୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ
ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ…
ଦିପ୍ତୀ ନାଭାଲଙ୍କୁ ପୂରିଲା ୬୮: ଆକ୍ଟିଂ କରିବାର ନିଶା ଟାଣି ଆଣିଥିଲା ବଲିଉଡ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିପ୍ତୀ ନାଭାଲ ସୋମବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୨ ଫେବୃୟାରୀ ୩ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅଭିନୟ ପ୍ରତି ତାଙ୍କର ଭାରି ନିଶା ଥିଲା। ଏହାଯୋଗୁ ସେ ବଲିଉଡ୍କୁ ଆସିଥିଲେ।…
ଟ୍ୟାକ୍ସି ଡ୍ରାଇଭରରୁ ଗ୍ରାଣ୍ଡସ୍ଲାମ ଓି୍ବନିଙ୍ଗ୍ କୋଚ୍
ମେଲ୍ବୋର୍ନ,୩।୨(ଏଏଫ୍ପି)- ଏକଦା ନ୍ୟୁୟର୍କରେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଆଲେକ୍ସ କେନିନ୍ ଏବେ ଗ୍ରାଣ୍ଡସ୍ଲାମ ଓ୍ବିନିଙ୍ଗ୍ କୋଚ୍ ଭାବେ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆନ ଓପନ୍ ମହିଳା ଚାମ୍ପିୟନ ସୋଫିଆ କେନିନ୍ଙ୍କ ପିତା ଆଲେକ୍ସ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।…
ପଙ୍ଗପାଳକୁ ନେଇ ପାକ୍ରେ ଜରୁରୀ ପରିସ୍ଥିତି
ଇସ୍ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍ ପ୍ରଦେଶରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଏବେ ସେମାନେ ପଞ୍ଜାବ ପ୍ରଦେଶରେ ଫସଲ ନଷ୍ଟ କରିଚାଲିଥିବାବେଳେ…
ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ
ବରଗଡ଼ ଅଫିସ,୩।୨: ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି ଦାବି ନେଇ ସୋମବାର ସକାଳୁ ବରଗଡ଼ ସହରବାସୀ ଦୋକାନ, ବଜାରକୁ ସ୍ବତଃସ୍ଫୁର୍ତ୍ତ ଭାବେ ବନ୍ଦ…
ଗରିବଙ୍କ ହିତରେ ବଜେଟ
ନୂଆଦିଲ୍ଲୀ,୩ା୨(ଆଇଏଏନ୍ଏସ୍): ପାର୍ଲାମେଣ୍ଟରେ ଶନିବାର ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ୪୪% ଲୋକ ଗରିବଙ୍କ ହିତରେ ବୋଲି ଆଇଏଏନ୍ଏସ୍-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି। ଏଥିରେ ୩୨.୯% ଲୋକ ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀ ପ୍ରତି ବଜେଟରେ କମ୍ ଧ୍ୟାନ ଦିଆଯାଇଥିବା…
ବଜେଟ ପ୍ରସ୍ତାବକୁ ସର୍ବାଧିକ ରେଟିଂ
ନୂଆଦିଲ୍ଲୀ,୩ା୨(ଆଇଏଏନ୍ଏସ୍): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ୨ ଘଣ୍ଟା ୪୦ ମିନିଟର ବଜେଟ ଭାଷଣରେ ଅର୍ଥନୀତିର ସବୁ କ୍ଷେତ୍ର ପାଇଁ ପ୍ରସ୍ତାବ ରଖିଥିଲେ। ଯଦିଓ କେତେଜଣ ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ତେବେ ଅଧିକାଂଶ ଏହାକୁ ପ୍ରଶଂସା କରିଥିବା ଜଣାପଡିଛି। ଗତ…
ସେସୁ : ଆଦାୟ ହେଲାଣି ୬୭.୨୯ କୋଟି ବକେୟା
ଭୁବନେଶ୍ୱର,୩ା୨(ବ୍ୟୁରୋ): ସେସୁ ପକ୍ଷରୁ ବକେୟା ବିଲ୍ ଆଦାୟ ଏବଂ ଖିଲାପକାରୀଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ରବିବାର ୬୫୨ଜଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟି ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୦,୦୪୬ ସଂଯୋଗ କଟାଯାଇ ସାରିଲାଣି।…
୨ ଲୁହାପଥର ଖଣି ହାତେଇଲା ଜେଏସ୍ଡବ୍ଲ୍ୟୁ
ଭୁବନେଶ୍ୱର,୩ା୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ବିଭିନ୍ନ ଖଣିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଣ୍ଟନ ପ୍ରକ୍ରିୟାର ପ୍ରଥମ ଦୁଇଦିନରେ ନୂଆଗାଁ ଏବଂ ନାରାୟଣପୋଷୀସ୍ଥିତ ଲୁହାପଥର ଖଣି ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ୨ଟି ଲୁହାପଥର ଖଣି ଜେଏସ୍ଡବ୍ଲ୍ୟୁକୁ ମିଳିଛି।…
ଶିକ୍ଷାଗତ ଯୋଗ୍ୟତାର ଭୁଲ୍ ତଥ୍ୟ ରଖିଛନ୍ତି ଅନୁଭବ: କଂଗ୍ରେସ
ଭୁବନେଶ୍ୱର,୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରମାଣ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାର ଜାଲ୍ ସାର୍ଟିଫିକେଟ ଦେଇଥିଲେ ବୋଲି ଆର୍ଟିଆଇ ତଥ୍ୟରୁ…
ଅଣ୍ଟାବିନ୍ଧାର ଘରୋଇ ଉପଚାର
ଅଣ୍ଟା ବିନ୍ଧିବା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହାର ଲକ୍ଷଣ ସମ୍ପର୍କରେ ଅବଗତହେବା ପରେ ତାହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ତେଣୁ ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ…
ଉପକାରୀ ମହୁ
ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ ଉଠିବା ପରେ ବାସିପାଣିରେ ଦୁଇବୁନ୍ଦା ମହୁ ମିଶାଇ ପିଇଲେ ମେଦବହୁଳତା ପରି ସମସ୍ୟା ଦୂର…
Archives


