ଆମ ଜିଲା ଖବର

ଚାଲିଛି ଯୁଦ୍ଧ: ସେନାବାହିନୀରେ କାର୍ଯ୍ୟରତ ବଡ଼ପୁଅ, ସାନପୁଅ: ୨ଭାଇଙ୍କ ପାଇଁ ପରିବାର ଗର୍ବିତ

ବରଗଡ଼, ୧୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୨ କାଳୀ ମନ୍ଦିର ପଡ଼ାର ସ୍ବର୍ଗତ ଝୁନୁ ପ୍ରଧାନ ଓ କବି ପ୍ରଧାନଙ୍କ ବଡ଼ପୁଅ ରଞ୍ଜନ ଏବଂ ସାନପୁଅ ନିଲାଞ୍ଚଳ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ସେମାନେ ନିଜର କର୍ତ୍ତବ୍ୟ ଏବଂ…

ଭାରତ-ପାକ୍‌ ଯୁଦ୍ଧ: କଶ୍ମୀରରେ ସ୍ବାମୀ, ସ୍ତ୍ରୀ କହିଲେ ଆଗରୁ ଘରକୁ ଫୋନ୍‌ କରୁଥିଲେ ହେଲେ ଏବେ…

ଫୁଲବାଣୀ, ୧୧।୫: (ରାକେଶ କୁମାର ରାଉତ)କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ୍‌ ଗୁମ୍ମାଗଡ଼ ଗ୍ରାମର କୁଞ୍ଜ ବିହାରୀ କହଁର ପହଲଗାମ୍‌ରେ ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଅଛନ୍ତି। ଏନେଇ ତାଙ୍କ ପତ୍ନୀ କହିଛନ୍ତି, ସ୍ବାମୀ କଶ୍ମୀରର ପହଲଗାମ୍‌ରେ କାର୍ଯ୍ୟରତ ଅଛନ୍ତି। ଆଗରୁ ଫୋନରେ କଥା ହେଉଥିଲେ।…

ରାସ୍ତାରେ ଜଳିଗଲା କାର୍‌

ପଦ୍ମପୁର,୧୦ା୫(ପ୍ରଦୀପ୍ତ ଦାଶ)- ପଦ୍ମପୁର ଭେଉରିଆ ଛକ ପାଇକମାଲ ରାସ୍ତାରେ ଶନିବାର ଏକ କାର୍‌ ଜଳିଯାଇଛି। ଏଥିରେ କାର୍‌ ଚାଳକଙ୍କ ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପଦ୍ମପୁର ଅନ୍ତର୍ଗତ ବରିକେଲର ନରେଶ ଷଡ଼ଙ୍ଗୀ ଯାତ୍ରୀମାନଙ୍କୁ ନେଇ ପଦ୍ମପୁର ଆସୁଥିବା ବେଳେ ପାଇକମାଲ…

ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ନୂଆପଡ଼ା,୧୦ା୫(ମକାରୁ ବେମାଲ): ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ କୋମାଖାନ ଥାନା ଅଞ୍ଚଳରୁ ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ, ନୂଆପଡା ଜିଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ସିରତୋଲ ଗ୍ରାମର ମାନସ ତ୍ରିପାଠୀ (୩୦) ନିଖୋଜ…

କନ୍ୟାଙ୍କ ଆଖି ଆଗରେ ଚାଲିଗଲା ବରଙ୍କ ଜୀବନ: ଅଧାରେ ରହିଲା କଉଡ଼ି ଖେଳ

ନିଶ୍ଚିନ୍ତକୋଇଲି,୧୦।୫(ଅଶୋକ କୁମାର ମହାପାତ୍ର ): ଶନିବାର ପଡିଥାନ୍ତା ଚତୁର୍ଥୀ କାର୍ଯ୍ୟ। ଦୁଇଟି ହୃଦୟ ଏକାଠି ହୋଇ ଗାଡିଥାନ୍ତେ ନୂଆ ସଂସାର। ହେଲେ ଆଶା ଆଶାରେ ରହିଗଲା। ଆଖି ବୁଜିଲେ ବର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଥାନା ନୃତାଙ୍ଗ…

କାଳବୈଶାଖୀରେ ବୃଦ୍ଧାଙ୍କ ଘର ଛପର ଉଡ଼ିଲା

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍‌ ଚୂଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁରେ ଶୁକ୍ରବାର କାଳବୈଶାଖୀରେ ଜଣେ ବୃଦ୍ଧାଙ୍କ ଘର ଛପର ଉଡ଼ିଯାଇଛି। ସୂଚନାକ୍ରମେ ଗାଁର ଶାନ୍ତିବାଈ ମାଝି (୭୦) ଘରେ ଏକାକୀ ରହନ୍ତି। ସେ ଦୀର୍ଘବର୍ଷ ହେବ ଆବାସ ଗୃହ…

ସାନଭାଇଙ୍କ ଠେଙ୍ଗା ମାଡ଼ରେ ବଡ ମୃତ

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ଟାନୱାଟ ଗାଁରେ ଶନିବାର ସାନ ଭାଇଙ୍କ ଠେଙ୍ଗାମାଡରେ ବଡଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁନିଚନ ବିଶ୍ୱାଳ (୪୮)। ଏ ନେଇ ମୃତକଙ୍କ ପତ୍ନୀ କମଲି ବିଶ୍ୱାଳ ନୂଆପଡା ସଦର ଥାନାରେ ସାନଭାଇ…

କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ

କେସିଙ୍ଗା,୧୦ା୫ (ତୁମେଶ୍ବର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନସେବା ସମିତି ତରଫରୁ ଶନିବାର ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଦୀପ୍ତା ସେଠୀଙ୍କ…

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ: ସ୍ବାମୀଙ୍କ ମାଡ଼ରେ ଭାଙ୍ଗିଲା ପ୍ରିୟତମାଙ୍କ ନାକ ହାଡ଼

ଦିଗପହଣ୍ଡି,୧୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବାସୁଦେବପୁର ପଞ୍ଚାୟତ ପଡିଆପୁରୁଷୋତ୍ତମପୁର ଗ୍ରାମର ପ୍ରିୟତମାଧରଙ୍କୁ ତାଙ୍କ ସ୍ବାମୀ ବଇଁଶୀଧର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସ୍ବାମୀଙ୍କ ମାଡ଼ରେ ପ୍ରିୟତମାଙ୍କ ନାକ ହାଡ଼ ଭାଙ୍ଗି ଯାଇଛି। ଏ ନେଇ ଏତଲା ହେବାପରେ ଆଇଆଇସି…

ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଲୋକକଳା ସ୍ଥାନିତ, ଖୁସିବ୍ୟକ୍ତ କରୁଛନ୍ତି ଭକ୍ତ

ଗଞ୍ଜାମ,୬।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛି । ଏହି ଉପଲକ୍ଷେ ମଙ୍ଗଳବାର ଋଷୁକୂଲ୍ୟା ନଦୀ ଘାଟରେ ପହଞ୍ଚି ମା’ ଗଙ୍ଗାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ…

ଭଞ୍ଜନଗରରେ ଲୋକ ଅଦାଲତ: ଫଇସଲା ହେଲା ୨୧୪୫ ମାମଲା

ଭଞ୍ଜନଗର,୧୦।୫ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ କୋର୍ଟରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ଅତିରିକ୍ତ…

ମୁଜାଗଡ, ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ

ଭଞ୍ଜନଗର,୧୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ,ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ୨୧ ଦିନ ଧରି ଚାଲିବ। ଉଭୟ ଗ୍ରାମବାସୀ ଦେବୀଙ୍କୁ ବିଭିନ୍ନ ସ୍ଥାୟୀ ମନ୍ଦିରରୁ ନିମନ୍ତ୍ରଣ କରି ଆଣି ଅସ୍ଥାୟୀ ମଣ୍ଡପରେ ରଖାଯାଇଛି। ଆତସବାଜି,ପାରମ୍ପରିକ ନୃତ୍ୟ, ବାଦ୍ୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri