ପୁରୀ

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ ମର୍ଯାଦା ସହ ସମ୍ପନ୍ନ ହୋଇଛି। ବଡ଼ପୁଅ ସୁବାସ ମୁଖାଗ୍ନୀ ଦେଇଛନ୍ତି। ଏହି ସମୟରେ ନିମାପଡ଼ାର…

ପୁରୀରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୪ ଛୁଇଁଲା

ପୁରୀ ଅଫିସ, ୧୫।୫: ପୁରୀ ଜିଲାରେ ଶୁକ୍ରବାର ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଏମାନଙ୍କ…

ରଥ ଖଳାରେ ଚକଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୫।୫: ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଶୁକ୍ରବାର ଚକଡ଼େରା ନୀତି ସମ୍ପନ୍ନ ହୋଇଛି। ରଥ ଖଳାରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରା ହୋଇଛି। ପ୍ରଥମେ ଡ଼େରା ପାଇଁ ଥିବା ତିନି ରଥର ନାହାକା ଚକ…

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ ତିନିରଥର ୬ଟି ନାହାକା ଚକ ଏବଂ ୩ଟି ନାହାକା ଅଖ ନିର୍ମାଣ ସରିଛି। ଶୁକ୍ରବାର…

ଆଜି ଶ୍ରୀକ୍ଷେତ୍ର ଭଉଁରୀ: ଶ୍ରୀମନ୍ଦିର ଭିତରେ ହେବ ବିଧି ରକ୍ଷା

ପୁରୀ ଅଫିସ,୧୫।୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ହେଲେ ଏଥର ଭଉଁରି ଯାତରେ ୨୧ ଘେରା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେନି ଠାକୁର। ଶ୍ରୀମନ୍ଦିର ଭିତରେ ହିଁ ଭଉଁରି ହେବ। ଲକ୍‌ଡାଉନ କଟକଣା ପାଇଁ କେବଳ ବିଧି ରକ୍ଷା କରାଯିବ। ଅକ୍ଷୟ ତୃତୀୟାଠାରୁ…

ପରଲୋକରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ: ରାଷ୍ଟ୍ରୀୟ ସମ୍ମାନ ସହ ଜନ୍ମସ୍ଥାନରେ ହେବ ଶେଷକୃତ୍ୟ

ଭୁବନେଶ୍ୱର (ବ୍ୟୁରୋ)/ ନିମାପଡ଼ା(ଡି.ଏନ୍‌.ଏ),୧୫।୫: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଗାନ୍ଧିବାଦୀ ନେତା ଭବାନୀ ଚରଣ ପଟ୍ଟନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ତାଙ୍କୁ ୯୯ବର୍ଷ ହୋଇଥିଲା। ଗତ ଦୁଇମାସ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…

ତିନିରଥର ୬ ଚକ ନିର୍ମାଣ ଶେଷ

ପୁରୀ ଅଫିସ, ୧୪ା୫: ଆସନ୍ତା ୧୫ ତାରିଖରେ ଶ୍ରୀକ୍ଷେତ୍ର ଭଉଁରୀ। ଏହି ଦିନ ତିନିରଥର ୬ଟି ନାହାକା ଚକ ଡେରା ଯିବାର ବିଧି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣରେ ନିୟୋଜିତ ସେବକମାନେ ନିର୍ମାଣ କାର୍ଯ୍ୟକୁ ଜୋର୍‌ଦାର କରିଛନ୍ତି।…

ରାସ୍ତାରେ ଯୁବକଙ୍କୁ ଗଳାକାଟି ହତ୍ୟା

ପୁରୀ ଅଫିସ,୧୪ା୫: ପୁରୀ ସଦର ଥାନା ଅନ୍ତର୍ଗତ ଶାସନ ଦାମୋଦରପୁର ପଞ୍ଚାୟତ ହାଟସାହି ନିକଟରେ ଜଣେ ଯୁବକଙ୍କୁ ଗଳା କାଟି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଦୁର୍ବୃତ୍ତ ରାସ୍ତାରେ ଭୁଜାଲିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି।…

ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୩ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ ଓଡ଼ିଆ ନିମାପଡ଼ା ଅଞ୍ଚଳକୁ ଫେରିଛନ୍ତି। ଏହି ପ୍ରବାସୀମାନେ ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି।…

ରଥ ନିର୍ମାଣକାରୀଙ୍କ ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୧୫।୩: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣରେ ଯେପରି ସାମାନ୍ୟତମ ସମସ୍ୟା ନ ହୁଏ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିଲାଗି ପୂର୍ବ ନିଷ୍ପତ୍ତି ମୁତାବକ ବୁଧବାର ରଥ ନିର୍ମାଣକାରୀଙ୍କ କୋଭିଡ-୧୯ ଟେଷ୍ଟ ଲାଗି ସ୍ବାବ୍‌ ସଂଗ୍ରହ…

ଏଥର ଆସିବ ୧୪ଟି ରଥ ଟଣା ଦଉଡ଼ି

ପୁରୀ ଅଫିସ,୧୩ା୫: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ ଆଗେଇ ଚାଲିଥିବାବେଳେ ରଥ ଦଉଡ଼ି ପାଇଁ ଓଡ଼ିଶା କତା ନିଗମ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଓଡ଼ିଶା କତା ନିଗମର…

ପୁରୀରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଛୁଇଁଲା

ପୁରୀ ଅଫିସ, ୧୨।୫: ପୁରୀ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri