ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର
ବ୍ରିଟେନ୍ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍ ଜ୍ୟାକ୍ଙ୍କ ଗଳାରୁ ରକ୍ତ ବାହାରୁଥିଲା। ଜ୍ୟାକ୍ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ଅପରେଶନ୍ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହାର କାରଣ ଜାଣି ଡାକ୍ତର…
ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ
ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ। କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ କେସ୍ କରିଛନ୍ତି। ଏମିତି ଏକ ଅଜବ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ। ଘରମାଲିକ କ୍ୟାଥରିନ୍ କିଡ୍ କୁହନ୍ତି, ପଡ଼ୋଶୀଙ୍କ ଦୁଃଖ ଏବଂ ଥକାପଣ…
ରହସ୍ୟମୟ ପାତାଳଗଙ୍ଗା, ଅନ୍ତର୍ଦ୍ଧାନ ହୋଇଯାଉଛି ଜଳ
ପାତାଳଲୋକର ପାତାଳଗଙ୍ଗା ବିଷୟରେ ଅନେକେ କିଛି ଜ୍ଞାନ ନିଶ୍ଚୟ ଆହରଣ କରିଥିବେ। କିନ୍ତୁ ଏକ ପ୍ରାଚୀନ ଗୁମ୍ଫାରେ ପ୍ରବାହିତ ହେଉଥିବା ପାତାଳଗଙ୍ଗା ଏବେ ରହସ୍ୟଘେରରେ ରହିଛି। ଆନ୍ଧ୍ରପ୍ରଦେଶର କୁରନୁଲ୍ଠାରୁ ପ୍ରାୟ ୧୦୬ କିଲୋମିଟର ଦୂରରେ ବେଲମ୍ ନାମରେ ରହିଛି ଏକ ପ୍ରାଚୀନ…
ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି
ଥିରୁଭାନନ୍ତପୁରମ୍: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଚା ଦୋକାନରେ ଲେଖକଙ୍କ ସମ୍ମିଳନୀ ହେବା ବା…
ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍
ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର ଟଙ୍କା ଦେଲେ ମାତ୍ର ୫ ପିସ୍ ଆଳୁ ଚିପ୍ସ ମିଳୁଛି। ସ୍ବିଡେନର ଏକ କମ୍ପାନୀ…
ଭାଇ ସହ ସ୍ମୃତି: ସେଦିନର ଘଟଣା ଲୋମ ଟାଙ୍କୁରି ଉଠେ
ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ହେଉଛି ରାଖୀ। ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀଟିଏ ବାନ୍ଧି ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ସବୁ ଭଉଣୀ ଚାହାନ୍ତି। ତେବେ କେବଳ ରାଖୀ ବାନ୍ଧିବା ନୁହେଁ ଭାଇଭଉଣୀଙ୍କ ସ୍ନେହ ଭଲପାଇବା…
ବିଶ୍ୱର ପ୍ରସିଦ୍ଧ ବାମହାତୀ
ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍ ଆର୍. କ୍ୟାମ୍ପବେଲ୍ଙ୍କ ଦ୍ୱାରା ଲେଫ୍ଟହ୍ୟାଣ୍ଡର୍ସ ଇଣ୍ଟରନ୍ୟାଶନାଲ ଡେ’ ପ୍ରଥମକରି ପାଳନ କରାଯାଇଥିଲା । ବିଶ୍ୱର…
୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨
ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍ ମିଶନ୍ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍ ପ୍ରକାଶ କରିଛନ୍ତି।…
ବ୍ଲାକ୍ହୋଲ ଅନୁସନ୍ଧାନ କରିବ ଇସ୍ରାଏଲ୍
ଜେରୁଜେଲମ: ୨୦୨୩ରେ ଏକ ସ୍ବତନ୍ତ୍ର ସାଟେଲାଇଟ୍ ମହାକାଶକୁ ଲଞ୍ଚ୍ କରିବାକୁ ଇସ୍ରାଏଲ୍ ଯୋଜନା କରିଛି। ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍ ସମ୍ପର୍କରେ ଅଧିକ ଅନୁସନ୍ଧାନ କରାଯିବ ବୋଲି ଓ୍ବିଜମାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଡବ୍ଲୁଆଇଏସ୍) ପକ୍ଷରୁ କୁହାଯାଇଛି। ୧୬୦…
ଏମିତି ଏକ ଜେଲ୍ ଯେଉଁଠି ଜଣେ କଏଦୀ ଅଛନ୍ତି
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; କିନ୍ତୁ ଏହା ସତ। ଏପର୍ଯ୍ୟନ୍ତ ଆପଣମାନେ ଦେଶର ବିଭିନ୍ନ ସ୍ଥାନରେ ଥିବା ଜେଲ୍ରେ ଶହ ଶହ କଏଦୀଙ୍କ ରହଣି ସମ୍ପର୍କରେ ଶୁଣିଥିଲେ। କିନ୍ତୁ ଦୁନିଆରେ ଏମିତି ଏକ ଜେଲ୍ ଅଛି, ଯେଉଁଠାରେ କେବଳ ଜଣେ କଏଦୀ…
ସବୁଠାରୁ ବଡ଼ ଶୁଆର ଜୀବାଶ୍ମ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସେଣ୍ଟ୍ରାଲ ଓଟାଗୋର ସେଣ୍ଟବାଂଥସ୍ ପାଖରୁ ଏବେ ବିଶାଳକାୟ ଶୁଆର ଜୀବାଶ୍ମ ମିିଳିଛି। ନ୍ୟୁଜିଲାଣ୍ଡର କଣ୍ଟେବରୀ ସଂଗ୍ରହାଳୟ ,ଫ୍ଲିଡର୍ସ ଓ ନ୍ୟୁ ସାଉଥ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ମତାନୁସାରେ ଏହାର ଲମ୍ବ ୧ ମିଟର ଓ ଓଜନମ୍ ୭ କିଲୋଗ୍ରାମ୍ ଥିଲା।…
ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି
ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଏହା ସ୍ବାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ ପାଇଁ ଏହି ଅନଲାଇନ ବ୍ୟବସ୍ଥା ପୂରା ଅଡୁଆ ହୋଇଯାଇଛି। ବର୍ଷା ହେବାରୁ ନିଲମା ଗାଁ…
Archives


