Home Left

ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଐଶ୍ୱର଼୍ୟା ରାୟ ପ୍ରମୁଖ ଚରିତ୍ର ବିଶିଷ୍ଟ ଏହି…

କମାରଶାଳରୁ ମିଳିଲା ଯୁବକଙ୍କ ମୃତଦେହ

ହିଞ୍ଜିଳିକାଟୁ,୨୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଆହାରକେନ୍ଦ୍ର ନିକଟ କମାରଶାଳରୁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହିଞ୍ଜିଳିକାଟୁ ପାଟଣାସାହିର ନିରଞ୍ଜନ ମୂଳି(୩୦)। ସୋମବାର ରାତିରେ ନିରଞ୍ଜନ ଘରକୁ ଯାଇ ନ ଥିଲେ। ପରିବାର ଲୋକେ ଖୋଜାଖୋଜି…

ରାମଦାସ ଅଠୱାଲେଙ୍କୁ କରୋନା

ମୁମ୍ବାଇ,୨୭।୧୦:ରିପବ୍ଲିକାନ ପାର୍ଟି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ରାମଦାସ ଅଭିନେତ୍ରୀ ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ପ୍ରଦାନ କରିଥିଲେ। ଏହାପରେ ତାଙ୍କ…

ମାଓବାଦୀ, ବିଏସଏଫ୍‌ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ

ଚିତ୍ରକୋଣ୍ଡା,୨୭।୧୦(ଡି.ଏନ୍‌.ଏ.): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଜୁମଡାଙ୍ଗ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ବିଏସଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରଥମେ ମାଓବାଦୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପରେ ଏହାର କଡ଼ା ଜବାବ…

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏବେ ଯେ କୌଣସି ଭାରତୀୟ ଜମ୍ମୁ-କଶ୍ମୀର, ଲଦ୍ଦାଖରେ କିଣି ପାରିବେ ଜମି

ନୂଆଦିଲ୍ଲୀ,୨୭ ।୧୦: କେନ୍ଦ୍ରର ମୋଦି ସରକାର ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ଜମ୍ମୁ-କଶ୍ମୀର ଓ ଲଦ୍ଦାଖରେ ଦେଶର ଯେ କୌଣସି ବ୍ୟକ୍ତି ଜମି କ୍ରୟ କରି ବସବାସ କରିପାରିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ…

ପିତାଙ୍କ ମୃତ୍ୟୁର ୩ ଦିନ ପରେ ପଡିଆରେ ଏମିତି କରି ଦେଖାଇଲେ ପୁଅ, ସମସ୍ତେ କଲେ ସଲାମ୍‌

ଶାରଜା,୨୭।୧୦: ତିନି ଦିନ ପୂର୍ବେ ପିତାଙ୍କୁ ହରାଇଥିବା କିଙ୍ଗସ ଏକାଦଶ ପଞ୍ଜାବ ବ୍ୟାଟ୍ସମ୍ୟାନ ମନଦୀପ ସିଂ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅପରାଜିତ ୬୬ ରନ୍‌ର ପାଳି ଖେଳି ଦଳକୁ ଜିତାଇଥିଲେ। ଏହି ଇନିଂସ ତାଙ୍କ ପିତାଙ୍କୁ ସେ…

ହାଫିଜ ସଇଦଙ୍କ ଭିଣୋଇଙ୍କଠାରୁ ମୁମ୍ବାଇ ଆକ୍ରମଣର ଅଭିଯୁକ୍ତଙ୍କ ପର୍ଯ୍ୟନ୍ତ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୭ ।୧୦: ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ପ୍ରତି ପ୍ରତିବଦ୍ଧତା ପ୍ରକାଶ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ୟୁଏପିଏ ଅଧିନିୟମ ଅନୁଯାୟୀ ୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ମନ୍ତ୍ରଣାଳୟ କହିଛି ସୁରକ୍ଷାକୁ ଦୃଢ କରିବା ପାଇଁ ଏକ…

ଉପ ନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଆସନ ଲାଗି ଉପ ନିର୍ବାଚନ ହେବ। ଏ ନେଇ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ୩ ଦଳ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ…

ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ମୁମ୍ବାଇ,୨୭ ।୧୦: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ଆଗକୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରିଛି ଗୁଇନ୍ଦା ବିଭାଗ । ଗୁଇନ୍ଦା ବିଭାଗ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆକ୍ରମଣ…

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି ଟୁ ପ୍ଲସ ଟୁ ଆଲୋଚନା ହୋଇଥିଲା। ଏଥିରେ ଦୁଇ ଦେଶର ପ୍ରତିରକ୍ଷା ଏବଂ ବୈଦେଶିକ…

ଶ୍ରୀମନ୍ଦିର ବାଇଶିପାହଚ ହେବ ମରାମତି

ପୁରୀ ଅଫିସ, ୨୭।୧୦: ମରାମତି ହେବ ଶ୍ରୀମନ୍ଦିର ବାଇଶିପାହଚ। ଏଥିପାଇଁ ଏଏସ୍‌ଆଇର ଏକ ୪ ଜଣିଆ ଟିମ୍‌ ବୁଧବାର ଶ୍ରୀମନ୍ଦିରରେ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚ ମାପଚୁପ କରିବା ସହ ଦୁର୍ବଳ ପଥର ଚିହ୍ନଟ ହୋଇଛି। ଆବଶ୍ୟକ ପଡିଲେ ଦୁର୍ବଳ ପଥର…

ବରଗଡ଼ରୁ ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୪୫୮ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ୪, ବରଗଡ଼ ବ୍ଲକର ୨, ଅତାବିରା ବ୍ଳକର ୩, ଅତାବିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?