ଆଜି ପୂର୍ବାହ୍ନ ୧୧ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ, ୨୧ା୬(ଅଜିତ୍ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ସ୍ନାନଯାତ୍ରା। ଏହି ଅବସରରେ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ। ଶ୍ରୀବିଗ୍ରହମାନେ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ।...
ଅପରିଷ୍କାର ହୋଇପଡ଼ିଛି ମଙ୍ଗଳା ନଦୀ
ପୁରୀ,୨୧ା୬(ଅଜିତ୍ କୁମାର ମହାନ୍ତି): ପୁରୀ ସଦର ବ୍ଲକ ସମଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆରେ ଗୁରୁବାର ସମାଜସେବୀ ସୂର୍ଯ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ନଦୀ ଅପରିଷ୍କାର ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ପାଇଁ...
ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ...
ଗୁରୁବାର ରାତିରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୨୦।୬: ପାଖେଇ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା। ଜୁନ ୨୨ରେ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ନୀତି ଲାଗି ନିମନ୍ତେ ଗୁରୁବାର ରାତି ୧୨ଟାଠାରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।...
ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ
ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲାଯିବ ନିଷ୍ପତ୍ତି ହୋଇନି। ଜଣେ ଏଏସ୍ଆଇ ଅଧିକାରୀ...
ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନା-ରୁପା ଅଳଙ୍କାର!
ଭୁବନେଶ୍ୱର,୧୯।୬: ଖୋଲିବ କାଳିଆର ରତ୍ନ ଭଣ୍ଡାର। ଓଡ଼ିଶାରେ ନୂଆ ସରକାର ଶପଥ ନେବା ପରେ ଏବେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ଅର୍ଥାତ୍ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପରଦିନ ଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ...
ଆସିଲା ବଡ଼ ଖବର: ଏହି ଦିନ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର
ପୁରୀ,୧୯।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ସସ୍ପେନ୍ସ ଲାଗିରହିଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର...
୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୮।୬: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହି ଦିନକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ତେବେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି...
ଚଳିତବର୍ଷ ପଡ଼ୁଛି ବିରଳ ରଥଯାତ୍ରା:ଶୃଙ୍ଖଳିତ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ
ପୁରୀ,୧୮ା୬(ଅଜିତ୍ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସୁପରିଚାଳନା କରିବା ପାଇଁ ସୋମବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ...
ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ
ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ ସହିତ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁରୀ ପଠାଇଛନ୍ତି।...
ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍
ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ...
ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ, ଅଳଙ୍କାର ନଷ୍ଟ ହେବା ଆଶଙ୍କା
ପୁରୀ,୧୭ା୬(ଅଜିତ୍ ମହାନ୍ତି): ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ହେବା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂତନ ଭାଜପା ସରକାର ଶାସନ ଗାଦିକୁ ଆସିବା ପୂର୍ବରୁ ଭକ୍ତଙ୍କ ନିମନ୍ତେ ଚାରିଦ୍ୱାର ଖୋଲାଯିବା ସହ...
Archives


