ସଙ୍କଟରେ ମହୁଲ ସଂଗ୍ରହକାରୀ

କପ୍ତିପଦା,୧୯ା୩(ଡି.ଏନ୍‌.ଏ.)- ବସନ୍ତ ଋତୁରେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳର ଶିମିଳିପାଳ ସଂଲଗ୍ନ ପଞ୍ଚାୟତ ଅଞ୍ଚଳର ଗରିବ ଆଦିବାସୀଙ୍କ ଆୟର ଅନ୍ୟତମ ପନ୍ଥା ହେଲା ମହୁଲ ସଂଗ୍ରହ। ଏହାକୁ ସେମାନେ ଖାଦ୍ୟ, ପାନୀୟ ଓ ଜାଳେଣି ରୂପେ ବ୍ୟବହାର କରୁଥିବା ବେଳେ ଏହା ସହିତ ରହିଛି ଆଦିବାସୀ ଜୀବନ ଜୀବିକାର ନିଗୂଢ ସମ୍ପର୍କ। ଆଦିବାସୀମାନେ ମହୁଲକୁ ଗୋଟାଇ ଶୁଖାଇବା ପରେ ତାକୁ ଅତି ଯନତ୍ର ସହିତ ରଖିଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଥିଲେ ହେଁ ବିକ୍ରି ସମୟରେ ଉଚିତ ମୂଲ୍ୟ ମିଳୁ ନାହିଁ। ଫଳରେ ସେମାନେ ସଙ୍କଟ ମଧ୍ୟରେ ଗତି କରୁଛନ୍ତି।
ଏହି ବ୍ଲକ୍‌ ଅଞ୍ଚଳରେ ୭୦ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର। ଏହା ଏକ ବଣପାହାଡ ପରିବେଷ୍ଟିତ ଅଞ୍ଚଳ। ତେଣୁ ଅଧିକାଂଶ ଲୋକ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ମାତ୍ର ସରକାରଙ୍କର ପରିବର୍ତ୍ତିତ ନିୟମ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା ଏହି ଲୋକମାନଙ୍କର ରୋଜଗାରରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ଶାଳପତ୍ର, ହରିଡା, ବାହାଡା ଓ ଅଁଳା ଆଦି ସଂଗ୍ରହ କରି ଏହି ଲୋକମାନେ ସ୍ଥାନୀୟ ବଜାର ଏବଂ ଗାଁକୁ ଗାଁ ବୁଲି ବିକ୍ରି କରି ସଂସାର ଚଳାଇଥାନ୍ତି। ଏଗୁଡ଼ିକ ମଧ୍ୟରୁ ବିଶେଷକରି ମହୁଲ ଓ ଶାଳପତ୍ର ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶର ମୁଖ୍ୟ ମାଧ୍ୟମ। ତେଣୁ ଏ ସବୁ ଉପରେ କଟକଣା ଫଳରେ ବହୁ ପରିବାର ପ୍ରଭାବିତ ହେବା ସହିତ ସେମାନଙ୍କର ଜୀବିକା । ଏହି ବ୍ଲକ ଅଧୀନ କଳମଗଡିଆ, ଶରତ, ନଟୋ, ରାଣୀପୋଖରୀ, ସରଡିହା, ଦେୱାନବାହାଳୀ, ରାମଚନ୍ଦ୍ରପୁର, ଲାବଣ୍ୟଦେଈପୁର, ପଦ୍ମପୋଖରୀ, ଚକ୍ରଧରପୁର, ଜେଏସ୍‌ ଜାମୁଡିହା, କୁଳିଅଳମ୍‌, ଦେବଳା, ମଝିଗଡିଆ, ଶାଳଚୁଆ ଓ ମାଙ୍କଡପଡା ଆଦି ପଞ୍ଚାୟତମାନଙ୍କରେ ବହୁ ପରିମାଣରେ ମହୁଲ ଗଛ ଦେଖିବାକୁ ମିଳେ। ମାର୍ଚ୍ଚ ମାସ ଠାରୁ ମହୁଲ ପାଚି ଝଡ଼ିବା ଆରମ୍ଭ ହୋଇଥାଏ। ଆଦିବାସୀମାନେ ଏହାକୁ ସଂଗ୍ରହ କରି ଯନତ୍ର ସହିତ ରଖିଥାନ୍ତି। ଜଙ୍ଗଲ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ସେପରି କିଛି ବିଧିବଦ୍ଧ ବ୍ୟବସ୍ଥା ନ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ ଦଲାଲମାନଙ୍କ ମାଧ୍ୟମରେ ଅତି କମ୍‌ ଦରରେ ଏହାକୁ ସଂଗ୍ରହ କରିଥାନ୍ତି। ଏଥିରେ ଦଲାଲ ଓ ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ମହୁଲ ସଂଗ୍ରହକାରୀଙ୍କ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିବାର ନଜିର ଦେଖାଯାଇ । ଏପରି କି ମହୁଲ ସଂଗ୍ରହକାରୀମାନେ ୨କେଜି ଲୁଣକୁ ଏକ କେଜି ମହୁଲ ଦେଇ କିଣୁ ଥିବାର ଶରତ ଅଞ୍ଚଳର ମାନ୍ଦ ସିଂ ଓ ସୁକୁଲ ହେମ୍ବ୍ରମ କହିିଛନ୍ତି। ପୂର୍ବରୁ ମହୁଲ ବିକ୍ରି ପାଇଁ ସରକାର ଦର ନିର୍ଦ୍ଧାରଣ କରିବା ସହିତ ଓଡ଼ିଶା ବନ ବିଭାଗ ମହୁଲ ସଂଗ୍ରହକାରୀଙ୍କଠାରୁ ସିଧାସଳଖ ମହୁଲ କିଣୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୬୮ଟି ବନ୍ୟଜାତ ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ପଞ୍ଚାୟତମାନଙ୍କୁ ହସ୍ତାନ୍ତର କରିଥିଲେ ହେଁ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା । ଏହି ନିୟମ କେବଳ କାଗଜକଲମରେ ସୀମିତ ।
ଜିଲାରେ ଏକ ମହୁଲଭିତ୍ତିିକ ଗବେଷଣାଗାର ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ବିଭାଗ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ଯାହାଫଳରେ ମହୁଲ ସଂଗ୍ରହକାରୀମାନେ ଉଚିତ ମୂଲ୍ୟ ନ ପାଇ ଦଲାଲଙ୍କ ମାଧ୍ୟମରେ ଏହାକୁ ଶାଗମାଛ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ସରକାରୀସ୍ତରରେ ଏହି ମହୁଲ ଫୁଲ କ୍ରୟ କରାଗଲେ ସଂଗ୍ରହକାରୀ ପରିବାର ବେଶ୍‌ ଉପକୃତ ହେବା ସହିତ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରନ୍ତେ। ଏ ସମ୍ପର୍କରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ବର୍ତ୍ତମାନ ମହୁଲ ସହିତ ୬୮ଟି ବନ୍ୟଜାତ ସାମଗ୍ରୀର ପରିଚାଳନା ତଥା ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ବନ ବିଭାଗଠାରୁ କାଢି ନିଆଯାଇ ପଞ୍ଚାୟତମାନଙ୍କୁ ଦିଆଯାଇଛି ।ତେଣୁ ତାହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri