ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ
ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼…
‘ସୌମ୍ୟାଶ୍ରୀଙ୍କ କରୁଣ ମୃତ୍ୟୁ ଜୀବନ ସାରା ମନେ ରହିବ’
କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କୀରମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହ। ୧୧ ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ମନରୁ ଝିଅଟିର କରୁଣ ମୃତ୍ୟୁ କାହାଣୀ ଲିଭି ନାହିଁ ଅନେକ ଏହାକୁ ଜୀବନ ସାରା ମନେ ରଖିବେ।…
IAS ଧୀମାନ ଚକ୍ମାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ,୨୪।୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ…
ସମ୍ବଲପୁରରେ ଶାଲିମାର ଏକ୍ସପ୍ରେସ ଲାଇନ୍ଚ୍ୟୁତ
ସମ୍ବଲପୁର,୨୪ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଲାଇନଚ୍ୟୁତ ହୋଇ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ମହିମା ଗୋସାଇଁ ଶାଲିମାର ଏକ୍ସପ୍ରେସ୍। ଶାଲିମାରରୁ ଅନୁଗୋଳ ଦେଇ ସମ୍ବଲପୁର ଆସୁଥିବା ଟ୍ରେନ୍ ନମ୍ବର ୨୦୮୩୧ ମହିମା ଗୋସାଇଁ-ଶାଲିମାର ଏକ୍ସପ୍ରେସ ଟ୍ରେନ୍ର ଶେଷ ଟ୍ରଲି ବଗିର ପୂର୍ବ ଅଣସଂରକ୍ଷିତ…
ନକଲି ଔଷଧ ନେଉଛି ଅକାଳରେ ଜୀବନ
ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ଗ୍ରାମାଞ୍ଚଳଗୁଡିକରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରି ନିରାମୟ ଯୋଜନାରେ ମାଗଣାରେ ଔଷଧ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲି ୧୨୦ ପ୍ରକାର ଔଷଧ ଯୋଗାଇ ଦେଉଛନ୍ତି।…
ମୁଖ୍ୟମନ୍ତ୍ରୀଙ୍କୁ ଭେଟଲେ ଓଡ଼ିଶା ଆଦିବାସୀ ମହାସଂଘ କର୍ମକର୍ତ୍ତା, ପ୍ରତିଶ୍ରୁତି ଦେଇ କହିଲେ ଆଦିବାସୀ ପାଇଁ…
ଭୁବନେଶ୍ୱର,୨୪।୭: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଆଦିବାସୀ ମହାସଂଘର କର୍ମକର୍ତ୍ତା ଭେଟି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ସରକାରଙ୍କ ପ୍ରାଥମିକତା ରହିଛି।…
ପ୍ରେମିକଙ୍କ ଗଳାକାଟି ସ୍କୁଟିରେ ଫେରାର ହୋଇଗଲେ ପ୍ରେମିକା
କେନ୍ଦ୍ରାପଡ଼ା,୨୪।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ ପୋଲିସ…
‘ଶକ୍ତିଶ୍ରୀ’କୁ କାଉଣ୍ଟର କରିବ ‘ନାରୀ ନ୍ୟାୟ’
ଭୁବନେଶ୍ୱର,୨୪।୭: ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ବଡ଼ ସୂଚନା ନେଇଛନ୍ତି। ଆଜିଠାରୁ କଂଗ୍ରେସ ଭବନରେ ଏକ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଯେକୌଣସି ମହିଳା ଅଭିଯୋଗ ପ୍ରକୋଷ୍ଠକୁ ଆସି ‘ନାରୀ…
ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା
କଣ୍ଟମାଳ,୨୪।୭(ଅଦିତେଶ୍ୱେର ମିଶ୍ର): ବୌଦ୍ଧ ଜିଲାରେ ଗତକାଲି ରାତିରେ ଲଗାଣ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା କାରଣରୁ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ…
ବଢୁଛି ପାଣି: ହୀରାକୁଦ ଜଳଭଣ୍ଡାରରରୁ ଖୋଲିଲା ୪ ଗେଟ୍
ସମ୍ବଲପୁର,୨୪ା୭: ହୀରାକୁଦ ଜଳଭଣ୍ଡାରରରୁ ଶୁକ୍ରବାର ଆଉ ୪ଟି ଗେଟ୍ ଖୋଲିଯାଇଛି। ବିର୍ତ୍ତମାନ ୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ୱର ୫ଟି ଓ ଡାହାଣ ପାର୍ଶ୍ୱର ୩ଟି ସ୍ଲୁଇସ ଗେଟ୍ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ…
ତେଜିଲା ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ କଲା ନାଗରିକ କମିଟି
ରେଢାଖୋଲ,୨୪।୭: ପାଉଁଶ ବୋଝେଇ ଡମ୍ଫର ଓଭରଲୋଡିଂକୁ ବିରୋଧ କରି ରେଢାଖୋଲରେ ଗୁରୁବାର ଆନ୍ଦୋଳନ କରାଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ରେଢାଖୋଲ ଭୀମ ଭୋଇ ଛକରେ NH-୫୫ ଅବରୋଧ କରାଯାଇଛି। ଆନ୍ଦୋଳନ ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଶହ ଶହ…
ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି
ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି।…
Archives


