Home Left

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଚଳିତ ମାସ ୨୯ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେଡିର କ’ଣ ରଣନୀତି ରହିବ, ସେ ନେଇ ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ। ଭୋପାଳକୁ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ ହେବା ପରେ ଆତଙ୍କ ଖେଳିଯାଇଛି। ଗତ ଦୁଇଦିନ ହେବ ଏହି ଫାର୍ମରେ ଅନେକ କୁକୁଡ଼ା…

ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟ୍‌ ଅଭିଯୋଗ

ଘସିପୁରା, ୨୮।୧(ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ନାହାଗୁଣାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଫାଇନାନ୍ସ କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ…

ରଟନ୍ତି କାଳୀପୂଜାରେ ଝଲସୁଛି ଅସୁରାଳି

ଧାମନଗର, ୨୮।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିରେ ଶନିବାର ରାତିରୁ ଆରମ୍ଭ ହୋଇଛି ମା’ ରଟନ୍ତି କାଳୀପୂଜା। ଏଥିପାଇଁ ଅସୁରାଳି ଉତ୍ସବମୁଖର ହୋଇଥିବାବେଳେ ବିଭିନ୍ନ ସାଜସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି। ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ମା’ଙ୍କୁ ଦର୍ଶନ କରୁଛନ୍ତି।…

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପାନ୍ଥନିବାସ ସଭାକକ୍ଷରେ ଆୟୋଜିତ ଏହି ଉତ୍ସବରେ କବି ରାଜେନ୍ଦ୍ର…

କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ ଏବେ ଆଉ ଏକ ଦନ୍ତାକୁ ସେଠାକୁ ଅଣାଯିବାକୁ ମସୁଧା କରାଯାଉଥିବା ସୂଚନା ମିଳିଛି। ଉଗ୍ର…

୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ ନିଜର ଯୋଗଦାନ ରଖି ପାରିବେ। ଜାତୀୟ କୃଷି ତଥା ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧-ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଓ ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ମା’ଙ୍କୁ ଧମକଚମକ ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଟାଉନ ଥାନା ଅନ୍ତର୍ଗତ ଲୋଚାପଡା ଲକ୍ଷ୍ମୀନଗରର ଚିଣ୍ଟୁ ସେଠୀ (୨୨)। ପୋଲିସ…

ପୂର୍ବତନ ସିପକ୍‌ଟାକ୍ର ଖେଳାଳିଙ୍କ ଅକାଳ ବିୟୋଗ

କଟକ ଅଫିସ,୨୮ା୧- ରାଜ୍ୟର ପୂର୍ବତନ ସିପକ୍‌ଟାକ୍ର ଖେଳାଳି ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) କାର୍ଯ୍ୟାଳୟର କର୍ମଚାରୀ ମୁନା ବାରିକ(୩୨)ଙ୍କର ସୋମବାର ପୂର୍ବାହ୍ନରେ ପରଲୋକ ଘଟିଛି। ଗତ ୨୦ ତାରିଖରେ ମୁନା ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସାଧୀନ…

ଉପକାରୀ କୋଳଥ ଡାଲି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା  ହ୍ରାସ ପାଇଥାଏ। କୋଳଥ ଡାଲିର…

ବସ୍ତାନି ବୋଝ: ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୨୭।୧: ଶିଶୁ କାନ୍ଧରେ ବହିବସ୍ତାନି ବୋଝକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ସୋମବାର ଆବେଦନକାରୀ ଆଡଭୋକେଟ କହ୍ନେୟାଲାଲ ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ଶର୍ମା ଉଲ୍ଲେଖ କରିଛନ୍ତି ଯେ, ବସ୍ତାନି ବୋଝକୁ ହାଲୁକା କରିବା ପାଇଁ ହାଇକୋର୍ଟଙ୍କ…

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ମୁନିବର ସମ୍ବର୍ଦ୍ଧିତ

ଚମ୍ପୁଆ,୨୭।୧(ଡି.ଏନ.ଏ)-କଣ୍ଢେଇ ନାଚର ପ୍ରତିଭା ପାଇଁ ଚମ୍ପୁଆ ବ୍ଲକ ଅଧୀନ ରଙ୍ଗାମାଟିଆ ପଞ୍ଚାୟତ ଟିଆଁସପଶି ଗ୍ରାମର ମୁନିବର ସିଂ ସମ୍ବର୍ଦ୍ଧିତ ହୋଇଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁନିବରଙ୍କୁ ଉପଢୋକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri