ଆମ ଜିଲା ଖବର

ରାଜ୍ୟରେ ଆହୁରି କଲବଲ କରିବ ଥଣ୍ଡା: ୩ରୁ ୪ ଦିନ ବଢ଼ିବ ଶୀତ

ଭୁବନେଶ୍ୱର,୬ା୧: ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୩ରୁ ୪…

ଜନଜାତିଙ୍କ ସମ୍ମେଳନ -୨୦୨୬ ଉଦ୍‌ଯାପିତ: ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ ପ୍ରଶାସକ କହିଲେ ପୁଣି ଜଙ୍ଗଲକୁ ବୃଦ୍ଧି କରି…

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଦ୍ୱିତୀୟ ଦିନରେ ଏହି ଦିବସରେ ପାରମ୍ପରିକ ବିହନର କିଭଳି ପୁନଃରୁଦ୍ଧାର କରାଯାଇପାରିବ ଓ ତାକୁ…

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର

ଭୁବନେଶ୍ୱର,୬।୧: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।…

ନବୋଦୟ ବିଦ୍ୟାଳୟରେ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ସୁଦ୍ଧା ୫୪ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ

ଖୋର୍ଦ୍ଧା , ୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଜି ସୁଦ୍ଧା ସଂଖ୍ୟା ୫୪ରେ ପହଞ୍ଚିଛି। ଆଗକୁ ଆହୁରି ବଢିବା ସମ୍ଭାବନା ରହିଛି। ପାଣି ଏବଂ ବାହାର ଖାଦ୍ୟରୁ ଜଣ୍ଡିସ ଆକ୍ରାନ୍ତ ବଢୁଛି…

ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ: ସ୍କାଏ ଲାଇଟ୍‌ , ଝରକାରୁ ମିଳିଲା ପୁଳାପୁଳା ଟଙ୍କା

ବଲାଙ୍ଗୀର,୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। କୁଟୁରାକେନ ଗାଁର ବାବୁଲାଲ ଭୋଇଙ୍କ ଠାରୁ ଦୁଇଟି ରେଙ୍ଗାଲ ଗଛ…

ପାଣିର ସଦୁପଯୋଗ କରିବାକୁ ଚାଷୀଙ୍କୁ ଗୁରୁମନ୍ତ୍ର

କେସିଙ୍ଗା,୬।୧(ତୁମେଶ୍ୱର ସାହୁ ): କଳାହାଣ୍ଡି ଜଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ ହୋଇଯାଇଛି। ସଭାପତି ତଥା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ…

ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ

ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ସେହିପରି ବାହାର ଜିଲାରୁ ବ୍ରାଉନସୁଗର ଆଣି ଵ୍ରହ୍ମପୁର ଦେଇ ଗଞ୍ଜାମ…

ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମହିଳା ସାମ୍ବାଦିକା ଜଣକ ସ୍କୁଟି ଯୋଗେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା…

ଆଜି ଶେଷ ସନ୍ଧ୍ୟାରେ ବଲିଉଡ ଗାୟକଙ୍କ ଗୀତରେ ଝୁମିବେ ଦର୍ଶକ: ପହଞ୍ଚିବେ ମନ୍ତ୍ରୀ, ବିଧାୟକ

ଧର୍ମଶାଳା, ୬।୧( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆଠାରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ତମ ଧର୍ମଶାଳା ମହୋତ୍ସବ ମହାଆଡ଼ମ୍ବରରେ ପାଳନ କରାଯାଉଛି। ଆଜି ମଙ୍ଗଳବାର ଏହାର ଉଦଯାପନୀ ଉତ୍ସବ ପାଳନ କରାଯିବ ।…

ଜିଲା ପାଇଁ ଗୌରବ: ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ

ଗଞ୍ଜାମ,୬।୧(ବିଦ୍ୟାଧର ସାହୁ ): ଆସନ୍ତା ଜାନୁଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପ । ଏହି ଜାତୀୟ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ ବାଡ଼ତ୍ୟା । ଆସନ୍ତାକାଲି ଅର୍ଥାତ୍‌ ବୁଧବାର…

 ନାବାଳିକାଙ୍କୁ ମାଛ ଧରିଯିବା କହି ବଳାତ୍କାର ପରେ ହତ୍ୟା: ଆସିଲା ବଡ଼ ରାୟ , ଭୟରେ ଥରିବ ଅଭିଯୁକ୍ତଙ୍କ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରର ସଂଘଟିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୂଚନା…

ମିଲର୍ସ ଆନ୍ଦୋଳନ: ମଣ୍ଡିରେ ପଡି ରହିଛି ୩ ଲକ୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ

ନୂଆପଡ଼ା,୬ା୧ (ମକାରୁ ବେମାଲ): ନୂଆପଡ଼ା ଜିଲାର ସମସ୍ତ ମିଲର୍ସ ବିଭିନ୍ନ ଦାବି ନେଇ ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଦୀର୍ଘ ବର୍ଷରୁ ମିଲର୍ସମାନେ ମିଲିଂ ଚାର୍ଜ ବୃଦ୍ଧି କରାଯାଉ ବୋଲି ଦାବି କରିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?