ଆମ ଜିଲା ଖବର

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

ସୋନପୁର/ବିନିକା,୧୨।୪(ନି.ପ୍ର./ଡି.ଏନ.ଏ.): ସୁବର୍ଣ୍ଣପୁର ବନଖଣ୍ଡ ବିନିକା ରେଞ୍ଜ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ସକାଳେ ଏକ ଦନ୍ତାହାତୀର ମୃତଦେହ ଜବତ ହୋଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବାର୍‌ହା ଶିକାର ପାଇଁ ଶିକାରୀମାନେ ପାର୍ଶ୍ୱରେ...

ରଥଯାତ୍ରା ପାଇଁ ୨୧୦ ସ୍ବତନ୍ତ୍ର ଟ୍ରେନ

ପୁରୀ ଅଫିସ,୧୨।୪: ଜୁନ ୨୦ରେ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରଥକାଠ ମଧ୍ୟ ପର୍ଯ୍ୟାୟକ୍ରମେ ପୁରୀରେ ପହଞ୍ଚତ୍ବାରେ ଲାଗିଛି। ତେବେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମଙ୍ଗଳବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ...

ପୋଡ଼ିହୋଇ ୨ ଶ୍ରମିକ ଗୁରୁତର

ଭଦ୍ରକ ଅଫିସ,୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏଥିପାଇଁ ଅନ୍ୟ ଶ୍ରମିକ ଓ କର୍ମଚାରୀମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି କାର୍ଯ୍ୟବନ୍ଦ କରିଥିଲେ। ଏହାକୁ...

ସୁପାରି ଦେଇ ଗୁଳି ଖାଇଲେ

ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଲେ। ଜମିବାଡ଼ି ବିବାଦକୁ ନେଇ ସୃଷ୍ଟ ତିକ୍ତତା ପାଇଁ ଭଣଜାକୁ ହତ୍ୟା କରିବା ଲାଗି ଯୋଜନା କରିଥିଲେ। ହେଲେ ଯେଉଁମାନଙ୍କ ଦ୍ୱାରା ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସେହିମାନଙ୍କ ଗୁଳିରେ ଜୀବନ ହାରିଲେ। ଏଭଳି...

ଠିକ୍‌ ଠିକଣାରେ ଭୁଲ ମୃତଦେହ

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର): ଠିକଣା ଠିକ୍‌ ଥିଲେ ମଧ୍ୟ ଭୁଲ୍‌ ମୃତଦେହ ପରିବାର ନିକଟରେ ପହଞ୍ଚତ୍ଥିଲା। ଆତ୍ମୀୟଙ୍କ ମରଶରୀରକୁ ଚିହ୍ନି ନ ପାରି ପରିବାର ଲୋକେ ତାହାକୁ ସତ୍କାର କରିଦେଲେ। ହେଲେ ପରେ ଜଣାପଡ଼ିଥିଲା ସଂସ୍କାର କରାଯାଇଥିବା ମୃତଦେହ ରାଜସ୍ଥାନର ଜଣେ ମୃତବ୍ୟକ୍ତିଙ୍କର।...

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ: ବଜାର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ

ଚିତ୍ରକୋଣ୍ଡା,୧୧ା୪(ଡି.ଏନ.ଏ.)-ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ ୨ଟନ୍‌ ୫୦୦ କେଜି ବୋଲି ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୨କୋଟି ୫...

ମହିଳାଙ୍କୁ ପୋଡ଼ି ହତ୍ୟା ମାମଲା : ସ୍ବାମୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୪- ଗଞ୍ଜାମ ଜିଲା ଦୌରାଜଜ ମଙ୍ଗଳବାର ଜନୈକା ମହିଳାଙ୍କୁ ପୋଡ଼ି ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସ୍ତ୍ରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ସ୍ବାମୀ ଏସ୍‌. ସୀମାଞ୍ଚଳ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି...

ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ବ୍ରହ୍ମପୁର ଅଫିସ,୧୧ା୪-ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ଜିଲାରେ ପ୍ରଥମ ପଜିଟିଭ୍‌ ବୋଲି କୁହାଯାଉଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି...

ଜୁଆଡ଼ି ଘାଟିରେ ଓଲଟିଲା ଟ୍ରଲର: ୭ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୧ା୪(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଜପଥ ୪୯ର ଜୁଡିଆ ଘାଟିରେ ମଙ୍ଗଳବାର ଏକ ଲୁହା ଫ୍ରେମ୍‌ ବୋଝେଇ ଟ୍ରଲର ସିଜେ (୦୭ ସିଏ ୪୮୩୭) ଓଲଟି ପଡ଼ିଛି। ଏ ନେଇ ଗୋଟିଏ ପାର୍ଶ୍ୱରେ ୭ ଘଣ୍ଟା ଧରି ଯାତାୟାତ...

ନିରାଶ ହେଲେ ପ୍ରଭାତ ବିଶ୍ୱାଳ

କଟକ ଅଫିସ,୧୧।୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ...

ପଞ୍ଚୟତ ଉପନିର୍ବାଚନ: ୱାର୍ଡସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ

ଛତ୍ରପୁର,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ୯ ନଂ ୱାର୍ଡସଭ୍ୟ ଉପନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନେଇ ବିବାଦ ଦେଖାଦେଇଛି। ଛତ୍ରପୁର ବ୍ଲକର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ) ଅବଧି ସରିବା ପରେ ଜଣଙ୍କ ନାମାଙ୍କନପତ୍ର...

ପୋଖରୀରେ ବୁଡି ୭ ବର୍ଷ ବାଳକଙ୍କ ମୃତ୍ୟୁ

ବେଗୁନିଆପଡ଼ା,୧୧।୪(ଡି.ଏନ.ଏ.): ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୭ ବର୍ଷର ବାଳକ(ଶରତ ପ୍ରଧାନ)। ଗଞ୍ଜାମ ଜିଲା କୋଦଳା ନିକଟସ୍ଥ ଦେଓଗାଁ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଦେଓଗାଁ ବ୍ରାହ୍ମଣ ଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri