କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ
ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ ଥାନା, ଡାକ୍ତରଖାନା, କୋର୍ଟ, ଜେଲ୍ ସମେତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। ତାଙ୍କ ସଂସ୍ପର୍ଶରେ ବହୁ…
କୋଣାର୍କରେ ଏନ୍ଡିଆରଏଫ୍ ଟିମ୍ : ଲୋକଙ୍କୁ ସତର୍କ କଲା ପ୍ରଶାସନ
ପୁରୀ ଅଫିସ,୧୯ା୫: ସ୍ଥଳଭାଗ ମୁହଁ। ହେଉଛି ସାମୁଦ୍ରିକ ବାତ୍ୟା ଅମ୍ଫନ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସବୁ ବ୍ଲକରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୯ରେ ପୁରୀ ଏଲୋ…
ସଂଗରୋଧ କେନ୍ଦ୍ରରେ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଘଟଣାର ତଦନ୍ତ ଜାରି
ବ୍ରହ୍ମଗିରି, ୧୯।୫(ଡି.ଏନ୍.ଏ) : ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଗୋରୁଆଳସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ସୋମବାର ବିଳମ୍ବତ ରାତିରେ ଜଣେ ନାବାଳିକାକୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋରୁଆଳସ୍ଥିତ ପୁଲକେଶ୍ବରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା…
ସମ୍ଭାବ୍ୟ ବାତ୍ୟା ପାଇଁ ୨ଦିନ ରଥ ନିର୍ମାଣ ବନ୍ଦ
ପୁରୀ ଅଫିସ,୧୮ା୫:-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ କିପରି ମୁକାବିଲା କରାଯାଇପାରିବ ସେନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯଦିଓ ଏହାର ପ୍ରଭାବ ସିଧାସଳଖ ପୁରୀ ଉପରେ ପଡ଼ିବ ନାହିଁ ବୋଲି କୁହାଯାଉଛି ତେବେ ବର୍ଷା, ପବନ ହେବାର ସମ୍ଭାବନା…
କାକଟପୁର ଅଞ୍ଚଳ ହେଲା ବିଶୋଧନ
କାକଟପୁର,୧୮।୫(ଡି.ଏନ୍.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍ଏସ୍ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି। କାର୍ଯ୍ୟକର୍ତ୍ତାମାନେ କାକଟପୁର ମା’ ମଙ୍ଗଳା ମନ୍ଦିରଠାରୁ ଆରମ୍ଭକରି ବଜାର, ପରିବା ହାଟ, ବିଭିନ୍ନ ଦୋକାର,…
ପିପିଲିରେ ଦି୍ବତୀୟ କରୋନା ସଂକ୍ରମିତ ଚିହ୍ନଟ
ପିପିଲି,୧୮।୫(ଡି.ଏନ୍.ଏ.): ପିପିଲିରେ ଦ୍ୱିତୀୟ କରୋନା ସଂକ୍ରମିତ ରବିବାର ରାତିରେ ଚିହ୍ନଟ ହୋଇଛନ୍ତି। ସେ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ୨୨ବର୍ଷ ଯୁବକ ହୋଇଥିବାବେଳେ ନିକଟରେ ତାମିଲନାଡୁରୁ ଆସିଥିଲେ। ମେ ୧୩ତାରିଖରେ ସେ ଓ ତାଙ୍କର ଜଣେ ସାଥୀ ସେଠାରୁ ଏକ ବସ ଯୋଗେ…
ନୀଳଚକ୍ରରୁ ଉଡ଼ିଗଲା ପତିତପାବନ ବାନା
ପୁରୀ ଅଫିସ, ୧୮।୫: ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଠିକ୍ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ଏହି ଦୁଇଟିକୁ ନେଇ ସହର ବଜାର ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଯାଇଛି…
ପୁରୀ ଜିଲା ନରେନ୍ଦ୍ର କୋଣ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ପୁରୀ ଅଫିସ, ୧୮।୫: ପୁରୀ ଜିଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିରୁ ଜଣେ, କୋଣାର୍କ ଏନ୍ଏସିରୁ ଜଣେ ଏବେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ…
ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ବାଲିପୁଟ ପଞ୍ଚାୟତ ୩୬ ଘଣ୍ଟା ଶଟ୍ଡାଉନ
ପୁରୀ ଅଫିସ,୧୮ା୫: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଜିଲାପାଳ କ୍ଷମତାକୁ ପୁରୀ ଜିଲାର ପ୍ରଥମ ସରପଞ୍ଚ ଭାବେ ସଦର ବ୍ଲକ ବାଲିପୁଟର ମଧୁଛନ୍ଦା ଫାରାକ୍ ପ୍ରୟୋଗ କରିଛନ୍ତି। ବାଲିପୁଟ ପଞ୍ଚାୟତକୁ କରୋନାମୁକ୍ତ ରଖିବା ଲାଗି ସେ ରବିବାର ପଞ୍ଚାୟତକୁ ଶଟ୍ଡାଉନ୍ କରିଥିବା ବେଳେ…
ଆସୁଛି ଅମ୍ଫନ: ସଜାଗ ପୁରୀ ପ୍ରଶାସନ,୯୦ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା
ପୁରୀ ଅଫିସ,୧୮।୫: ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ନେଇ ଉପକୂଳବର୍ତ୍ତୀ ପୁରୀ ଜିଲାବାସୀ ଭୟଭୀତ ହୋଇପଡ଼ିିଛନ୍ତି। ବର୍ଷକ ତଳେ ଅର୍ଥାତ୍ ୨୦୧୯ ମେ ୩ ତାରିଖରେ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଥିଲା। ଏ ପର୍ଯ୍ୟନ୍ତ ସେହି ଦୁଃଖ ଦୂର ହୋଇ…
କ୍ବାରାଣ୍ଟାଇନ୍ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ
ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ ପ୍ରାୟ ୩୦ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ କ୍ବାରାଣ୍ଟାଇନ ସେଣ୍ଟରରେ ରହିବାକୁ…
ପୁରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା
ପୁରୀ ଅଫିସ, ୧୭।୫: ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଜିଲାରେ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା…

