ଶେଷ ହେଲା ବୈଠକ: ସର୍ବନିମ୍ନ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ସ୍ନାନଯାତ୍ରା ହେବା ନେଇ ଆଲୋଚନା, ୨୫ ସୁଦ୍ଧା ଦେବେ ତାଲିକା

ପୁରୀ ଅଫିସ,୨୧।୫: ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ସମ୍ଭାବନା ବଢ଼ିଛି। ଗୁରୁବାର ୧୦ ନିଯୋଗ ସହ ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏନେଇ ସୂଚନା ଦେଇଛନ୍ତି। ସର୍ବନିମ୍ନ ସେବାୟତରେ କିଭଳି ସ୍ନାନଯାତ୍ରା କରିହେବ ସେ ନେଇ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ସମ୍ପୃକ୍ତ ନିଯୋଗ କେତେ କମ୍‌ ସଂଖ୍ୟକ ସେବାୟତଙ୍କ ଦ୍ୱାରା ଠାକୁରଙ୍କ ନୀତି ସମ୍ପନ୍ନ କରିବେ ଆସନ୍ତା ୨୫ ସୁଦ୍ଧା ତାଲିକା ପ୍ରଦାନ କରିବେ। ତଦନୁଯାୟୀ, ସେବାୟତମାନଙ୍କୁ ପାସ୍‌ ପ୍ରଦାନ କରାଯିବ(ପ୍ରବେଶ ଅନୁମତି ମିଳିବ)। ସ୍ନାନଯାତ୍ରା ବିନା ଭକ୍ତରେ ହେବ କି ନାହିଁ ସେ ନେଇ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଜୁନ ୧ତାରିଖରେ କୋଭିଡ-୧୯ର ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପରେ ସେ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ରଥ ନିର୍ମାଣକାରୀ ସମସ୍ତ ସେବକମାନଙ୍କର ପ୍ରଥମ ପର୍ଯ୍ୟାୟ କୋଭିଡ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି। ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ମଧ୍ୟ ସେ କହିଛନ୍ତି।

ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଅଧ୍ୟକ୍ଷତା କରିଥିଲେ। ବିଶେଷକରି ସରକାରଙ୍କ କୋଭିଡ-୧୯ ଗାଇଡ୍‌ଲାଇନ୍‌କୁ ପାଳନ କରାଯାଇ କିଭଳି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସହ ଶ୍ରୀମନ୍ଦିରର ୧୦ଟି ନିଯୋଗର କର୍ମକର୍ତ୍ତାଙ୍କ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

ପୁଣି ବଢିଲା ଲୋକଙ୍କ ଚିନ୍ତା: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ, ୨୭।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଗତ ଦୁଇ ସପ୍ତାହ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri