ସଙ୍କଟରେ ମହୁଲ ସଂଗ୍ରହକାରୀ

କପ୍ତିପଦା,୧୯ା୩(ଡି.ଏନ୍‌.ଏ.)- ବସନ୍ତ ଋତୁରେ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଞ୍ଚଳର ଶିମିଳିପାଳ ସଂଲଗ୍ନ ପଞ୍ଚାୟତ ଅଞ୍ଚଳର ଗରିବ ଆଦିବାସୀଙ୍କ ଆୟର ଅନ୍ୟତମ ପନ୍ଥା ହେଲା ମହୁଲ ସଂଗ୍ରହ। ଏହାକୁ ସେମାନେ ଖାଦ୍ୟ, ପାନୀୟ ଓ ଜାଳେଣି ରୂପେ ବ୍ୟବହାର କରୁଥିବା ବେଳେ ଏହା ସହିତ ରହିଛି ଆଦିବାସୀ ଜୀବନ ଜୀବିକାର ନିଗୂଢ ସମ୍ପର୍କ। ଆଦିବାସୀମାନେ ମହୁଲକୁ ଗୋଟାଇ ଶୁଖାଇବା ପରେ ତାକୁ ଅତି ଯନତ୍ର ସହିତ ରଖିଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଥିଲେ ହେଁ ବିକ୍ରି ସମୟରେ ଉଚିତ ମୂଲ୍ୟ ମିଳୁ ନାହିଁ। ଫଳରେ ସେମାନେ ସଙ୍କଟ ମଧ୍ୟରେ ଗତି କରୁଛନ୍ତି।
ଏହି ବ୍ଲକ୍‌ ଅଞ୍ଚଳରେ ୭୦ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର। ଏହା ଏକ ବଣପାହାଡ ପରିବେଷ୍ଟିତ ଅଞ୍ଚଳ। ତେଣୁ ଅଧିକାଂଶ ଲୋକ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ମାତ୍ର ସରକାରଙ୍କର ପରିବର୍ତ୍ତିତ ନିୟମ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା ଏହି ଲୋକମାନଙ୍କର ରୋଜଗାରରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ଶାଳପତ୍ର, ହରିଡା, ବାହାଡା ଓ ଅଁଳା ଆଦି ସଂଗ୍ରହ କରି ଏହି ଲୋକମାନେ ସ୍ଥାନୀୟ ବଜାର ଏବଂ ଗାଁକୁ ଗାଁ ବୁଲି ବିକ୍ରି କରି ସଂସାର ଚଳାଇଥାନ୍ତି। ଏଗୁଡ଼ିକ ମଧ୍ୟରୁ ବିଶେଷକରି ମହୁଲ ଓ ଶାଳପତ୍ର ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶର ମୁଖ୍ୟ ମାଧ୍ୟମ। ତେଣୁ ଏ ସବୁ ଉପରେ କଟକଣା ଫଳରେ ବହୁ ପରିବାର ପ୍ରଭାବିତ ହେବା ସହିତ ସେମାନଙ୍କର ଜୀବିକା । ଏହି ବ୍ଲକ ଅଧୀନ କଳମଗଡିଆ, ଶରତ, ନଟୋ, ରାଣୀପୋଖରୀ, ସରଡିହା, ଦେୱାନବାହାଳୀ, ରାମଚନ୍ଦ୍ରପୁର, ଲାବଣ୍ୟଦେଈପୁର, ପଦ୍ମପୋଖରୀ, ଚକ୍ରଧରପୁର, ଜେଏସ୍‌ ଜାମୁଡିହା, କୁଳିଅଳମ୍‌, ଦେବଳା, ମଝିଗଡିଆ, ଶାଳଚୁଆ ଓ ମାଙ୍କଡପଡା ଆଦି ପଞ୍ଚାୟତମାନଙ୍କରେ ବହୁ ପରିମାଣରେ ମହୁଲ ଗଛ ଦେଖିବାକୁ ମିଳେ। ମାର୍ଚ୍ଚ ମାସ ଠାରୁ ମହୁଲ ପାଚି ଝଡ଼ିବା ଆରମ୍ଭ ହୋଇଥାଏ। ଆଦିବାସୀମାନେ ଏହାକୁ ସଂଗ୍ରହ କରି ଯନତ୍ର ସହିତ ରଖିଥାନ୍ତି। ଜଙ୍ଗଲ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ସେପରି କିଛି ବିଧିବଦ୍ଧ ବ୍ୟବସ୍ଥା ନ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀମାନେ ଦଲାଲମାନଙ୍କ ମାଧ୍ୟମରେ ଅତି କମ୍‌ ଦରରେ ଏହାକୁ ସଂଗ୍ରହ କରିଥାନ୍ତି। ଏଥିରେ ଦଲାଲ ଓ ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ମହୁଲ ସଂଗ୍ରହକାରୀଙ୍କ ଆର୍ଥିକ ସ୍ଥିତିରେ କୌଣସି ସୁଧାର ଆସିବାର ନଜିର ଦେଖାଯାଇ । ଏପରି କି ମହୁଲ ସଂଗ୍ରହକାରୀମାନେ ୨କେଜି ଲୁଣକୁ ଏକ କେଜି ମହୁଲ ଦେଇ କିଣୁ ଥିବାର ଶରତ ଅଞ୍ଚଳର ମାନ୍ଦ ସିଂ ଓ ସୁକୁଲ ହେମ୍ବ୍ରମ କହିିଛନ୍ତି। ପୂର୍ବରୁ ମହୁଲ ବିକ୍ରି ପାଇଁ ସରକାର ଦର ନିର୍ଦ୍ଧାରଣ କରିବା ସହିତ ଓଡ଼ିଶା ବନ ବିଭାଗ ମହୁଲ ସଂଗ୍ରହକାରୀଙ୍କଠାରୁ ସିଧାସଳଖ ମହୁଲ କିଣୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୬୮ଟି ବନ୍ୟଜାତ ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ପଞ୍ଚାୟତମାନଙ୍କୁ ହସ୍ତାନ୍ତର କରିଥିଲେ ହେଁ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା । ଏହି ନିୟମ କେବଳ କାଗଜକଲମରେ ସୀମିତ ।
ଜିଲାରେ ଏକ ମହୁଲଭିତ୍ତିିକ ଗବେଷଣାଗାର ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ବିଭାଗ, ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହେଉଛି। ଯାହାଫଳରେ ମହୁଲ ସଂଗ୍ରହକାରୀମାନେ ଉଚିତ ମୂଲ୍ୟ ନ ପାଇ ଦଲାଲଙ୍କ ମାଧ୍ୟମରେ ଏହାକୁ ଶାଗମାଛ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ସରକାରୀସ୍ତରରେ ଏହି ମହୁଲ ଫୁଲ କ୍ରୟ କରାଗଲେ ସଂଗ୍ରହକାରୀ ପରିବାର ବେଶ୍‌ ଉପକୃତ ହେବା ସହିତ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରନ୍ତେ। ଏ ସମ୍ପର୍କରେ କପ୍ତିପଦା ରେଞ୍ଜର ମହେଶ୍ୱର ସିଂଙ୍କୁ ପଚାରିବାରୁ ବର୍ତ୍ତମାନ ମହୁଲ ସହିତ ୬୮ଟି ବନ୍ୟଜାତ ସାମଗ୍ରୀର ପରିଚାଳନା ତଥା ମୂଲ୍ୟ ନିର୍ଦ୍ଧାରଣ ଦାୟିତ୍ୱ ବନ ବିଭାଗଠାରୁ କାଢି ନିଆଯାଇ ପଞ୍ଚାୟତମାନଙ୍କୁ ଦିଆଯାଇଛି ।ତେଣୁ ତାହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ପାରଳାଖେମୁଣ୍ଡି ରାଜପ୍ରାସାଦର ଦୁର୍ଦ୍ଦଶା ଦେଖି ମନ୍ତ୍ରୀଙ୍କ ଉଦ୍‌ବେଗ: ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri