ଆମ ଜିଲା ଖବର

ବଜ୍ରପାତରେ ମହିଳାଙ୍କ ଜୀବନ ଗଲା

ବଇଣ୍ଡା,୮।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବିଲେଇନାଳୀ ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତରେ ଗ୍ରାମର ସୁଲୋଚନା ସାହୁ(୪୫)ଙ୍କ ମୃତ୍ୟୁ ଘଟିଛି। ସୁଲୋଚନା ମହୁଲ ଫଳ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ହଣ୍ଡପା ଆଇଆଇସି ଲବ…

କେନ୍ଦୁପତ୍ର ବୋଝେଇ ଅଟୋ ଜବତ, ଜଣେ ଗିରଫ

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଛେଣ୍ଡିପଦା ବନାଞ୍ଚଳ ବ୍ରାହ୍ମଣବିଲ ଛକ ନିକଟରୁ ଶନିବାର ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ଅଟୋ ଜବତ କରିଛି। ଏହି ଘଟଣାରେ ଛେଣ୍ଡିପଦା ଥାନା କୋଶଳା ଶିମିଳିସାହିର ସାରଙ୍ଗ ସାହୁଙ୍କ ପୁଅ ଚିକୁନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ବନବିଭାଗ କହିଛି,…

ଯୁକ୍ତ ୨ ବିଜ୍ଞାନ ଟପ୍ପର ଶର୍ମିଷ୍ଠାଙ୍କ ପଢ଼ା ଖର୍ଚ୍ଚ ବହନ କରିବ ବିଏସ୍‌ଇଟି

ଭଦ୍ରକ ଅଫିସ, ୮।୬ : ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶର୍ମିଷ୍ଠା ସାମଲ ୫୨୫ ନମ୍ବର ରଖି ମହାବିଦ୍ୟାଳୟ ସମେତ ଜିଲା ଟପ୍ପର ହୋଇଛନ୍ତି। ଶନିବାର ନୂଆବଜାରସ୍ଥିତ ବିଏସ୍‌ଇଟି(ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ…

ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି,୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକା ଜଣକ ହେଲେ ସୁଷମା ନାଇକ(୩୫)। ଶନିବାର ଅପରାହ୍ନରେ ସୁଷମା ବାଡ଼ିପଟେ କାମ କରୁଥିବାବେଳେ…

ଆଇନଜୀବୀଙ୍କ ଘରୁ ଚୋରି : ୮ ଭରି ଗହଣା, ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୮ା୬ : ସହରରେ ପୁଣି ଥରେ ଲୁଟେରାଦଳ ସକ୍ରିୟ ହୋଇ ଉଠିଛନ୍ତି। ଶୁକ୍ରବାର ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଂ ରାମକୃଷ୍ଣ ନଗର ୪ର୍ଥ ଲେନ୍‌ରେ ରହୁଥିବା ଆଇନଜୀବୀ କେଶବ ଚନ୍ଦ୍ର ମହାନ୍ତିଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା…

ଶନି ମନ୍ଦିରରୁ ଚୋରି ଘଟଣା: ହୁଣ୍ଡି ସହ ୧ ହଜାର ଟଙ୍କା ଜବତ୨ ନାବାଳକ ଗଲେ ସୁଧାର ଗୃହ

ବଡବିଲ, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ନିକଟ ଶନି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡି ଚୋରି ଘଟଣାରେ ଶୁକ୍ରବାର ପୋଲିସ ଦୁଇ ନାବାଳକଙ୍କୁ ସୁଧାର ଗୃହକୁ ପଠାଇଥିବା ବେଳେ ହୁଣ୍ଡି ସହ ୧ ହଜାର ଟଙ୍କା ଜବତ…

ନାରାୟଣୀ କଲେଜରେ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ: କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ କଲେ ଛାତ୍ରୀଛାତ୍ର

ବଅଁରପାଳ,୮।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅରାହାଟ ନାରାୟଣୀ କଲେଜରେ ଗତ ତିନି ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିଛି। କଲେଜ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବା ଯୋଗୁ ଏପରି ହୋଇଛି। ମରାମତି ପାଇଁ କଲେଜ କର୍ତ୍ତୃପକ୍ଷ…

ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ କୌଶୁଭ ପଣ୍ଡା, ଶୁଭମ ଶାଶ୍ୱତ ସେନାପତି, ଆଦିତ୍ୟ…

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶ୍ୱଶୁର ଗିରଫ, ସ୍ବାମୀ ଫେରାର; ଶେରଗଡ଼ ପୋଲିସର ତଦନ୍ତ ଆରମ୍ଭ

ଶେରଗଡ଼, ୮।୬(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଟଙ୍କା ଲାଗି ଜଣେ ବୋହୁଙ୍କୁ ଶ୍ୱଶୁର ଓ ସ୍ବାମୀ ମିଶି ହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଲେ ପିଙ୍କି…

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରୂପ୍‌ସା,୮।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଣେ ମହିଳାଙ୍କ ଗାଁ ପୋଖରୀରେ ବୁଡ଼ି ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ବିଧବା ମହିଳା ଶ୍ରୀମତୀ ସିଂ(୬୦)। ଶ୍ରୀମତୀ ଗାଧୋଉଥିବାବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇଥିଲା। ଗ୍ରାମବାସୀ ତାଙ୍କୁ ପୋଖରୀରୁ…

ପାଟନାଗଡ଼ ବିଧାୟକ, ନିର୍ବାହୀଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ ଦାବି: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଭବାନୀପାଟଣା,୮।୬(ଡ.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟନାଗଡ଼ ନବନିର୍ବାଚିତ ବିଧାୟକ ସରୋଜ ମେହେର ଆଦିବାସୀ ସମ୍ପ୍ରଦାୟର ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ବେଆଇନ ଭାବେ ସର୍ବସାଧାରଣରେ ଉଠ୍‌ବସ୍‌ କରାଇବା ଓ ଜନସାଧାରଣଙ୍କ ସମ୍ମୁଖରେ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିବା ଘଟଣାରେ ସମ୍ପୃକ୍ତ ବିଧାୟକ ଓ ନିର୍ବାହୀଯନ୍ତ୍ରୀଙ୍କୁ…

ଘରୋଇ ବସ୍‌ରୁ ଗଞ୍ଜେଇ ଜବତ: ଅଭିଯୁକ୍ତ ଯାତ୍ରୀ ଅଟକ

କୋରୁକୋଣ୍ଡା, ୮।୬(ଡି.ଏନ୍‌.ଏ): ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଘରୋଇ ବସ୍‌(ଗୁପ୍ତା ଟ୍ରାଭେଲର୍ସ)ରୁ ଶନିବାର ସକାଳେ ଗଞ୍ଜେଇ ଜବତ ହୋଇଛି। ଜଣେ ଯୁବକ ଏକ ବ୍ୟାଗରେ ଗଞ୍ଜେଇ ନେଇ ଜୟପୁର ଯାଉଥିବା ମାଲକାନଗିରି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?