Posted inଖେଳ

ଜାହିରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ଭାରତୀୟ ପେସର ଜାହିର ଖାଁଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଦେଶର ସବୁଠୁ ସଫଳତମ ବାମହାତୀ ବୋଲର। ସେ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେହି ସଂସ୍କରଣରେ ଜାହିର ମିଳିତ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ହେବାର ସଫଳତା ମଧ୍ୟ ପାଇଥିଲେ। ଟେଷ୍ଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ପେସରଙ୍କ ମଧ୍ୟରେ ଜାହିର (୩୧୧ ଉଇକେଟ) କେବଳ କପିଳ ଦେବଙ୍କ ପଛକୁ ରହିଛନ୍ତି। ସେହିଭଳି ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ୨୮୨ ଉଇକେଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ୨୦୦୦ରେ ପଦାର୍ପଣ କରିବା ପରେ ଦୀର୍ଘ ୧୩ ବର୍ଷ ଧରି ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌ରେ ସେ ଜାତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କୁ ଆଡମିଶନ ଫି ଫେରସ୍ତ କଲା ଉଚ୍ଚଶିକ୍ଷା ବିଭାଗ: ୧.୧୧ ଲକ୍ଷ ଜଣଙ୍କ ଆକାଉଣ୍ଟକୁ ଗଲା ୬୯.୨୩ କୋଟି ଟଙ୍କା

ଭୁବନେଶ୍ୱର, ୨୮।୧୦: ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଓ ଆଶ୍ୱାସନାଜନକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଡମିଶନ ସମୟରେ ଛାତ୍ରଛାତ୍ରୀମାନେ ଦେଇଥିବା ବଳକା…

ନଭେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ: ୩୩ ଦିନ ଧରି ଚାଲିବ…

ଭୁବନେଶ୍ୱର, ୨୮।୧୦: ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶା ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର…

ଗୁରୁବାର ଏହି ସବୁ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ଆଲର୍ଟ, ପବନର ବେଗ ରହିବ…

ଭୁବନେଶ୍ୱର, ୨୮।୧୦ (ବନ୍ଦନା ସେଠୀ): ଦୀର୍ଘ ୬ଘଣ୍ଟା ୩୦ ମିନିଟର (ମଙ୍ଗଳବାର ରାତି ୨ଟାରୁ ବୁଧବାର ସକାଳ ୮ ଟା ୩୦) ସଂଘର୍ଷ ପରେ ବାତ୍ୟା ‘ଅର୍ଣ୍ଣବ’…

ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା

ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧…

ରାତିରେ ଋଷିକୁଲ୍ୟାରେ ବନ୍ୟାପାଣି ପଶି ଆସିବା ଆଶଙ୍କା: ପୁରୁଷୋତ୍ତମପୁରବାସୀଙ୍କୁ ସତର୍କ କଲା ପ୍ରଶାସନ,ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ…

ବୈଭବଙ୍କ ବ୍ୟାଟିଂ ଦେଖି ଗାଁରେ କ’ଣ ଚର୍ଚ୍ଚା? ଅଭିଷେକଙ୍କ ସହ କଥାବେଳେ କଲେ ଖୁଲାସା, କହିଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ନଭେମ୍ବର ୪ ତାରିଖରୁ ୫…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?