ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ
କଟକ ଅଫିସ୍,୨।୧୨:ଅଗ୍ନିଶମ ବିଭାଗର ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆପିଏସ୍ ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ପରେ ଡିଜି କହିଛନ୍ତି, ଟ୍ରାନ୍ସପରାନ୍ସି ଏବଂ ଟାଇମ୍ ବାଉଣ୍ଡ ଉପରେ ଗୁରୁତ୍ୱ…
ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ କମ୍ପିଲା ଗୃହ
ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂ ନିର୍ଭୟା ଗଣ ବଳାତ୍କାର କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି…
ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
ସମ୍ବଲପୁର,୨।୧୨(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବନଖଣ୍ଡ ମହୁଲମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ସୁନୀଲ ଏକ୍କା (୪୫) ସୋମବାର ଭୋର୍ ସମୟରେ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀଟି…
ମୋଦି-ଶାହ ଅନୁପ୍ରବେଶକାରୀ କହିଲେ ଅଧିର ରଞ୍ଜନ: ଲୋକସଭାରେ ହଟ୍ଟଗୋଳ
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ସେମାନେ ଗୁଜରାଟରୁ ଦିଲ୍ଲୀରେ ଅନୁପ୍ରବେଶ କରିଛନ୍ତି। ଏବେ ଦେଶସାରା ଏନ୍ଆର୍ସି ଲାଗୁ କରିବା ଲାଗି ସେମାନେ ଯୋଜନା…
ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ
ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ଭାରତୀୟ ବିରାଟ କୋହଲିଙ୍କ ସମେତ ସମଗ୍ର କ୍ରୀଡା…
ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କେନ୍ଦ୍ରାପଡ଼ା ଅଫିସ,୨।୧୨: ଟାଉନ୍ ଥାନା ଅନ୍ତର୍ଗତ ସହରର ଖଡ଼ଇଙ୍ଗସ୍ଥ ସୁରେନ୍ଦ୍ର କୁମାର ସିଂଙ୍କ ସ୍ତ୍ରୀ ଅନସୂୟା((୫୨)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘରୁ ଉଦ୍ଧାର ହୋଇଛି। ଅଗ୍ନିକାଣ୍ଡ ଯୋଗୁ ଏପରି ଘଟିଥିବା କୁହାଯାଉଛି। ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି…
ପ୍ରିୟଙ୍କା ଗାନ୍ଧୀଙ୍କୁ ଭୁଲିଗଲେ କଂଗ୍ରେସ ନେତା: କହିଲେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ
ନୂଆଦିଲ୍ଲୀ,୨।୧୨: ଏବେ ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେତେଜଣ କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ଏଥିରେ କିନ୍ତୁ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ବୋଲି କୁହାଯାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଭିଡିଓଟି…
ବୁଲେଟ୍ ଟ୍ରେନ୍ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର
ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍ ଟ୍ରେନ୍ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍ ଟ୍ରେନ୍ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି ବିରୋଧ…
ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୂଷୁଡି ୧୫ ମୃତ
ମେଟୁପାଲୟମ୍,୨।୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍ର ନାଦୁର କନ୍ନାପନ ଲେଆଉଟ୍ଠାରେ ଏକ କାନ୍ଥ ଭୂଷୁଡି ପଡିବାରୁ…
ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ
ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍ ପରିଚିତ ଥିବା ରେସ୍ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ…
ଓରାଲ ଆଣ୍ଟିବାୟୋଟିକ ଓ ପାର୍କିନସନସ
କେତେକ ଓରାଲ ଆଣ୍ଟିବାୟୋଟିକ ଦୀର୍ଘ ବର୍ଷ ଧରି ଖାଇଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଓ୍ବାଶିଂଟନ୍ ୟୁନିଭର୍ସିଟିର ସ୍ନାୟୂୁଶଲ୍ୟ ବିଶେଷଜ୍ଞମାନେ ଏପରି ସତର୍କ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଓରାଲ ଆଣ୍ଟିବାୟୋଟିକ ଖାଇବା ଦ୍ୱାରା ଆମ ଶରୀର…
ଅରୁଣ ସୌରିି ଅସୁସ୍ଥ
ପୁଣେ,୨।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ସୌରି ଅସୁସ୍ଥ ହୋଇପଡିଛନ୍ତି। ରବିବାର ରାତିରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ପୁଣେର ରୁବି ହାଲ୍ କ୍ଲିନକରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ୭୮ ବର୍ଷିୟ ସୌରିଙ୍କର ହସ୍ପିଟାଲରେ ସମସ୍ତ ପରୀକ୍ଷା…
Archives


