Home Left

ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ଉଭୟ ବିବାହ କରିଛନ୍ତି। ଅନେକ ଦିନ ଧରି ଚାଲିଥିବା ଡେଟ୍‌ ବିବାହରେ…

‘ମୁଁ ଟିସୁ ପେପର୍‌ ନୁହେଁ’: କାନ୍ଦିକାନ୍ଦି ଏମିତି କହିଲେ ରାଖୀ…

ବମ୍ବେ: ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଲୋକପ୍ରିୟ ରିଆଲିଟି ଶୋ’ ବିଗ ବସ -୧୫ରୁ ବାହାରି ଯାଇଛନ୍ତି । ସେ ବିଗ ବସ୍‌ରୁ ବାହାରିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା ବେଳେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ନା…

ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍‌’

ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍‌) ଭାଇରସ୍‌କୁ ଚିହ୍ନଟ କରିଛନ୍ତି। ଏହା ବେଶ ମାରାତ୍ମକ…

ନାଜାଲ୍‌ କୋଭିଡ୍‌ ଟିକା ପରୀକ୍ଷା ପାଇଁ ଭାରତ ବାୟୋଟେକ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮।୧: କରୋନା ମହାମାରୀର ତୃତୀୟ ଲହର ସମୟରେ ନାଜାଲ କୋଭିଡ୍‌ ଟିକା ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଛି ଅନୁମତି। ଫେଜ ଥ୍ରୀ’ର କ୍ଲିନିକାଲ ଟ୍ରାଏଲ ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ…

ଆଇସିସିର ବଡ଼ କାର୍ଯ୍ୟାନୁଷ୍ଠାନ: ବ୍ରେଣ୍ଡନ ଟେଲର୍‌ ସାଢ଼େ ୩ ବର୍ଷ ପାଇଁ ବ୍ୟାନ୍‌

ଦୁବାଇ,୨୮।୧: ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବ୍ରେଣ୍ଡନ ଟେଲର୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଶୁକ୍ରବାର ସ୍ପଟ ଫିକ୍ସିଂ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଆଇସିସି ତାଙ୍କୁ ସାଢ଼େ ୩ ବର୍ଷ ପାଇଁ ବ୍ୟାନ୍‌…

ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୮।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି…

ଅନନ୍ତ ନାଗେଶ୍ୱରନ୍‌ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛିି। ଡିସେମ୍ବର ମାସରୁ ଏହି…

ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ହରିଶ ରାୱତ

ଡେରାଡୁନ,୨୮ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଶୁକ୍ରବାର ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବୁଧବାର କଂଗ୍ରେସ ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଥିବା ବେଳେ ହରିଶ…

ଶେଷରେ ମାଗିଲେ କ୍ଷମା

ବମ୍ବେ: ଭଗବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିବା ପରେ କ୍ଷମା ମାଗିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଶ୍ୱେତାଙ୍କ ନାମରେ ଭୋପାଳର…

ଓଟିଟିରେ ଡେବ୍ୟୁ କରିବେ ଭାଗ୍ୟଶ୍ରୀଙ୍କ ଝିଅ

ମୁମ୍ବାଇ: ଓଟିଟି ପ୍ଲାଟ ଫର୍ମରେ ପୁଣିଥରେ ଧମାଲ ମଚେଇବାକୁ ଆସୁଛନ୍ତି ହୁମା କୁରେସି । ତାଙ୍କର ନୂଆ ୱେବ ସିରିଜ ‘ମିଥ୍ୟା’ ଖୁବଶୀଘ୍ର ଫ୍ଲୋରକୁ ଶୁଟ୍ ପାଇଁ ବାହାରିବ । ‘ମିଥ୍ୟା’ ୨୦୧୯ର ସିରିଜ ‘ଚିଟ’ର ଏକ ମୂଳ ରୂପାନ୍ତର ।…

ଏଥର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇପାରିବେନି ଶ୍ରଦ୍ଧାଳୁ

ପୁରୀ ଅଫିସ,୨୮।୧: ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଗତବର୍ଷ ଭଳି ମଧ୍ୟ ଶ୍ରଦ୍ଧାଳୁ ବୁଡ଼ ପକାଇ ପାରିବେ ନାହିଁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ…

ସିଦ୍ଧୁଙ୍କୁ ବିକ୍ରମଙ୍କ କଟାକ୍ଷ: ଯିଏ ନିଜ ମା’ଙ୍କ ହୋଇପାରିଲେ ନାହିଁ, ସେ ଜନତାଙ୍କର କିଭଳି ହେବେ

ଅମୃତସର,୨୮।୧: ୨୦୨୨ ପଞ୍ଜାବ ନିର୍ବାଚନ ଲାଗି ଶିରୋମଣି ଅକାଳି ଦଳ ନେତା ତଥା ଅମୃତସର ପୂର୍ବର ପ୍ରାର୍ଥୀ ବିକ୍ରମ ସିଂହ ମାଜିଥିଆ ଶୁକ୍ରବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri