Home Left

କଂଗ୍ରେସ ନେତା ବନଓ୍ବାରି ଲାଲ ଶର୍ମାଙ୍କ ପରଲୋକ

ଭୋପାଳ,୨୧।୧୨: ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ଜଉରା ବିଧାୟକ ବନଓ୍ବାରି ଲାଲ ଶର୍ମାଙ୍କର ଶନିବାର ସକାଳେ ପରଲୋକ ହୋଇଛି। ଭୋପାଳରେ ଚିକିତ୍ସିତ ହେଉଥିବା ସମୟରେ ୬୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେବ ସେ କ୍ୟାନସରରେ ପୀଡ଼ିତ ଥିଲେ।…

ପଥର ଖଣିରୁ ମିଳିଲା ୩୮ କୋଟି ୬୦ ଲକ୍ଷ ବର୍ଷ ପୁରାତନ ଜଙ୍ଗଲ ଜୀବାଶ୍ମ

ଓ୍ବାଶିଂଟନ, ୨୧।୧୨: ଆମେରିକାର ଏକ ପଥର ଖଣିରୁ ୩୮ କୋଟି ୬୦ ଲକ୍ଷ ବର୍ଷ ତଳର ପୁରାତନ ଜଙ୍ଗଲ ଜୀବାଶ୍ମ ମିଳିଛି। ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ ମାଟିତଳେ ଚାପି ହୋଇ ବିଘଟିତ ହୋଇ ଜୀବାଶ୍ମରେ ପରିଣତ ହୋଇଛନ୍ତି। ଗବେଷକ ଏହାକୁ ସର୍ବ…

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ, ଜୀବାଶ୍ମରୁ…

ସିଏଏକୁ ନେଇ ସାରା ଦେଶରେ ବିକ୍ଷୋଭ: ରେଲଓ୍ବେର ୮୮ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନିଆଁରେ ସାରା ଦେଶ ଏକ ପ୍ରକାର ଜଳୁଛି କହିଲେ ଚଳେ। ପାଖାପାଖି ୩ ଦିନ ହେବ ସାରା ଦେଶରେ ସିଏଏକୁ ନେଇ ଯେଉଁଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ତାହା ବେଳେକୁ ବେଳ ଉଗ୍ର ରୂପ ନେଲାଣି।…

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୧।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ଶନିବାର ସ୍ଥାନୀୟ ତଙ୍ଗଧାର ସେକ୍ଟର ଏବଂ କାଞ୍ଜଲଓ୍ବାନ୍‌ଠାରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ହୋଇଛି। ଏହାର ଜବାବରେ ଭାରତୀୟ ପୋଷ୍ଟଗୁଡ଼ିକରୁ ପାଲଟା…

କେନ୍ଦ୍ରାପଡ଼ାରେ ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଶୋଭାଯାତ୍ରା ପାଇଁ ଅନୁମତି ନ ଦେବାରୁ ଉତ୍ତେଜନା

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ବିରୋଧ କରାଯାଇଛି। ସକାଳେ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ…

ଓସ୍କାର ଦୌଡ଼ରେ ଜୋସେଫ୍‌

ଭୁବନେଶ୍ୱର: ଏକାଡେମୀ ଅଫ୍‌ ମୋଶନ ପିକ୍‌ଚର୍‌ ଆର୍ଟସ ଆଣ୍ଡ ସାଇନ୍ସେସ୍‌ ଦ୍ୱାରା ନିକଟରେ ବିଶ୍ୱର ସର୍ବବୃହତ୍‌ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ସାମିଲ ହୋଇଛି ଓଡ଼ିଆ ଫିଲ୍ମ ନିର୍ମାତାଙ୍କ ଚଳଚ୍ଚିତ୍ର…

ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ ଏହା ମଣିଷର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ବିଶେଷ କ୍ଷତି ପହଞ୍ଚାଇବ। ନିକଟରେ…

ଖାରଜ ହେଲା ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ

ମୁମ୍ବାଇ,୨୧।୧୨: ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇନ୍ଦ୍ରାଣୀ ଜାମିନ ଆବେଦନ କରିଥିଲେ। ହେଲେ ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥତା…

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଉଥିବାବେଳେ ଗତ ନଭେମ୍ବର ୨୬ ତାରିଖରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏବେ ରତ୍ନଭଣ୍ଡାର ଖୋଲିବା…

ଗଛ ଲଗାଇଥିଲେ ଏବେ କାଟିଦେଲେ: ୫୭ ନଂ. ଜାତୀୟ ରାଜପଥ କଡ଼ ବୃକ୍ଷଶୂନ୍ୟ

ଖୋର୍ଦ୍ଧା ଅଫିସ/ବୋଲଗଡ, ୨୧ା୧୨ (ଡି.ଏନ.ଏ.): ରାସ୍ତା ପ୍ରଶସ୍ତୀକରଣର ଆଳ ଦେଖାଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ(ଏନଏଚ୍‌) କଡରୁ କଟା ଚାଲିଛି ଗଛ। ତେବେ ରାସ୍ତା ପ୍ରଶସ୍ତୀକରଣକୁ ପରିବେଶବିତ ବିରୋଧ କରୁନାହାନ୍ତି। ବିରୋଧ କରୁଛନ୍ତି ବୃକ୍ଷରୋପଣ କରାଯାଉଥିଲା କାହିଁକି। ପୁଣି ମାତ୍ର…

ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସବୁ ସ୍ଥାନାନ୍ତର ହୋଇ ନ ଥିବାରୁ ବାଧ୍ୟ ହୋଇ ନିକଟସ୍ଥ ଶୌଚାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri