Home Left

ଲିଙ୍ଗଭିତ୍ତିକ ହିଂସାର ବିଲୋପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପଠାଗଲା ପୋଷ୍ଟକାର୍ଡ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ସହର ହେଉ ବା ଗ୍ରାମାଞ୍ଚଳ, ସବୁଠାରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମହିଳା, ଯୁବତୀ ତଥା ବାଳିକାଙ୍କ ସହ ନିର୍ଯାତନା ଓ ପାଶବିକ ଅତ୍ୟାଚାର ହେଉଛି।…

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ତଦନ୍ତ ଲାଗି ଏସ୍‌ଆଇଟି ଗଠିତ

ହାଇଦ୍ରାବାଦ, ୧୦ା୧୨: ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ତେଲଙ୍ଗାନା ପୋଲିସ ଏନ୍‌କାଉଣ୍ଟର କରି ମାରିବା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛନ୍ତି। ଅଭିଯୁକ୍ତଙ୍କ…

ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ

ନୂଆଦିଲ୍ଲୀ, ୧୦ା୧୨: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ରୀଛାତ୍ରମାନେ ବିକ୍ଷୋଭ କରିବା ସହ ସରୋଜିନୀ ନଗର ଅଞ୍ଚଳରୁ ରାଷ୍ଟ୍ରପତି ଭବନ ଆଡ଼କୁ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠିଚାର୍ଜ କରିଛି। ଭିକାଜି କାମା…

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌: ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୦ା୧୨(ପ.ଟି.): ସୋସିଆଲ୍‌ ମିଡିଆକୁ ଆଧାର, ପାନ୍‌ କିମ୍ବା ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହା ଦ୍ୱାରା ସାଧାରଣ ଆକାଉଣ୍ଟଧାରୀଙ୍କ ତଥ୍ୟ ବିଦେଶକୁ ଚାଲିଯିବ ବୋଲି ଅଦାଲତ କହିଛନ୍ତି। ମୁଖ୍ୟ…

ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା ଲେବଲ୍‌ର ରଙ୍ଗକୁ ନ ଦେଖି ଯଦି ଟୁଥପେଷ୍ଟ ବ୍ୟବହାର କରାଯାଏ ତେବେ ଏହା ଶରୀର…

ଶଙ୍ଖାବାଲୀର ଶଙ୍ଖା, ଚୁଡ଼ି କିମିଆ

ଆରଡ଼ି, ୧୦।୧୨ (ଡି.ଏନ.ଏ.)- ଶଙ୍ଖା, ଚୁଡ଼ି, ସିନ୍ଦୂର ସୌଭାଗ୍ୟର ପ୍ରତୀକ। କାହିଁ କେଉଁ କାଳରୁ ବିବାହିତ ସଧବା ମହିଳାମାନେ ଏହାକୁ ପିନ୍ଧି ଆସୁଛନ୍ତି। ଆଜିକାଲି ହାଟବଜାରରେ ଲେଡିଜ କର୍ନ୍ନର ଓ ଫ୍ୟାଶନ ସେଣ୍ଟରରେ ଶଙ୍ଖାସିନ୍ଦୂର ଭଳି ନାନା ପ୍ରସାଧନ ସାମଗ୍ରୀ ବିକ୍ରି…

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ ରହିଛି। ୩ ଘଣ୍ଟା ବ୍ୟାଟେରୀ ଚାର୍ଜ ହେଲେ ୪୦ କି.ମି. ପର୍ଯ୍ୟନ୍ତ ଯାଉଛି। ମୋବାଇଲ…

ଭଙ୍ଗାଗଲା ମଙ୍ଗୁ ମଠ

ପୁରୀ ଅଫିସ, ୧୦।୧୨:ବହୁ ବାଦ ବିବାଦ ପରେ ଶେଷରେ ଉଚ୍ଛେଦ ହୋଇଛି ମଙ୍ଗୁ ମଠ। ସୋମବାର ମଠର ବ୍ୟବସାୟିକ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମଠକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଥିଲା। ଏମିତି କି…

ଟାଣିନେଲା ୩୩ କେଭି ବିଦ୍ୟୁତ୍‌: ଜଳିଗଲେ ରଙ୍ଗମିସ୍ତ୍ରି, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶିଶୁ ବିହାରରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା। ଏକ ଘରର ରଙ୍ଗ କାମ ଚାଲିଥିବାବେଳେ ଜଣେ ଯୁବକଙ୍କୁ ଯମ ଭଳି ଟାଣି ନେଇଥିଲା ୩୩ କେଭି ବିଦ୍ୟୁତ୍‌ ତାର। କେହି କିଛି ବୁଝିବା ପୂର୍ବରୁ ସେ…

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଆରମ୍ଭ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର (ଡି.ଏନ୍‌.ଏ):ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ହଟିବ ଜବରଦଖଲ। ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯାତାୟାତ ସହଜ ହେବ। ଏଥିପାଇଁ ସୋମବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ଦିନ ଧରି ଚାଲିବାକୁ ଥିବା ଏହି ଉଚ୍ଛେଦର…

ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର,୧୦।୧୨(ଡି.ଏନ.ଏ): ଚୌଦ୍ୱାର ସର୍କଲ ଜେଲରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ମାଳିସାହି ଗ୍ରାମର ଦେବ ପ୍ରକାଶ ବେହେରା(୨୧)। ଜେଲ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାରେ କରିଥିବା ଲିଖିତ ସୂଚନା ଅନୁଯାୟୀ, ସୋମବାର…

ସୋନିଆଙ୍କୁ ଭେଟିଲେ ମହିଳା କଂଗ୍ରେସ ଟିମ୍‌

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ମହିଳା କଂଗ୍ରେସ ଟିମ୍‌ ସୋମବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ସଂସଦ ଭବନର ୨୪ ନମ୍ବର ପ୍ରକୋଷ୍ଠରେ ରାଜ୍ୟ ମହିଳା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri