Posted inପୁରୀ

ସ୍ନାନପୂର୍ଣ୍ଣିମା ସମ୍ଭାବନା ବଢ଼ିଲା: ମଗାଗଲା ସର୍ବନିମ୍ନ ସେବାୟତ ତାଲିକା

ପୁରୀ ଅଫିସ, ୨୧ା୫:ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଏଥର ବଡଦାଣ୍ଡରେ ତିନିଠାକୁରଙ୍କ ରଥ ଗଡ଼ିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। ହେଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେବା ନେଇ ଧୀରେ ଧୀରେ ସମ୍ଭାବନା ବଢିବାରେ ଲାଗିଛି। ସ୍ନାନଯାତ୍ରା ସହ ସମ୍ପୃକ୍ତ ୧୦ ସେବାୟତ ନିଯୋଗ ସହିତ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ସୂଚନା ଏହି ସମ୍ଭାବନାକୁ ଦୃଢୀଭୂତ କରିଛି। ସର୍ବନିମ୍ନ ସେବାୟତରେ ଯେପରି ସ୍ନାନଯାତ୍ରା ନୀତିକାନ୍ତି ହୋଇପାରିବ ସେନେଇ ସମ୍ପୃକ୍ତ ନିଯୋଗଗୁଡ଼ିକୁ ଶ୍ରୀମନ୍ଦିର ପ୍ରଶାସନ ତାଲିକା ମାଗିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ କରୋନା ଭୟାବହତା ଓ କୋଭିଡ୍‌-୧୯ ଗାଇଡ୍‌ଲାଇନ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାରଙ୍କ ନିର୍ଦ୍ଦେଶନାମା ଅନୁପାଳନ କରି ଆମକୁ ଯେ କୌଣସି କାର୍ଯ୍ୟ କରିବାକୁ ପଡ଼ିିବ ବୋଲି ମୁଖ୍ୟ ପ୍ରଶାସକ ସେବାୟତମାନଙ୍କୁ କହିଥିଲେ। ଏହି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ କହିଥିଲେ, ସର୍ବନିମ୍ନ କେତେଜଣ ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରିବ ସେନେଇ ତାଲିକା ମଗାଯାଇଛି। ୨୫ତାରିଖ ସୁଦ୍ଧା ତାଲିକା ଦେବାକୁ କୁହାଯାଇଛି। ସେହି ତାଲିକାଭୁକ୍ତ ସେବାୟତମାନେ ସେଦିନ ମନ୍ଦିର ଭିତରକୁ ଯାଇ ସ୍ନାନପୂର୍ଣ୍ଣିମା ନୀତିରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବାହାରେ କୌଣସି କାର୍ଯ୍ୟ କରିହେବ ନାହିଁ। କିନ୍ତୁ ଆଗକୁ ଚମ୍ପକ ଦ୍ୱାଦଶୀ ନୀତି ଏବଂ ଶୀତଳ ଷଷ୍ଠୀ ରହିଛି। ତେଣୁ ଲକ୍‌ଡାଉନ ନିୟମକୁ ମାନି ଯେପରି ଠାକୁରଙ୍କ ଏହି ନୀତି କରାଯିବ କିମ୍ବା ତାହାର କିଛି ବିକଳ୍ପ ରହିଛି ସେ ନେଇ ପରିଚାଳନା କମିଟି ମାଧ୍ୟମରେ ଧାର୍ମିକ ଗୁରୁଙ୍କ ମତାମତ ଲୋଡ଼ାଯିବ ବୋଲି ସ୍ଥିର ହୋଇଛି। ସେହିପରି ସେବାୟତମାନଙ୍କ କଲ୍ୟାଣ ନିମନ୍ତେ ଦିନେ ଦୁଇଦିନ ମଧ୍ୟରେ ଜିଲାପାଳ ଏକ ବୈଠକ କରିବେ। ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ସେବାୟତଙ୍କୁ କି ପ୍ରକାର ଆର୍ଥିକ ସହାୟତା ଦିଆଯାଇପାରିବ ସେ ବିଷୟରେ ଚୂଡ଼ାନ୍ତ ହେବ। ପୂର୍ବରୁ ସ୍ନାନପୂର୍ଣ୍ଣିମା ନୀତି ସଂକ୍ରାନ୍ତରେ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା। ଗୁରୁବାର ଅନ୍ୟ ୧୦ ନିଯୋଗ ସହ ଆଲୋଚନା ହୋଇଛି। ଏହାପରେ ଛତିଶା ନିଯୋଗ ଏବଂ ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯେଉଁ ଆଲୋଚନା ହେଉଛି ସେ ସଂକ୍ରାନ୍ତରେ ମୁଖ୍ୟ ପ୍ରଶାସକ କହିଥିଲେ, ଏବେ କୋଭିଡ୍‌-୧୯ ଗାଇଡଲାଇନ ଓ କଟକଣା ଅନୁସାରେ ମନ୍ଦିର ବାହାରେ ବର୍ତ୍ତମାନ କିଛି ହୋଇପାରିବ ନାହିଁ। ୩୧ ତାରିଖ ପରେ କ’ଣ କଟକଣା ରହିବ ତାହା ଆମେ ଜାଣିନାହୁଁ। ୫ତାରିଖରେ ସ୍ନାନପୂର୍ଣ୍ଣିମା। ତେଣୁ ସେତେବେଳେ ମନ୍ଦିର ଭିତରେ ବା ବାହାରେ କ’ଣ କରିହେବ ତାହା ଏବେଠାରୁ କହିହେବ ନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନିଆଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, କଟକଣାକୁ ମାନି କିପରି ସ୍ନାନପୂର୍ଣ୍ଣିମା ନୀତି କରାଯିବ ସେ ବିଷୟରେ ସେବାୟତଙ୍କ ସହ ଆଲୋଚନା ହୋଇଛି। ଆସନ୍ତା ୨୩ ତାରିଖରେ ଗରାବଡୁ ନିଯୋଗର ଏକ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ସମ୍ପୃକ୍ତ ସେବାୟତଙ୍କୁ ସରକାରଙ୍କ କଟକଣା ବିଷୟରେ ଅବଗତ କରାଯିବ। ସ୍ନାନନୀତିରେ ସେମାନେ ଏହାକୁ ଅନୁପାଳନ କରିବେ। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ଡା. ଉମାଶଙ୍କର ଦାଶଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂଜାପଣ୍ଡା, ପୁଷ୍ପାଳକ, ପ୍ରତିହାରୀ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ଖୁଣ୍ଟିଆ, ମେକାପ, ମହାଜନ ଏବଂ ସୁଆର ମହାସୁଆର ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri