Home Left

ଜନ୍ମଦିନରେ ବିପ୍ଳବଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ତ୍ରିପୁରାରେ ବିପ୍ଳବଙ୍କ କାମକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୋଦି ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହ ସେ…

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଏବେ ଆସିଛି ପରୀକ୍ଷାର ସମୟ। ସୋମବାର ଏହାକୁ ନେଇ କୋର୍ଟର…

ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍‌ଟିଓ ଏବଂ ପୋଲିସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଏଣିକି ଆଉ କୌଣସି…

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌ ଅନ୍ଦାଜରେ ଜନ୍ମଦିନ ଅଭିନନ୍ଦନ ଜଣାଇଛନ୍ତି। ନିଜ ଇନଷ୍ଟାଗ୍ରାମରେ ପିତାଙ୍କ ସହ ଏକ ପୁରୁଣା ଫଟୋ…

ରାତିରେ ଗଢା ହୋଇଛି ସରକାର ରାତିରେ ହିଁ ଭାଙ୍ଗିବ: ଜୟନ୍ତ ପାଟିଲ

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ରବିବାର ବିଳମ୍ବିତ ରାତିରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତ୍‌କାର ସମୟରେ ରାଜ୍ୟରେ ବର୍ଷା ଯୋଗୁ କୃଷକଙ୍କ ହୋଇଥିବା କ୍ଷତି ସମ୍ପର୍କରେ…

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି। ସୋମବାର ସେ ଟୁଇଟ୍‌ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାଜପା ନିର୍ଦ୍ଦେଶରେ ଖୋଲାଖୋଲି ଆଇନର…

ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବା ଆଶା ମଉଳିଲା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଚଳିତ ମାସ ତୃତୀୟ ସପ୍ତାହରେ ବିମାନ ଉଡ଼ାଣ କରିବ ବୋଲି ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି। ବର୍ତ୍ତମାନ ଏହି ସେବାକୁ ନେଇ କୌଣସି ବି ସୂଚନା ମିଳିପାରୁନି। ସୂଚନାଯୋଗ୍ୟ,…

ଧାରଣାରତ ଶିକ୍ଷକଙ୍କୁ ପୋଲିସର ଗୋଇଠା: ସୋସିଆଲ ମିଡିଆରେ ଭାଇରାଲ ପରେ ବଢୁଛି ବିବାଦ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ନେଇ କମ୍ପ୍ୟୁଟର ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଦୀର୍ଘଦିନ ହେବ ଧାରଣା ଦେଇଛନ୍ତି। ସେମାନେ ଦାବି ଜଣାଇବା ପାଇଁ ଶନିବାର ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ପୋଲିସ ସେମାନଙ୍କୁ ଗୋଇଠା ମାରିବା ସହ…

ଅଜିତଙ୍କୁ ମନାଇବାକୁ ପହଞ୍ଚିଲେ ଭୂଜବଳ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରର ଏନ୍‌ସିପି ନେତା ଅଜିତ୍‌ ପାଓ୍ବାର ଭାଜପା ସହ ମିଶି ସରକାର ଗଢିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରଖିଛି ଏନ୍‌ସିପି। ସୋମବାର ସକାଳେ ଛଗନ ଭୂଜବଳ ତାଙ୍କ ଘରେ ପହଞ୍ଚିଥିବା ସୂଚନା ମିଳିଛି। ଯଦି…

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ପ୍ରଶ୍ନୋତ୍ତର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ପ୍ରାକୃତିକ ମନୋରମ ଫଟୋକୁ ଟୁଇଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ଅନେକ ସ୍ଥାନ ଭ୍ରମଣ କରିଛନ୍ତି। ହେଲେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ଅଧିକ ଆକର୍ଷିତ କରିଥାଏ। ଫଟୋରେ ଦେଖାଯାଉଥିବା…

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି। ବାଂଲାଦେଶଠାରୁ ୨-୦ରେ ଟେଷ୍ଟ ସିରିଜ୍‌ ଜିତିବା ପରେ କୋହଲି କହିଥିଲେ, ସୌରଭ…

୨ ଆସନରୁ ଲଢ଼ିବେ ହେମନ୍ତ ସୋରେନ୍‌

ରାଞ୍ଚତ୍,୨୫ା୧୧(ଆଇଏଏନ୍‌ଏସ୍‌) ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ିବେ। ଏହି ନିର୍ବାଚନ ଜେଏମ୍‌ଏମ୍‌, କଂଗ୍ରେସ ଏବଂ ଆରଜେଡି ମିଳିତ ଭାବେ ଲଢ଼ୁଥିବାବେଳେ ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri