ଆମ ଜିଲା ଖବର

ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେ ନେଇ ଉଭୟ ପ୍ରଶାସନ ମଧ୍ୟରେ ଆଲୋଚନାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ...

ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି। ଏକ ୨୪ ପ୍ରହର ନାମଯଜ୍ଞରେ ଗାୟକ ଏବଂ ବାୟକଙ୍କୁ ଜାଲ ନୋଟ ଉପହାର...

ଟ୍ରେଲର ଧକ୍କାରେ ପିକ୍‌ଅପ୍‌ ଚାଳକ, ହେଲପର ମୃତ

ନିରାକାରପୁର,୨୭ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଟ୍ରେଲର ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ପିକ୍‌ଅପ୍‌ ଚାଳକ ଓ ହେଲପର ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳର ଶାନ୍ତନୁ ସୌ (୨୭) ଏବଂ ହେଲପର...

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର ପାଢ଼ୀ,ବିଦ୍ୟୁତ୍‌ ଲତା ଦାସ, ଭବାନୀ ଭୂୟାଁ ଓ ପ୍ରଦୀପ କୁମାର ରାୟ ଅତିଥି...

ହୀରାକୁଦରେ ହଇଜା ବ୍ୟାପିବା ଘଟଣା: ଓଏଚ୍‌ଆର୍‌ସିରେ ମାମଲା ରୁଜୁ

କଟକ,୨୭ା୩(କାର୍ତ୍ତିକ ସାହୁ): ସମ୍ବଲପୁର ଜିଲା ହୀରାକୁଦ ଅଞ୍ଚଳରେ ହଇଜା ବ୍ୟାପିବା ଘଟଣାରେ ଓଡ଼ିଶା ମାନବିକ ଆୟୋଗ(ଓଏଚ୍‌ଆର୍‌ସି)ରେ ଏକ ମାମଲା ବୁଧବାର ରୁଜୁ ହୋଇଛି। ମାମଲାର ପକ୍ଷମାନଙ୍କୁ ଆୟୋଗଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପାଇଁ ଆବେଦନକାରୀ ହାଇକୋର୍ଟର...

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ ପୂଜା କମିଟି ସମେତ ହୋଟେଲ ସଙ୍ଘ, ବଣିକ ସଙ୍ଘ ଓ ଦଳୀୟ କର୍ମୀମାନେ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର ୟୁ ଧନୁଶ (୧୩) ବୋଲି ଜଣାପଡ଼ିଛି। ସୂଚନାନୁସାରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ନୂଆ...

ଟ୍ରେନ୍‌ରେ କଟି ବୃଦ୍ଧଙ୍କ ଜୀବନ ଗଲା

କେସିଙ୍ଗା,୨୭ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଗ୍ରାମର ପାଳେଶ୍ୱର କୁମାର(୬୫)ଙ୍କ ଟ୍ରେନ୍‌ ଧକ୍କାରେ ବୁଧବାର ମୃତ୍ୟୁ ଘଟିଛି। ପାଳେଶ୍ୱର କୁମାରଙ୍କ ଝିଅ ନାତିର ମୁଣ୍ଡନ କରିବାକୁ ରାୟଗଡ଼ାର ମାଝି ଗୌରୀ ମନ୍ଦିରକୁ ଯାଇଥିଲେ। ବିଶାଖାପାଟଣା -ରାୟପୁର ଟ୍ରେନ୍‌ରେ...

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ଫକୀରପୁର ଗ୍ରାମର ସ୍ବର୍ଗତଃ ସିଙ୍ଗି ମୁଣ୍ତାଙ୍କ...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ବିଧାନସଭା ମଣ୍ଡଳୀର ଆସନ...

ପୂର୍ବତନ ବିଜେଡି ବିଧାୟକ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କର୍ଲାମୁଣ୍ଡା,୨୭।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନରେ ଏବେ ନୂଆମୋଡ଼ ନେଇଛି। ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଜେଡି ବିଧାୟକ ଧନେଶ୍ୱର ମାଝୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେବା ପରେ ବିଜେଡି...

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri