ଆମ ଜିଲା ଖବର

ଟ୍ରକ ଚକା ତଳେ ଗଲା ଦୁଇଭାଇଙ୍କ ଜୀବନ

ନୂଆଗାଁ,୯।୬(ଡି.ଏନ.ଏ.)-ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡ଼ାଠାରେ ଏକ ଗ୍ୟାସ ବୋଝେଇ ଟ୍ରକ ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋରଡା ଗ୍ରାମର ରମେଶ ଚନ୍ଦ୍ର ନାୟକ (୫୫) ଓ ଚନ୍ଦ୍ରମଣି…

୩ ମାସ ଜଳିଲାନି ୨ ଲକ୍ଷ ଟଙ୍କାର ହାଇମାଷ୍ଟ ଲାଇଟ୍‌

ତିର୍ତ୍ତୋଲ,୯ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଛକରେ ଗତ ନଭେମ୍ବର ମାସ ୨୮ ତାରିଖରେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ହାଇମାଷ୍ଟ ଲାଇଟ୍‌ ଲାଗିଥିଲା। ଚଳିତବର୍ଷ ଫେବୃୟାରୀ ୧୬ ତାରିଖରୁ ତାହା ଅଚଳ ହୋଇପଡିଛି। ଏହାର ମରାମତି ପାଇଁ ପଞ୍ଚାୟତ…

ମହିଳାଙ୍କୁ ଝାନ୍‌ସୀ ଚାଲାଣ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଅନୁଗୋଳ ଅଫିସ,୯।୬- ଅନୁଗୋଳ ସହରରୁ ଜଣେ ମହିଳାଙ୍କୁ ଝାନ୍‌ସୀରେ ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିବା ଅଭିଯୋଗ କରି ଶନିବାର ସମ୍ପୃକ୍ତା ମହିଳାଙ୍କ ପରିବାର…

ବାତ୍ୟା ପରେ ଦୁର୍ଦ୍ଦିନରେ ୩ ପରିବାର: ତୁରନ୍ତ ପାଲ ସହ ପକ୍କାଘର ଯୋଗାଇଦେବାକୁ ଦାବି

ବାଲିଆ,୯।୬: ଫନୀ ବାତ୍ୟାରେ ବାସହୀନ ହୋଇପଡ଼ିଥିବା ବିପନ୍ନ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର କରିଥିବା ଘୋଷଣା ବିରିଡ଼ି ବ୍ଲକରେ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଏଠାରେ କ୍ଷୟକ୍ଷତି ଆକଳନ ଓ ଘରଭଙ୍ଗା ତଦନ୍ତ ଦାୟିତ୍ୱରେ ଥିବା…

ବିସ୍ତାରିତ ହେବ ବ୍ୟବସାୟିକ ପ୍ରତିଷ୍ଠାନ : ଅନୁଗୋଳରେ ଖୋଲିଲା ସିଏଆଇଟି ଶାଖା

ଅନୁଗୋଳ ଅଫିସ, ୯।୬ – ଅନୁଗୋଳ ଓ ଆଖପାଖ ସହରରେ ବ୍ୟବସାୟିକ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନକୁ ବିସ୍ତାର କରାଯିବ। ଏଥିପାଇଁ ଅନୁଗୋଳରେ କନ୍‌ଫିଡରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଓଡ଼ିଶାର ଦ୍ୱିତୀୟ ଶାଖା…

ବିକାଶ ଚିତ୍ର ଦେଖିଲା ଗଞ୍ଜାମ ଜିଲା ପ୍ରଶାସନ

ଛେଣ୍ଡିପଦା, ୯।୬ (ଡି.ଏନ.ଏ.) – ଜଙ୍ଗଲ ଗ୍ରାମରୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଥିବା ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତ ବଡ଼ମୂଳ ଏବେ ଉଦାହରଣ ପାଲଟିଛି। ଯୋଜନାବଦ୍ଧ ଭାବେ ଗ୍ରାମରେ କାର୍ଯ୍ୟକାରୀ ହୋଇଛି ବିଭିନ୍ନ ସରକାରୀ ଯୋଜନା। ଯାହା ଏବେ ଅନ୍ୟ ଜିଲା…

ଜିଏମ୍‌ଆର୍‌ରେ ପରିବେଶ ଦିବସ ପାଳିତ : ୩୩ ମିନିଟ୍‌ରେ ଲାଗିଲା ୮୦୦୦ ଚାରା

ଢେଙ୍କାନାଳ ଅଫିସ, ୯ା୬ – ଢେଙ୍କାନାଳ ଜିଲା କମଳାଙ୍ଗସ୍ଥିତ ଜିଏମ୍‌ଆର୍‌ ଏନର୍ଜି ଲିମିଟେଡ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଶେଷ ହୋଇଛି। କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ, ଠିକାସଂସ୍ଥା, ସୁରକ୍ଷା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ୩୩ମିନିଟ୍‌ରେ…

ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଡାଳସିଙ୍ଗା ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ…

ଯୁବକଙ୍କୁ ଗଳାକାଟି ହତ୍ୟା

କାମାକ୍ଷାନଗର, ୯।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ା ଥାନା ପଥରକଟା ଗ୍ରାମର ସର୍ବେଶ୍ୱର ମହନ୍ତ (୨୯)ଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାଲିକୁମା ସନ୍ଦା ଜଙ୍ଗଲରୁ ଶନିବାର ମଧ୍ୟାହ୍ନରେ ଗଳା କଟାଯାଇଥିବା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବାପା ହଗୁରୁ…

କାମାକ୍ଷାନଗର କୃଷି ଜିଲାରେ କର୍ମଚାରୀ ମରୁଡ଼ି : ବିନା ମୁରବିରେ ଚାଲିଛି

କାମାକ୍ଷାନଗର, ୯।୬ – ଶୁଭିଲାଣି ମୌସୁମୀର ପଦଧ୍ୱନି। ଅଖିମୁଠି ଅନୁକୂଳ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀ। ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଚାଷୀଙ୍କ ମଧ୍ୟରେ ବଢ଼ାଇଛି ଉତ୍ସାହ। ହେଲେ କାମାକ୍ଷାନଗର କୃଷି…

ବସ୍‌ଷ୍ଟାଣ୍ଡ ପରିସ୍ରାଗାର, ଶୌଚାଳୟ ଅବହେଳିତ : ଦୁର୍ଗନ୍ଧରେ ନାକ ଫାଟୁଛି

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ନିର୍ମିତ ଶୌଚାଳୟ ଏବଂ ପରିସ୍ରାଗାର ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡ଼ିଛି। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ପୌରସଂସ୍ଥା ଏହାର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରୁନାହିଁ। ଆବର୍ଜନାରେ ପରିପୂର୍ଣ୍ଣ ହୋଇରହିଥିବାବେଳେ…

ମଇମୁରା ଜଙ୍ଗଲରେ ମାଫିଆଙ୍କ ଆଖି

ବଇଣ୍ଡା, ୯।୬(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ମଇମୁରା ଗ୍ରାମ ଜଙ୍ଗଲରେ ଏବେ କାଠ ଚୋରଙ୍କ ନଜର। ପ୍ରତିଦିନ ଏଠାରୁ ଚୋରାରେ କାଠ ଚାଲାଣ ହେଉଥିବା ଯୋଗୁ ପଦା ହେବାକୁ ବସିଛି ଜଙ୍ଗଲ। ଏ ନେଇ ବନ ବିଭାଗ ଅଧିକାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?