ଘରଭଙ୍ଗା ସହାୟତାରେ ଅନିୟମିତତା ପ୍ରସଙ୍ଗ:ଆଜି ୬ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ଭୁବନେଶ୍ୱର,୬ା୧୧(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିଯୋଗୁ ଯେଉଁମାନଙ୍କ ଘର ନଷ୍ଟ ହୋଇଛି ସେମାନଙ୍କୁ ସରକାର ୩ ପ୍ରକାର ବ୍ୟବସ୍ଥାରେ ସହାୟତା ଯୋଗାଇ ଦେଉଛନ୍ତି। ଫଳରେ ବହୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଥିବାର ଅଭିଯୋଗ ଆସିବାରେ…
୭ ସହର ଅତି ପ୍ରଦୂଷିତ
ଭୁବନେଶ୍ୱର,୬ା୧୧(ବ୍ୟୁରୋ):ଅତି ପ୍ରଦୂଷିତ ସହର ତାଲିକାରେ ସାମିଲ ହୋଇଛି ରାଜ୍ୟର ୭ଟି ସହର ଭୁବନେଶ୍ୱର, ଅନୁଗୋଳ, ବାଲେଶ୍ୱର, କଟକ, ତାଳଚେର, ରାଉରକେଲା ଓ କଳିଙ୍ଗନଗର। ପ୍ରଦୂଷଣ ଯୋଗୁ ଅନେକ ନଦୀ ଏବଂ ରାଜଧାନୀ ଭୁବନେଶ୍ୱରର ଗଙ୍ଗୁଆ ନାଳ ଜହର ପାଲଟିଛି। ଏନେଇ ବିଧାନସଭା…
ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ
ଫୁଲବାଣୀ ଅଫିସ,୬ା୧୧: ଏକ ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ସହକାରୀ ଦୌରାଜଜ୍ ସୌଭାଗ୍ୟ ରଞ୍ଜନ ସ୍ବାଇଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ…
‘ପାଟଣାଗଡ଼’ ରିଲିଜ୍କୁ ସବୁଜ ସଂକେତ:ସ୍ଥଗିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର, ୬ା୧୧(ବ୍ୟୁରୋ):ବହୁଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ରିଲିଜ୍ ନେଇ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମକୋର୍ଟରୁ ମଧ୍ୟ ସବୁଜ ସଂକେତ ମିଳିଛି। ଫିଲ୍ମ ରିଲିଜ୍ ଉପରେ ସ୍ଥଗିତାଦେଶ ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ମନା କରିଦେଇଛନ୍ତି। ୨୦୧୮ରେ ବଲାଙ୍ଗୀର ଜିଲା ପାଟଣାଗଡ଼ରେ ହୋଇଥିବା…
ଏସ୍ସିବି ମେଡିକାଲ: ଦାୟିତ୍ୱ ନେଲେ ନୂଆ ଅଧୀକ୍ଷକ
କଟକ ଅଫିସ, ୬ା୧୧:ଏସ୍ସିବି ମେଡିକାଲର ନୂଆ ଅଧୀକ୍ଷକ ଭାବେ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଫେସର ମହାନ୍ତି ଡିଏମ୍ଇଟିର ନିର୍ଦ୍ଦେଶକ…
ବିଧାନସଭାରେ ଘେରିବାକୁ ବିରୋଧୀଙ୍କ ଧମକ
ଭୁବନେଶ୍ୱର,୬-୧୧(ବ୍ୟୁରୋ):ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମୀତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଭାଜପା ଏହି ପ୍ରସଙ୍ଗକୁ ଆୟୁଧ କରି ବାରମ୍ବାର ସରକାରଙ୍କ ଉପରେ ବର୍ଷିବାରେ ଲାଗିଛି। ଅନ୍ୟପଟେ ଆସନ୍ତା ୧୩ ତାରିଖରେ ବିଧାନସଭାର…
‘ଅନ୍ଧ ପରମ୍ପରା ଉଚ୍ଛେଦ ହେବ’:ଶ୍ରୀମନ୍ଦିର ରୀତିନୀତିରେ ଶଙ୍କରାଚାର୍ଯ୍ୟ ସାଜିବେ ମାର୍ଗଦର୍ଶକ
ପୁରୀ ଅଫିସ, ୬-୧୧:ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍କୋର୍ଟ ସୋମବାର ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁଙ୍କ ରହଣି, ମହାପ୍ରଭୁଙ୍କ ସେବାପୂଜା, ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା, ମହାପ୍ରଭୁଙ୍କ ଜମିଜମାର ହିସାବ ଏହିଭଳି ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଠାକୁରଙ୍କ ସେବାପୂଜାରେ…
ପ୍ରଦୂଷଣ, ବାତ୍ୟା ସ୍ଥିତି ସମୀକ୍ଷା କଲେ ମୋଦି
ନୂଆଦିଲ୍ଲୀ,୬-୧୧(ପି.ଟି.):ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍) ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ଭାରତର ସ୍ଥିତି ସମୀକ୍ଷା କରିଛନ୍ତି। ସେ ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଦୂଷଣ ସମ୍ପର୍କିତ ସ୍ଥିତି ସମ୍ପର୍କରେ ଆଲୋଚନା…
ସାଧାରଣ ସେବା କେନ୍ଦ୍ରରେ ମିଳିବ ଡିଏଲ୍ ଆବେଦନ ସୁବିଧା
ଭୁବନେଶ୍ୱର, ୬-୧୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ରର ସଫଳ ପ୍ରୟୋଗ ବାଣିଜ୍ୟ ଓ ପରିବହନ ବିଭାଗରେ କରାଯାଉଛି। ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଣିଜ୍ୟ…
ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ
ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା। ଦୃଢ ମନୋବଳ ତଥା ଇଚ୍ଛାଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ପରିବାରର ବୋଝ…
ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା:ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳା ଭାଜପାର ବିକ୍ଷୋଭ
ଯାଜପୁର ଟାଉନ,୬-୧୧(ଡି.ଏନ୍.ଏ.)- ଭାଜପା ମହିଳା ମୋର୍ଚ୍ଚାର ଯାଜପୁର ଜିଲା ଶାଖା ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ ଅଫିସ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ମହିଳା ମୋର୍ଚ୍ଚାର ଜିଲା ସଭାପତି ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା କିଆନାଳୀରୁ…
ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍କୁ ନେଇ ଚିନ୍ତାରେ ଚାଷୀ: ଧାନ ପାଇଁ ପବନ, ପରିବାକୁ ବର୍ଷା ବିପଦ
ଜଗତ୍ସିଂହପୁର ଅଫିସ,୬ା୧୧: ଜଗତ୍ସିଂହପୁର ଜିଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁଃଖର କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ଜିଲାବାସୀଙ୍କ ମେରୁଦଣ୍ଡ ବଙ୍କା କରିସାରିଲାଣି। ଅଧିକାଂଶ ବର୍ଷ ବାତ୍ୟା, ବନ୍ୟା ଓ ପ୍ରବଳ ବର୍ଷା ଆଦି ଯୋଗୁ ଚାଷ ବାଧାପ୍ରାପ୍ତ…
Archives


