜୀବ ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି । ଖାଲି ଯେ ସାମୁଦ୍ରିକ ଜୀବ ବିଲୁପ୍ତପ୍ରାୟ, ତାହା ନୁହେଁ, ସ୍ଥଳଭାଗରେ ବି ମହାବାତ୍ୟା, ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ନିକଟରେ ବାରମ୍ବାର ମହାବାତ୍ୟା ଦେଖାଯାଉଛି ା ସ୍ଥଳଭାଗରେ କେତେକ ଜୀବ ଆଜି ପରିସ୍ଥାନ ହରାଇ ବିଲୁପ୍ତ, ଲୁପ୍ତ ପ୍ରାୟ ଓ ଅସୁରକ୍ଷିତ ପରିସ୍ଥିତିରେ ।
ଭାରତରେ ଚିତାବାଘ, ଟାସ୍‌ମାନିଆ ଉଲ୍‌ଫ, ପାହାଡ଼ି ଛେଳି, ଡୋଡୋ ପକ୍ଷୀ, ବୃହତ୍‌କାୟ ପାଣ୍ଡା, ଦୁଇଶିଙ୍ଗ ବିଶିଷ୍ଟ ଗଣ୍ଡା, ପାତାଳ ଗରୁଡ଼ ଗଛ, କମଣ୍ଡଳୁ ଗଛ, ଏକଶିଙ୍ଗ ବିଶିଷ୍ଟ ଗଣ୍ଡା, ଗ୍ରେଟ୍‌ ଇଣ୍ଡିଆନ୍‌ ବୁଷ୍ଟାର୍ଡ, ଅନେକ ପ୍ରକାର ଔଷଧୀୟ ଗୁଳ୍ମ, ସରୀସୃପ ଓ ତୃଣଭୋଜୀ ପ୍ରାଣୀ ଏଥିରେ ଅନ୍ତର୍ଭୁକ୍ତ। ସାମୁଦ୍ରିକ ଜୀବମାନଙ୍କର ପରିସଂସ୍ଥାନ ଆଜି ଧ୍ୱଂସାଭିମୁଖୀ ପରିସ୍ଥିତିରେ । କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ସମୁଦ୍ର ବିଜ୍ଞାନ ଉପରେ ଗବେଷଣାରତ ରବର୍ଟ ମିଲରଙ୍କ ମତରେ ଜଳବାୟୁର ପରିବର୍ତ୍ତନ ଯୋଗୁ ଧୀରେ ଧୀରେ କେତେକ ପରିସଂସ୍ଥାନ ତାହାର ପୂର୍ବ ଅବସ୍ଥାକୁ ଆଉ କେବେ ବି ଫେରିପାରିବନି । ଏହା ଏବେ ଆଉ ଏକ ଚିନ୍ତାର ବିଷୟ ।
ସମୁଦ୍ରରେ ତାପମାତ୍ରାର ଆଧିକ୍ୟ ଯୋଗୁ ପକ୍ଷୀମାନେ ବି ବୁଡ଼ ପାରୁନାହାନ୍ତି । ତାଙ୍କର ଖାଦ୍ୟ ବି ମିଳୁନି ।
ଆମେ ଜାଣିଛନ୍ତି ସବୁ ଜୀବ ନିଜ ନିଜ ମଧ୍ୟରେ ଛନ୍ଦାଛନ୍ଦି ଓ ନିର୍ଭରଶୀଳ । କୋଉ ଜୀବ ଖାଦ୍ୟ ତ ଆଉ କିଏ ଖାଦକ। ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର ଓ ଭାରତ ମହାସାଗରରେ ଅଧିକ ସାମୁଦ୍ରିକ ଜୀବ ତଥା ଉଦ୍ଭିଦ ଓ ପ୍ରାଣୀଙ୍କର ବାସସ୍ଥାନ ରହିଛି । ଜଳ ଭିତରେ ରହିଥିବା ସାମୁଦ୍ରିକ ଘାସ ଅଙ୍ଗାରକାମ୍ଳକୁ ଶୋଷଣକରି ଅମ୍ଳଜାନ ଯୋଗାଏ । ବିଭିନ୍ନ ପ୍ରକାର ସାମୁଦ୍ରିକ ଶୈବାଳ, ଘାସ, ବ୍ଲୁ ଫିନ୍‌ ଟୁନା ମାଛ, ସିଲ୍‌, ସାର୍କ, ବ୍ଲୁ ହ୍ବେଲ, ସମୁଦ୍ର କଇଁଛ, ଡଲ୍‌ଫିନ ଇତ୍ୟାଦି ବିଭିନ୍ନ ପ୍ରକାର ମାଛ ଆଜି ମୃତ୍ୟୁର ଦ୍ୱାର ଦେଶରେ । ଯଦି ଏମିତି ଅବ୍ୟବସ୍ଥା ଓ ପ୍ରଦୂଷଣ ଲାଗିରହେ, ତେବେ ଆଉ କିଛିଦିନ ପରେ ସାମୁଦ୍ରିକ ଜୀବସମୂହ ସମୁଦ୍ର ଗର୍ଭରୁ ସବୁଦିନ ପାଇଁ ବିଦାୟ ନେଇଯିବେ । ଆମର ଭବିଷ୍ୟତ ପିଢ଼ି କେବଳ ସାମୁଦ୍ରିକ ଜୀବମାନଙ୍କର ଫଟୋଚିତ୍ର ଦେଖି ସେସବୁ ଜୀବମାନଙ୍କର କଳ୍ପନା କରିବେ, ମାତ୍ର ବାସ୍ତବରେ ଦେଖିବା ସମ୍ଭବ ହେବ ନାହିଁ । ତା’ପରେ କିଛି ବର୍ଷ ପରେ ଏହି ଧାରାରେ ସାମିଲ ହୋଇପାରେ ଆଜିର ମଣିଷ । ଅତଏବ ଆମର ବି ସ୍ଥିତି ପ୍ରଶ୍ନବାଚୀ ।

-ବିଜ୍ଞାନ ଶିକ୍ଷୟିତ୍ରୀ, ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri