ଏଇ ଭାରତରେ
ଉତ୍ତରପ୍ରଦେଶର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ଅବହେଳା ସାମ୍ନାକୁ ଆସିଛି। ୯୪ ପ୍ରତିଶତ ପାଇଥିବା ଜଣେ ଛାତ୍ରୀଙ୍କୁ ପ୍ରାକ୍ଟିକାଲରେ ୩୦ ପରିବର୍ତ୍ତେ ୩ ନମ୍ବର ଦିଆଯାଇଛି।…
ଏଇ ଭାରତରେ
ସେବାର ମୂଲ୍ୟ ବୁଝିଥିବା ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ ଉତ୍ତରପୂର୍ବାଞ୍ଚଳର ଗ୍ରାମୀଣ ଅଞ୍ଚଳରେ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ଦମ୍ପତି ହେଉଛନ୍ତି ସେନାର ପୂର୍ବତନ ଡାକ୍ତର ସୁନୀଲ କୌଲ ଏବଂ ଜେନିଫର୍ ଲିଆଙ୍ଗ। ସେମାନେ ମୁଖ୍ୟତଃ ମାନସିକ ରୋଗୀମାନଙ୍କୁ…
ନ କହିଲେ କୁଳ ଭାସି ଯାଏ
ଶ୍ରୁତକୀର୍ତ୍ତି ତ୍ରିପାଠୀ ଆମ ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରାକୁ ସବୁବେଳେ ବିଶେଷ ମର୍ଯ୍ୟାଦା ଦିଆଯାଇଛି। ଏପରି କି ଗୁରୁଙ୍କୁ ‘ସାକ୍ଷାତ ଈଶ୍ୱର’ ରୂପ ବୋଲି କୁହାଯାଇଛି। ଶିଷ୍ୟ ଜୀବନକୁ ଅନୁଶାସନ, ସଂଯମ ଏବଂ ଶିକ୍ଷାର ପୁଟ ଦେଇ, ଉତ୍ତମ…
ନିଯୁକ୍ତି ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ
ଡ. ସନ୍ତୋଷ କୁମାର ମହାପାତ୍ର କରୋନା ମହାମାରୀ ସମୟରେ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଦିଆଯାଇଥିଲା। ସେହିପରି ସ୍ବାବଲମ୍ବୀ ଓଡ଼ିଶା ବା ଆତ୍ମନିର୍ଭର ଓଡ଼ିଶା କଥା କୁହାଯାଉଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ‘ଆତ୍ମ ନିର୍ଭର ଭାରତ’ କେବଳ ସ୍ଲୋଗାନରେ ରହିଯାଇଛି।…
ଇ-ଯାନ ସମସ୍ୟା
ଓଡ଼ିଶା ସରକାର ଇଲେକ୍ଟ୍ରିକ ଭେହିକିଲ ବା ବୈଦ୍ୟୁତିକ ଯାନ (ଇଭି) ପ୍ରତି ଲୋକମାନଙ୍କୁ ଆକୃଷ୍ଟ କରିବା ଲାଗି ରିହାତି ହାର ବୃଦ୍ଧି କରିବାକୁ ନିକଟରେ କ୍ୟାବିନେଟ୍ରେ ନିଷ୍ପତ୍ତି ନେଇଛନ୍ତି। ଇ-ଭେହିକିଲ ପଲିସି ବା ବୈଦ୍ୟୁତିକ ଯାନ ନୀତି ୨୦୨୧କୁ ଫଳପ୍ରଦ କରିବା…
ଏଇ ଭାରତରେ
ବହୁ ସମୟରେ ପେସା ଅପେକ୍ଷା ଜଣେ ବ୍ୟକ୍ତିର କାର୍ଯ୍ୟ ପ୍ରତି ନିଶା ତାକୁ ଏକ ସ୍ବତନ୍ତ୍ର ପରିଚିତି ଦେଇଥାଏ। ଏଭଳି ବ୍ୟକ୍ତି ହେଉଛନ୍ତି କେରଳର ଇଞ୍ଜିନିୟର ଏଜିକିଲ ପୌଲୋସେ। ସ୍ଥପତି ଭାବେ କାର୍ଯ୍ୟରତ ପୌଲୋସେ ସେଥିରୁ ସମୟ ବାହାର କରି ୫୦୦…
ପିଠି କୁଣ୍ଡେଇ ହେଉଛି କି
ନିରଞ୍ଜନ ସାହୁ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କ ଗୋଟିଏ ଅଭୁଲା ପଂକ୍ତି ମନେପଡ଼ିଯାଉଛି। ‘ମଣିଷ ଏଡ଼େ ଅସହାୟ ଯେ ନିଜ ପିଠିକୁ ମଧ୍ୟ ନିଜେ ଆଉଁସିପାରେନି ଅଥଚ ସେଇ ମଣିଷ ଏତେ ଆବେଗପ୍ରବଣ ଯେ ଭାବେ ଏକା ଏକା ଲୁହ ଢାଳି…
ଦୁଇଚକିଆ ଯାନରେ ପିଲାଙ୍କ ସୁରକ୍ଷା
ଈପ୍ସିତା ମହାନ୍ତି ୨୦୨୨ ଡିସେମ୍ବର ୨୪ର କଥା। ପରିବାର ସହ ମିଗ୍ନଗରୀ ସୁନାବେଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଆମ ଆଖି ସାମ୍ନାରେ ଘଟିଗଲା ଏକ ହୃଦୟବିଦାରକ ଘଟଣା। ୨୬ନଂ. ଜାତୀୟ ରାଜପଥ ଉପରେ ଆମ ଆଗେ ଆଗେ ନିଜ ସ୍ତ୍ରୀ ଓ…
ସୁଦାନ ସଙ୍କଟ
ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ୧୪ ମାସ ପୂରୁଣୁ ଆଉ ଏକ ଭୟଙ୍କର ଯୁଦ୍ଧ ସ୍ଥିତି ଉପୁଜିଛି। ପ୍ରାୟ ସପ୍ତାହ ପୂର୍ବରୁ ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସଂଘର୍ଷ ଦେଖାଦେଇଛି। ଏହି ଅଶାନ୍ତ ପରିସ୍ଥିତି ପାଇଁ ଦୁଇଟି ସଶସ୍ତ୍ର ଆଭ୍ୟନ୍ତରୀଣ ଗୋଷ୍ଠୀ…
ଏଇ ଭାରତରେ
ମଧୁକାନ୍ତ ଭଟ୍ଟଙ୍କ ପାଇଁ ବୟସ ବାଧକ ହୋଇନାହିଁ। ୯୩ ବର୍ଷ ବୟସରେ ସେ ବର୍ଜ୍ୟ କନାରୁ ବ୍ୟାଗ୍ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ୫ ବର୍ଷ ହେଲା ସେ ଏଭଳି କାର୍ଯ୍ୟ କରିଆସୁଛନ୍ତି। ପ୍ଲାଷ୍ଟିକ ପଲିଥିନ ବ୍ୟାଗ୍ର ପରିବେଶଗତ ପ୍ରଭାବ ରୋକିବା…
ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ
ବିମଳ ପ୍ରସନ୍ନ ଦାସ ଦିବ୍ୟଜନନୀ ଶ୍ରୀମା ଯଦିଚ ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କଲେ, ଇତିହାସର ବିଡମ୍ବନା ଯେ ପ୍ରଥମ ମହାଯୁଦ୍ଧ ହେତୁ…
ବୃତ୍ତି ଓ ବ୍ୟକ୍ତିତ୍ୱ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ବୃତ୍ତିକୁ ଲକ୍ଷ୍ୟ କରି ବୃତ୍ତିଧାରୀ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ନିରୂପଣ କରିବା ସବୁବେଳେ ନିରାପଦ ନୁହେଁ। ବୃତ୍ତିଧାରୀଙ୍କ ସଂସ୍ପର୍ଶରେ ନ ଆସି ଦୂରରୁ କେବଳ ତାଙ୍କ ପଦବୀର ପରିଧାନକୁ ଚାହିଁ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଅନୁମାନ କଲେ…
Archives


