ପୁରୀ

ମହାପ୍ରଭୁଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି: ସୁପ୍ରିମକୋର୍ଟଙ୍କୁ ଦିଆଯିବ ସ୍ବତ୍ୱଲିପି ତଥ୍ୟ

ପୁରୀ ଅଫିସ, ୨୧ା୧୨: ମହାପ୍ରଭୁଙ୍କ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛିି। ଭିତର ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଉଥିବାବେଳେ ଗତ ନଭେମ୍ବର ୨୬ ତାରିଖରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏବେ ରତ୍ନଭଣ୍ଡାର ଖୋଲିବା…

ଶ୍ରଦ୍ଧାଳୁଙ୍କ ପାଇଁ ୧ ହଜାର କୋଠରି ବିଶିଷ୍ଟ ଭକ୍ତନିବାସ

ପୁରୀ ଅଫିସ, ୨୧ା୧୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟ ଯେଉଁ ୨୩ଟି ଆଦେଶ ଦେଇଥିଲେ ତାହା ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା।…

ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର ଏହି ୨ଚକିଆ ଶୋ’ରୁମ ଅନେକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିପାରିଛି ବୋଲି ଏହାର ଏମ୍‌ଡି…

କୃଷିଋଣ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ହରିଲୁଟ୍‌, କୁମ୍ଭାରପଡ଼ା ଥାନାରେ ଅଭିଯୋଗ

ପୁରୀ ଅଫିସ,୧୯।୧୨: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ କୃଷିଋଣ ସହାୟତା ପ୍ରଦାନ ଲାଗି ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଏନେଇ…

ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ ଉଚ୍ଛେଦ କରାଯାଇଛି। ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ପାଇଁ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା ଭଙ୍ଗା ଯାଇଥିବା ବେଳେ ଗୁରୁବାର ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥିତ ବାସେଳିସାହି ମୌଜାର ଏକ ତିନି…

ଶ୍ରୀକ୍ଷେତ୍ରକୁ ଜଗିଛି ଅଚଳ ସିସିଟିଭି କ୍ୟାମେରା

ପୁରୀ ଅଫିସ, ୧୯।୧୨ : ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର। ଦୈନିକ ଏଠାକୁ ଦେଶ ବିଦେଶର ଲକ୍ଷାଧିକ ଭକ୍ତ ଆସିଥାନ୍ତି। ସେମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବେଳାଭୂମିର ମଜା ନେଇଥାନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ଅପରାଧିକ ଗତିବିଧି ଉପରେ ନଜର…

ଶ୍ୱେତଗଙ୍ଗା କୂଳରେ ଶ୍ୱେତ ରାଜା

ପରମ ପାବନ ନୀଳାଚଳ କ୍ଷେତ୍ରରେ ରହିଥିବା ପଞ୍ଚତୀର୍ଥ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ଲୋକେ ବିଶ୍ୱାସ ରଖନ୍ତି। ତେବେ ଏହି ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ…

ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ (କୋଠଭୋଗ ନୁହେଁ)। ଅଳ୍ପ କେତେଜଣ ସୁଆର ସେବକ ଏଭଳି ଲାଭଖୋର ମନୋବୃତ୍ତି ରଖି ହିତାହିତ…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭକ୍ତ ଦେଖିପାରିବେ ସବୁଜ ବଳୟ

ପୁରୀ ଅଫିସ, ୧୯।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ର ଚିତ୍ର ବଦଳିବ। ଏହାର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ଉଚ୍ଛେଦ ଅଭିଯାନ ଜାରି ରହିଥିବାବେଳେ କେତେକ କାମ ମଧ୍ୟ ଚାଲିଛି। ନୂତନ ବ୍ୟାରିକେଡ ନିର୍ମାଣ ସହ ଭକ୍ତଙ୍କ ପାଇଁ ସ୍ଥାୟୀ ଜୋତା ଓ…

ସଂଶୋଧିତ ଭୋଟର ତାଲିକା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୧୯।୧୨ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ପହିଲା ସୁଦ୍ଧା ୧୮ବର୍ଷ ପୂରଣ ହେଉଥିବା ନାଗରିକମାନେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri