ପୁରୀ

ସାକ୍ଷୀଗୋପାଳ ମନ୍ଦିର ଖଟଣି ରୋଷଘରୁ ଚୋରି ଅଭିଯୋଗ

ସାକ୍ଷୀଗୋପାଳ,୨୫ା୭(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ସୋମନାଥ ମହାପାତ୍ରଙ୍କ ଖଟଣି ରୋଷଘରୁ ଚୋରି ହୋଇଛି। ଏନେଇ ସୋମନାଥଙ୍କ ଭାଇ ରମାକାନ୍ତ ମହାପାତ୍ର ମନ୍ଦିର ସୁପରଭାଇଜରଙ୍କ ନିକଟରେ ରବିବାର ସକାଳୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭକ୍ତ...

୩୦ବର୍ଷ ହେବ ଝୁମ୍ପୁଡ଼ି ଘରେ ୪ପରିବାର

ପିପିଲି,୨୫।୭(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଠିକ୍‌ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ସହାୟତା ମିଳୁ ନ ଥିବାରୁ ଅନେକେ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ପରିଲକ୍ଷିତ ହେଉଛି। ଏଭଳି...

ଚୂନରା ସେବାୟତଙ୍କ ଜୀବନ ବୀମା ନାହିଁ

ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍‌ ଉପରେ ଚାନ୍ଦୁଆ ବାନ୍ଧିବା କାର୍ଯ୍ୟଠାରୁ ଆରମ୍ଭ କରି ଗରୁଡ଼ସ୍ତମ୍ଭ ଓ ଅରୁଣସ୍ତମ୍ଭର ସ୍ନାନ...

ସହାୟତା ଅପେକ୍ଷାରେ ଚାଇନାଙ୍କ ପରିବାର

କୃଷ୍ଣପ୍ରସାଦ,୨୫ା୭(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁରୁପାଳ ଗ୍ରାମର ପ୍ରବୀର ଜେନାଙ୍କ ଝିଅ ଚାଇନା(୨୩)। ଜନ୍ମରୁ ଚାଇନା ଦିବ୍ୟାଙ୍ଗ। ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ କାମ କରୁନାହିଁ। ଘୋଷାରି ଘୋଷାରି ହୋଇ ଏ ଘରରୁ ସେ ଘରକୁ ଯିବା...

ପ୍ରଥମ ନୀଳାଚଳ ଅବଢ଼ା ବାହାରିଲା

ପୁରୀ ଅଫିସ,୨୫।୭: ମହାବାହୁଙ୍କ ପ୍ରଥମ ନୀଳାଚଳ ଅବଢ଼ା ଶନିବାର ବାହାରିଛି। ଏଥର ପାଖାପାଖି ୧୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୋଇଥିଲା। ସାଧାରଣତଃ ନୀଳାଚଳ ଅବଢ଼ା ସେବାୟତ ପରିବାରର ସମସ୍ତ ସଦସ୍ୟ ସେବନ କରିଥାନ୍ତି। ପାଖାପାଖି ୪ ହଜାର ସେବାୟତ...

ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ ଅଫିସ,୨୪।୭: ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି। ଶନିବାରଠାରୁ ପୁଣି ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ମହାପ୍ରସାଦ ପାଇବେ। କରୋନା କଟକଣା ଯୋଗୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ...

ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ

ପୁରୀ ଅଫିସ,୨୩।୭: ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହୋଇଛି। ଏଥିସହ ଘୋଷଯାତ୍ରାର ଅନ୍ତିମ ପର୍ବ ସରିଛି। ଶୁକ୍ରବାର ତିନିଠାକୁର ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନବେଦିକୁ ବିଜେ କରିଛନ୍ତି। ନୀଳକନ୍ଦରକୁ ବାହୁଡ଼ା ବେଳେ ସିଂହଦ୍ୱାର ଓ ଜୟବିଜୟ ଦ୍ୱାର ନିକଟରେ...

ରାସ୍ତା କାମ ସରିନି, ବିଲ୍‌ ମଞ୍ଜୁର

ବେଗୁନିଆ,୨୩।୭ (ଡି.ଏନ୍‌.ଏ.): ସରକାର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ଅନେକ ଗ୍ରାମରେ ଭଲ ରାସ୍ତା ନ ଥିବାରୁ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। କେଉଁଠି ଠିକାଦାରଙ୍କ...

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ...

ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା

ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ ସୁନାବେଶ ଭଳି ଅଧରପଣା ନୀତି ବିନା ଭକ୍ତରେ ସମ୍ପନ୍ନ ହୋଇଛି। ସିଂହଦ୍ବାର ସମ୍ମୁଖ...

ଆଜି ଶ୍ରୀଜିଉଙ୍କ ଅଧରପଣା

ପୁରୀ ଅଫିସ,୨୨ା୭: ସୁନାବେଶ ପରଦିନ ରଥ ଉପରେ ହୋଇଥାଏ ଶ୍ରୀଜିଉଙ୍କ ଅଧରପଣା ନୀତି। ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରିରୀମାନେ ଘୂରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ...

ସୁନାବେଶରେ ଦାରୁଦିଅଁ

ପୁରୀ ଅଫିସ,୨୨ା୭: ତିନିରଥ ଉପରେ ବୁଧବାର ସୁନାବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ତିନି ବିଗ୍ରହଙ୍କୁ ଅଢ଼େଇ ମହଣ ସୁନାରେ ସଜ୍ଜିତ କରାଯାଇଛି। ତେବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଛି ମହାମାରୀ କରୋନା। ରଥଯାତ୍ରା...

Advertisement


Archives

Model This Week

Why Dharitri