Home Left

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ ନୃତ୍ୟଶିଳ୍ପୀ ସ୍ବର୍ଗତଃ ଗୁରୁ ବୀରବର ସାହୁଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ ଏହି ଉତ୍ସବରେ ନୃତ୍ୟ ପରିବେଷଣ…

ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର କାରବାର: ରାଜାଙ୍କ ୨ ସହଯୋଗୀ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଅନ୍ତର୍ଜାତୀୟ ନିଶା ମାଫିଆ ତଥା ବ୍ରାଉନସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ସେକ୍‌ ରାଜାଙ୍କ ଦୁଇ ସହଯୋଗୀ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ରବିବାର ରାତିରେ ବାଲେଶ୍ୱରରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ମସ୍‌ଜିଦ୍‌ ଗଳିରେ ରହୁଥିବା…

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା ପରେ ସେଥିରେ ଥିବା ଭାରତୀୟଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କୁ ମୁକ୍ତ କରାଇବାରେ ସହଯୋଗ କରିଥିବା…

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ଅଧିକ ବିମାନ। କିଛି ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଦୁବାଇ ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଗତ ୧୭ ତାରିଖରେ…

ଆନ୍ଧ୍ରରେ ଲାଗୁ ହେବନି ଏନ୍‌ଆର୍‌ସି

କଡ଼ପା,୨୪ା୧୨(ପି.ଟି.): ଆନ୍ଧ୍ରପ୍ରଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ ହେବନି ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ସୋମବାର କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ କଡପା ଗସ୍ତରେ ଯାଇଥିବାବେଳେ ଜଗନମୋହନ କହିଛନ୍ତି, ଏନ୍‌ଆର୍‌ସିକୁ ସମର୍ଥନ କରିବା ପ୍ରଶ୍ନ ଉଠୁନାହିଁ। ପାର୍ଲାମେଣ୍ଟରେ ଓ୍ବାଇଏସ୍‌ଆର୍‌…

ବାରବାଟୀ ଟିକେଟ ଜାଲିଆତି ଘଟଣାର ତଦନ୍ତ ହେବ, ଦର୍ଶକ ଭଲ ଅନୁଭୂତି ନେଇ ଫେରିଛନ୍ତି: ପୋଲିସ କମିଶନର

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କଟକ ବାରବାଟୀରେ ରବିବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ ଟିକେଟ ଜାଲିଆତି ଘଟଣାର ତଦନ୍ତ କରିବେ କଟକ ଡିସିପି ଅଖିଳେଶ୍ୱର ସିଂ। ଏଥିରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ…

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ସଂଶୋଧିତ ନାଗରିକତ୍ୱ ଆଇନ ଏବଂ ଏନ୍‌ଆର୍‌ସି ବିରୋଧରେ ଶାନ୍ତିପୂର୍ଣ୍ଣ…

ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌ ଆଥଲେଟ୍‌ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ପେସା ଭାବେ ଗ୍ରହଣ କରିବାକୁ…

୨୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨୫ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ ସ୍ବଳ୍ପ ପରିମାଣର ବର୍ଷା ହେବ ଏବଂ ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଶୁଖିଲା…

ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନୂଆ ବହିର୍ବ୍ୟାପାର ସଚିବ

ନୂଆଦିଲ୍ଲୀ,୨୪ା୧୨(ଆଇଏଏସ୍‌ଏସ୍‌): ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନୂଆ ବହିର୍ବ୍ୟାପାର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ବହିର୍ବ୍ୟାପାର ସଚିବ ଥିବା ବିଜୟ କେଶବ ଗୋଖଲେଙ୍କ ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହେଉଥିବାରୁ ଆସନ୍ତା ମାସରେ ତାଙ୍କ…

ରାଜ୍ୟରେ ବ୍ୟାପକ ହେବ ପାଠାଗାର ଆନ୍ଦୋଳନ ଖୁବ୍‌ଶୀଘ୍ର ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବା ଭଳି ସଦସ୍ୟମାନଙ୍କୁ ଏଥିରେ ରଖାଯିବ ଏବଂ ସେମାନଙ୍କ ନେତୃତ୍ୱ ନେବାକୁ ଜଣେ ଅଧ୍ୟକ୍ଷ ରହିବେ। ଏହି…

ଗଣିତ ବଦଳାଇଦେଲେ ହେମନ୍ତ

ରାଞ୍ଚି,୨୪ା୧୨: ଜେଏମ୍‌ଏମ୍‌ ନିଜ ୪୬ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଏତେ ବଡ଼ ସଫଳତା ପାଇଛି। ଏହାସହ ଦଳର ନେତା ହେମନ୍ତ ସୋରେନ ଦ୍ୱିତୀୟଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାକୁ ବିପୁଳ ସଫଳତା ମିଳିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri