ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଐଶ୍ୱର଼୍ୟା ରାୟ ପ୍ରମୁଖ ଚରିତ୍ର ବିଶିଷ୍ଟ ଏହି ଫିଲ୍ମରେ ବହୁ ନବାଗତ କଳାକାର ଏଥିରେ କାମ କରିବାର ସୁଯୋଗ ପାଇଥିଲେ। ତେବେ ନବାଗତ କଳାକାରଙ୍କ ପାଇଁ ଏହି ଫିଲ୍ମ ବରଦାର ସଦୃଶ ହୋଇଥିଲା। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଏହି ଫିଲ୍ମ ମାଧ୍ୟମରେ ଅମିତାଭ ସଫଳତାର ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ଏଥିରେ ସେ ଜଣେ କଠୋର ପ୍ରିନ୍ସପାଲ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଲୁକ୍‌ ଇଣ୍ଡୋ-ଓ୍ବେଷ୍ଟର୍ନ ରଖାଯାଇଥିଲା। ଏହାକୁ କରଣ ଜୋହର ଡିଜାଇନ୍‌ କରିଥିଲେ।

୨୦୦୦ ମସିହାରେ ଅମିତାଭ କରଜରେ ବୁଡି ରହିଥିଲେ। ତାଙ୍କ ଉପରେ ୯୦ କୋଟି ଟଙ୍କାର କରଜ ଥିଲା। ଏହି ସମୟରେ ତାଙ୍କର ଏକ କମ୍ପାନୀ ଏବିସିଏଲ୍‌ ବନ୍ଦ ହେବାକୁ ବସିଥିଲା। ତାଙ୍କ ପାଖରେ କୌଣସି ଫିଲ୍ମ ମଧ୍ୟ ନ ଥିଲା। ଟଙ୍କା ଫେରସ୍ତ ନେବା ପାଇଁ ପ୍ରତିଦିନ ସକାଳୁ ତାଙ୍କ ଘର ସମ୍ମୁଖରେ ଲମ୍ବା ଲାଇନ ଲାଗୁଥିଲା। ଟଙ୍କା ପାଇଁ ଲୋକମାନେ ତାଙ୍କୁ ଗାଳି କରିବା ସହ ଧମକ ମଧ୍ୟ ଦେଉଥିଲେ। ଏହା କେବଳ ଅମିତାଭଙ୍କ ପାଇଁ ନୁହେଁ ପୁରା ବଚ୍ଚନ ପରିବାର ପାଇଁ ଖରାପ ସମୟ ଥିଲା। ନିଜେ ଅମିତାଭ ଏକ ସାକ୍ଷାତକାରରେ ଏହିକଥା କହିଥିଲେ। ଉକ୍ତ ସମୟରେ ବିଗ୍‌ ବି ୟଶ୍‌ ଚୋପ୍ରାଙ୍କ ନିକଟକୁ ଯାଇ କାମ ମାଗିଥିଲେ। ୟଶ୍‌ ତାଙ୍କୁ ‘ମହବତେ’ ରେ ପ୍ରମୁଖ ଚରିତ୍ର ଅଫର କରିଥିଲେ। ଏହି ସମୟରେ ସେ ଟିଭି ରିଆଲିଟି ଶୋ’ ‘କୌନ୍‌ ବନେଗା କରୋଡପତି’ରେ ମଧ୍ୟ କାମ କରିବାର ସୁଯୋଗ ପାଇଥିବା ସେ କହିଥିଲେ। ଏହିପରି ଭାବେ ବୋହୂ ତଥା ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ ବିଗ୍‌ ବି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର

ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?