ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭
ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ ହେବାକୁ ବାକି ରହିଛି। ରେଳବାଇ ମନ୍ତ୍ରୀ…
କଶ୍ମୀରରୁ କଟକଣା ଉଠାଇବାକୁ ଆମେରିକା କଂଗ୍ରେସରେ ପ୍ରସ୍ତାବ
ଓ୍ବାଶିଂଟନ,୯ା୧୨: ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଉପରେ ଲାଗୁ ହୋଇଥିବା କଟକଣା ତୁରନ୍ତ ହଟାଇବା ସହ ଧର୍ମୀୟ ସ୍ବାଧୀନତା ବଜାୟ ରଖିବା ପାଇଁ ଭାରତକୁ ଅନୁରୋଧ କରିବା ନିମନ୍ତେ ଆମେରିକା କଂଗ୍ରେସରେ ଏକ ପ୍ରସ୍ତାବ ଆଗତ ହୋଇଛି। ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ…
ସାପକାମୁଡ଼ା ଜାଣିବା ପାଇଁ ନୂଆ ବ୍ୟବସ୍ଥା
କଟକ ଅଫିସ,୯ା୧୨: ସାପ କାମୁଡ଼ାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ଏହାର ଫାଇଦା କିଛି ଲୋକ ନେଉଛନ୍ତି। ହୃଦ୍ଘାତ କିମ୍ବା ବ୍ରେନ୍ ଷ୍ଟ୍ରୋକ୍ରେ ମୃତ୍ୟୁବରଣ କରୁଥିବା ରୋଗୀ ସାପ କାମୁଡ଼ାଜନିତ ଦର୍ଶାଇ ସରକାରୀ ସହାୟତା ହାତଉଛନ୍ତି।…
କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ, ରପ୍ତାନିକୁ ଗୁରୁତ୍ୱ: ୨୩ରେ ଓଡ଼ିଶାରେ ହେବ ଜାତୀୟ ସମ୍ମିଳନୀ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସାରା ଦେଶରେ ଓଡ଼ିଶା ଅନ୍ୟତମ ପ୍ରମୁଖ କାଜୁ ବାଦାମ ଉତ୍ପାଦନ କରୁଥିବା ରାଜ୍ୟ। କାଜୁ ପୁଷ୍ଟିସାର ଜାତୀୟ ଖାଦ୍ୟ ହୋଇଥିବାରୁ ଏହାର ଦେଶ,ବିଦେଶରେ ଚାହିଦା ରହିଛି। ତେଣୁ ଏହା ସ୍ଥିର ଅର୍ଥନୈତିକ ଫାଇଦା ଦିଗ ରହିଥିବାରୁ କାଜୁ ଉତ୍ପାଦନ, ପ୍ରକ୍ରିୟାକରଣ…
ରାଜସ୍ଥାନ ଯାଇ ଜିତେନ୍ଦ୍ରଙ୍କୁ ଭେଟିଲା ମହିଳା କଂଗ୍ରେସ ଟିମ୍
ଭୁବନେଶ୍ୱର,୯ା୧୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯାଇଥିବା ଓଡିଶା ମହିଳା କଂଗ୍ରେସ ନେତ୍ରୀମାନେ ରବିବାର ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ଏହି ଓଡ଼ିଆ ଟିମ୍ ଦିଲ୍ଲୀରୁ ରାଜସ୍ଥାନ ଜିତେନ୍ଦ୍ରଙ୍କ ଗାଁକୁ ଗସ୍ତ କରି ତାଙ୍କ ସହ…
ବଳାତ୍କାର, ପୋକ୍ସୋ ମାମଲା ତଦନ୍ତ ୨ ମାସରେ ସାର
ପାଟନା,୯ା୧୨(ପି.ଟି.): ବଳାତ୍କାର ମାମଲା ଏବଂ ପୋକ୍ସୋ ଆଇନରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ତଦନ୍ତ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖି…
ଆଗାମୀ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ଏଏପି
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ତଥା ଦେଶର ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇଦେବା ଯେ କୌଣସି ସରକାରର ମୂଳ ଦାୟିତ୍ୱ। ହେଲେ ଏହି ମୂଳ ଦାୟିତ୍ୱକୁ ପୂରଣ କରିବା ଦୂରର କଥା, ରାଜ୍ୟର ଅନ୍ୟାନ୍ୟ ଭିତ୍ତିଭୂମି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇପଡିଛି।…
ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ
ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ. ବୋବ୍ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ ବୋଲି ସିଜେଆଇ କହିଥିବାବେଳେ ନାଇଡୁ ସେଥିରେ ଏକମତ ହୋଇଛନ୍ତି।…
ଘଟଣାର ତଦନ୍ତ ହୋଇ ସତ ବାହାରକୁ ଆସୁ: ଭାଜପା
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ବିଧାୟକଙ୍କ ଗାଡି ସହିତ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସ…
କୋଏମ୍ବାଟୁର-ଆସନ୍ସୋଲ ଚାଲିବ ସ୍ପେଶାଲ ଟ୍ରେନ୍ :ଭଦ୍ରକ ଓ ଭୁବନେଶ୍ୱର ଦେଇ ଚଳାଚଳ କରିବ
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ତାମିଲନାଡ଼ୁର କୋଏମ୍ବାଟୁରରୁ ପଶ୍ଚିମବଙ୍ଗର ଆସନସୋଲ ମଧ୍ୟରେ ଭୁବନେଶ୍ୱର ଓ ଭଦ୍ରକ ଦେଇ ଚଳାଚଳ କରିବ ସ୍ପେଶାଲ ଟ୍ରେନ୍। କୋଏମ୍ବାଟୁରରୁ ଡିସେମ୍ବର ୨୮ ଏବଂ ଆସନସୋଲରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିବ। ଉଭୟ ଷ୍ଟେଶନ ମଧ୍ୟରେ…
ରାଜଭବନରେ ଓଡ଼ିଆ ଖାଦ୍ୟ ଖାଇଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟା ୫ଟାରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି। ରାଷ୍ଟ୍ରପତିଙ୍କୁ ବିଦାୟ ଦେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ…
ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ପ୍ଲାଟିନମ୍ ଜୁବିଲିର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କର ପୁରୁଣା ବନ୍ଧୁ ତଥା ପୂର୍ବତନ ରାଜ୍ୟ ସଭା…
Archives


